Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Rohit Sharma / ଆଶାରେ ରହିଯିବ ରୋହିତଙ୍କ ୨୦୨୭ ଦିନିକିଆ ବିଶ୍ଵକପ୍ ସ୍ଵପ୍ନ ? ଆଗକୁ ସୁଯୋଗ ଦେବେନି ଚୟନକର୍ତ୍ତା...

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ଆଶାରେ ରହିଯିବ ରୋହିତଙ୍କ ୨୦୨୭ ଦିନିକିଆ ବିଶ୍ଵକପ୍ ସ୍ଵପ୍ନ ? ଆଗକୁ ସୁଯୋଗ ଦେବେନି ଚୟନକର୍ତ୍ତା...
Rohit Sharma May Play His Last ODI at Lord's: Report

Key Points

ଜୁଲାଇ ୧୯ ତାରିଖରେ ଲର୍ଡସ୍‌ରେ ଇଂଲଣ୍ଡ-ଭାରତ ଦିନିକିଆ ସିରିଜ୍‌ର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଖେଳାଯିବ । ଆଉ ଉକ୍ତ ମ୍ୟାଚ୍ ହିଁ ରୋହିତଙ୍କ ଶେଷ ମ୍ୟାଚ୍ ହୋଇପାରେ ।
ମୁମ୍ବାଇ: ୪୭ ବଲ୍‌ରେ ୨୬ ରନ୍ । ୨୧ ବଲ୍‌ରେ ୧୧ ରନ୍ । ଇଂଲଣ୍ଡ ଗସ୍ତରେ ଥିବା ରୋହିତ ଶର୍ମା ଗତ ଦୁଇଟି ଦିନିକିଆରେ ଏଭଳି ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି । ଆଉ ଯାହାକୁ ନେଇ ଚୟନକର୍ତ୍ତା ନିଷ୍ପତ୍ତି ନେଇ ସାରିଲେଣି ବୋଲି ମିଡିଆ ରିପୋର୍ଟରେ ଦାବି କରାଯାଇଛି ।

ଭାରତୀୟ ଦଳର ପୂର୍ବତନ ଅଧିନାୟକ ରୋହିତ ଶର୍ମା ୨୦୨୭ରେ ହେବାକୁ ଥିବା ବିଶ୍ଵକପ୍ ଖେଳିବାକୁ ଚାହୁଁଛନ୍ତି । କିନ୍ତୁ ଇଲଂଣ୍ଡ ଗସ୍ତରେ ସେ ସଂଘର୍ଷ କରୁଛନ୍ତି । ପ୍ରଥମ ମୁକାବିଲାରେ ୧୧ ରନ୍, ଦ୍ଵିତୀୟ ମୁକାବିଲାରେ ୨୬ ରନ୍ କରିଛନ୍ତି ରୋହିତ ।

ଏଥିସହ ପଢ଼ନ୍ତୁ: ସତରେ କଣ ODI କ୍ରିକେଟରୁ ଅବସର ନେବେ ହିଟମ୍ୟାନ୍ ! ଲଣ୍ଡନରେ ପହଞ୍ଚିଲେଣି ବାପା-ମାଆ 

ଯାହାକୁ ନେଇ ଚୟନକର୍ତ୍ତା ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନଙ୍କ ଆଗକୁ ଦେଖିବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ ରୋହିତ ଶର୍ମାଙ୍କୁ ଜଣାଇ ବି ଦିଆଯାଇଛି । ଏଭଳି ସ୍ଥିତିରେ ଭାରତ-ଇଂଲଣ୍ଡ ମଧ୍ୟରେ ଲର୍ଡସ୍‌ରେ ଖେଳାଯିବାକୁ ଥିବା ତୃତୀୟ ଦିନିକିଆ ମ୍ୟାଚ୍‌ ହୋଇପାରେ ରୋହିତଙ୍କ କ୍ୟାରିୟର୍‌ର ଅନ୍ତିମ ମ୍ୟାଚ୍ ।

