Videos
|
Sports

ପ୍ରଥମ ଟେଷ୍ଟ ମ୍ୟାଚ ପରାଜୟ ପରେ କର ବା ମର ପରିସ୍ଥିତିରେ ଭାରତୀୟ ଟିମ

Jitendra Dash
Browse all articles by Jitendra Dash
·2 years ago·1 min read
ପ୍ରଥମ ଟେଷ୍ଟ ମ୍ୟାଚ ପରାଜୟ ପରେ କର ବା ମର ପରିସ୍ଥିତିରେ ଭାରତୀୟ ଟିମ

ଅର୍ଗସ ବ୍ୟୁରୋ : ୨୦୨୪ର ପ୍ରଥମ ଟେଷ୍ଟ ଖେଳିବାକୁ କାଲିଠାରୁ ମୈଦାନକୁ ଓହ୍ଲାଇବ ଭାରତୀୟ ଟିମ । ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ପରାଜୟ ପରେ ଏବେ କର ବା ମର ପରିସ୍ଥିତି ସୃଷ୍ଟି ହୋଇଛି । ଆସନ୍ତାକାଲି କେପ୍ ଟାଉନରେ ଦ୍ବିତୀୟ ଟେଷ୍ଟ ମୁକାବିଲା ଆରମ୍ଭ ହେବାକୁ ଯାଉଛି । ଟେଷ୍ଟ ସିରିଜକୁ ଡ୍ର କରିବା ପାଇଁ ଭାରତର ବିଜୟ ଜରୁରୀ । 

ଅଧିକ ପଢନ୍ତୁ ଖେଳ ଖବର

ଦ୍ୱିତୀୟ ମ୍ୟାଚ୍‌ ଡ୍ର ନ ହେଲେ ଘରୋଇ ଦକ୍ଷିଣ ଆଫ୍ରିକା ସିରିଜରେ ବିଜୟୀ ହେବ । ଗତ ୩୨ ବର୍ଷ ଧରି ଘରୋଇ ମାଟିରେ ଦକ୍ଷିଣ ଆଫ୍ରିକାକୁ ଟେଷ୍ଟରେ ହରାଇବାରେ ସମର୍ଥ ହୋଇପାରିନାହିଁ ଭାରତ । ମ୍ୟାଚ୍‌ ପୂର୍ବରୁ ଚୂଡ଼ାନ୍ତ ଏକାଦଶରେ ଏକାଧିକ ପରିବର୍ତ୍ତନ ହେବା ଚର୍ଚ୍ଚା ହେଉଛି । ରବିଚନ୍ଦ୍ରନ ଅଶ୍ୱିନଙ୍କ ବଦଳରେ ରବୀନ୍ଦ୍ର ଜାଡେଜା ଓ ପ୍ରସିଦ୍ଧ କ୍ରିଷ୍ଣାଙ୍କ ସ୍ଥାନରେ ମୁକେଶ କୁମାରଙ୍କୁ ସାମିଲ କରାଯିବା ସମ୍ଭାବନା ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: