Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Rohit Sharma duck / କ୍ରିକେଟ୍‌ ପ୍ରେମୀଙ୍କୁ ନିରାଶ କଲେ ରୋହିତ, ଉତ୍ତରାଖଣ୍ଡ ବିପକ୍ଷରେ ଖୋଲିପାରିଲେନି ଖାତା

Santosh Kumar Sahoo
Browse all articles by Santosh Kumar Sahoo
·6 months ago·2 min read
କ୍ରିକେଟ୍‌ ପ୍ରେମୀଙ୍କୁ ନିରାଶ କଲେ ରୋହିତ, ଉତ୍ତରାଖଣ୍ଡ ବିପକ୍ଷରେ ଖୋଲିପାରିଲେନି ଖାତା
Rohit Sharma

Key Points

ଷ୍ଟାଡିୟମରେ ଭିଡ଼, କିନ୍ତୁ ରୋହିତ ଫେଲ୍
କ୍ରିକେଟ୍ ପ୍ରେମୀଙ୍କୁ ନିରାଶ କଲେ ରୋହିତ ଶର୍ମା
ଉତ୍ତରାଖଣ୍ଡ ବିପକ୍ଷରେ ଜିରୋ
ବିଜୟ ହଜାରେ ଟ୍ରଫିର ପ୍ରଥମ ମ୍ୟାଚ୍‌ରେ ଦମଦାର ଶତକ ହାସଲ କରିଥିଲେ ରୋହିତ ଶର୍ମା । ସିକ୍କିମ୍‌ ବିପକ୍ଷରେ ରୋହିତ ୧୫୫ ରନ୍‌ର ଏକ ଚମତ୍କାର ଇନିଂସ ଖେଳିଥିଲେ । ଜୟପୁରରେ ଏହି ମ୍ୟାଚ୍‌ ଖେଳାଯାଇଥିଲା । ବିଜୟ ହଜାରେ ଟ୍ରଫିରେ ମୁମ୍ବାଇର ଦ୍ବିତୀୟ ମ୍ୟାଚ୍‌ ମଧ୍ୟ ସେହି ଷ୍ଟାଡିୟମରେ ଖେଳାଯାଇଥିଲା । ରୋହିତଙ୍କୁ ଦେଖିବା ପାଇଁ ସକାଳୁ ସକାଳୁ ବହୁ ସଂଖ୍ୟାରେ ଦର୍ଶକ ଷ୍ଟାଡିୟମରେ ପହଞ୍ଚିଥିଲେ । କିନ୍ତୁ ପ୍ରଶଂସକଙ୍କୁ ନିରାଶ କରିଥିଲେ ରୋହିତ । ଉତ୍ତରାଖଣ୍ଡ ବିପକ୍ଷରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ରୋହିତ ଶର୍ମା ଖାତା ଖୋଲି ପାରିନଥିଲେ । ସେ ଜିରୋରେ ଆଉଟ୍ ହୋଇ ପ୍ୟାଭିଲିୟନ୍ ଫେରିଥିଲେ ।

ବିଜୟ ହଜାରେ ଟ୍ରଫିର ପ୍ରଥମ ମ୍ୟାଚ୍‌ରେ ସିକିମ୍ ବିପକ୍ଷରେ ୧୫୫ ରନ୍‌ର ଏକ ଧମାକାଦାର ଇନିଂସ ପରେ ରୋହିତ ଆଉ ଏକ ବଡ଼ ଇନିଂସ୍ ଖେଳିବେ ବୋଲି ଆଶା କରାଯାଉଥିଲା । କିନ୍ତୁ ଏଥର କାହାଣୀ ସମ୍ପୂର୍ଣ୍ଣ ଭିନ୍ନ ଥିଲା । ଉତ୍ତରଖଣ୍ଡର ଦ୍ରୁତ ବୋଲର ଦେବେନ୍ଦ୍ର ବୋରା ରୋହିତଙ୍କୁ ଶୂନରେ ଆଉଟ କରିଥିଲେ । ରୋହିତ ଫାଇନ୍‌ ଲେଗ୍‌ ଆଡକୁ ଏକ ସଟ୍‌ ଖେଳିଥିଲେ । କିନ୍ତୁ ଜଗମୋହନ ନାଗରକୋଟି ଏକ ଚମତ୍କାର କ୍ୟାଚ୍ ନେଇଥିଲେ । ଯାହାଫଳରେ ରୋହିତ ଖାତା ଖୋଲି ପାରିନଥିଲେ । ରୋହିତ ଆଉଟ୍ ହେବା ପରେ ଷ୍ଟାଡିୟମ୍‌ରେ ଥିବା ପ୍ରଶଂସକମାନେ ନିରାଶ ହୋଇଥିଲେ ।

ରୋହିତ ଶର୍ମା ଆଉଟ୍‌ ହେବା ପରେ ମୁମ୍ବାଇର ବ୍ୟାଟିଂ ସମ୍ଭାଳିଥିଲେ ଦୁଇ ଭାଇ ସରଫରାଜ ଖାନ ଓ ମୁସୀର ଖାନ । ଉଭୟ ୫୫ ରନ୍‌ କରିଥିଲେ । ଏହାପରେ ଓ୍ବିକେଟ୍‌ କିପର ବ୍ୟାଟ୍ସମ୍ୟାନ୍‌ ହାର୍ଦ୍ଦିକ ତାମୋର ଦମଦାର ୯୩ ରନ୍‌ର ଇନିଂସ ଖେଳିଥିଲେ । ଯାହାଫଳରେ ନିର୍ଦ୍ଧାରିତ ୫୦ ଓଭରରେ ମୁମ୍ବାଇ ୭ ଓ୍ବିକେଟ୍‌ ହରାଇ ୩୩୧ ରନ୍‌ କରିଛି ।
ସେପଟେ ଆଉ ଏକ ମ୍ୟାଚ୍‌ରେ ଦିଲ୍ଲୀ ଓ ଗୁଜରାଟ ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚ୍‌ରେ ବିରାଟ କୋହଲି ଦମଦାର ଇନିଂସ ଖେଳିଥିଲେ । ପ୍ରଥମ ମ୍ୟାଚ୍‌ରେ ଶତକ ପରେ ଦ୍ବିତୀୟ ମ୍ୟାଚ୍‌ରେ ଗୁଜରାଟ ବିପକ୍ଷରେ ମଧ୍ୟ ଦମଦାର ଇନିଂସ ଖେଳିଥିଲେ ବିରାଟ । ସେ ୬୧ ବଲ୍‌ରେ ୧୩ ଚୌକା ଓ ଗୋଟିଏ ଛକା ସହ ୭୭ ରନ୍‌ କରିଥିଲେ । ବିରାଟଙ୍କ ଏହି ଇନିଂସ ଫଳରେ ଦିଲ୍ଲୀ ନିର୍ଦ୍ଧାରିତ ୫୦ ଓଭରରେ ୯ ଓ୍ବିକେଟ୍‌ ହରାଇ ୨୫୪ ରନ୍‌ କରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Rohit Sharma Disappoints Fans, Out for Duck vs Uttarakhand in Vijay Hazare Trophy | Argus News