ଇଣ୍ଡିଆନ୍ ଏକ୍ସପ୍ରେସ୍‌ର ରିପୋର୍ଟ ଅନୁସାରେ, ଜୁଲାଇ ୧୯ ତାରିଖରେ ଲର୍ଡସ୍‌ରେ ଇଂଲଣ୍ଡ-ଭାରତ ଦିନିକିଆ ସିରିଜ୍‌ର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଖେଳାଯିବ । ଆଉ ଉକ୍ତ ମ୍ୟାଚ୍ ହିଁ ରୋହିତଙ୍କ ଶେଷ ମ୍ୟାଚ୍ ହୋଇପାରେ । କାରଣ ବିସିସିଆଇର ଚୟନକର୍ତ୍ତା ଟିମ୍ ତାଙ୍କୁ ଜଣାଇ ସାରିଛନ୍ତି ଯେ, ସିରିଜ୍ ପରେ ବିସିସିଆଇ ତାଙ୍କ ଠାରୁ ଆଗକୁ ବଢ଼ିବା ଲାଗି ନିଷ୍ପତ୍ତି ନେଇ ସାରିଛି । ଅର୍ଥାତ ରୋହିତଙ୍କୁ ଆଉ ଆଗକ ସୁଯୋଗ ମିଳିବ ନାହିଁ ।

ରିପୋର୍ଟ ଅନୁସାରେ, ଭାରତୀୟ ଚୟନକର୍ତ୍ତା କମିଟି ଗତ ସପ୍ତାହରେ ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ସାଥିରେ ରୋହିତଙ୍କ ସହ କଥା ହୋଇଥିଲେ । ଦଳର ଆଗାମୀ ରଣନୀତି ନେଇ ଜଣାଇଥିଲେ । ଏବେ ଚୟନକର୍ତ୍ତା ଯଶ୍ଵସୀ ଜୟସ୍ଵାଲଙ୍କ ଭଳି ଯୁବ ଖେଳାଳିଙ୍କୁ ସୁଯୋଗ ଦେବାକୁ ଚାହୁଁଛି, ଯିଏକି ଦୀର୍ଘଦିନରୁ ଅପେକ୍ଷାର ଅଛନ୍ତି । ତେଣୁ ୨୦୨୭ ଦିନିକିଆ ବିଶ୍ଵକପ୍‌ରେ ରୋହିତଙ୍କୁ ଦେଖିବାକୁ ମିଳିନପାରେ ।

ତଥାପି ରୋହିତ ଶର୍ମା ଖେଳ ଜାରି ରଖିବାକୁ ଚାହୁଁଛନ୍ତି । ବିଶେଷକରି ରୋହିତ ନିଜ ଫିଟନେସକୁ ଗୁରୁତ୍ଵ ଦେଉଛନ୍ତି । ଏଭଳି ସ୍ଥଳରେ ଚୟନକର୍ତ୍ତା ରୋହିତଙ୍କ ଭବିଷ୍ୟତ ନିଷ୍ପତ୍ତି ତାଙ୍କ ଉପରେ ଛାଡ଼ି ଦେଇଛନ୍ତି ।

ଏଥିସହ ପଢ଼ନ୍ତୁ: ସାଙ୍ଗାକାରା-ଭିଭ ରିଚାର୍ଡସଙ୍କ କ୍ଲବରେ ଏବେ ବିରାଟ ସାମିଲ 

ସୂଚନାଯୋଗ୍ୟ, ଭାରତ ଟି-ଟ୍ଵେଣ୍ଟି ବିଶ୍ଵକପ୍ ଜିତିବାର କିଛି ଘଣ୍ଟା ପରେ ରୋହିତ ଟି-ଟ୍ଵେଣ୍ଟି କ୍ରିକେଟ୍‌ରୁ ଅବସର ଘୋଷଣା କରିଥିଲେ । ପରେ ପରେ ୨୦୨୫ ମେ ୭ ତାରିଖରେ ଆଇପିଏଲ୍‌ ବେଳେ ଟେଷ୍ଟ କ୍ରିକେଟକୁ ବାଏ ବାଏ କରିଥିଲେ ।

ଆଉ ରୋହିତ ଟେଷ୍ଟରୁ ସନ୍ୟାସ ନେବା ପରଠାରୁ ବିସିସିଆଇ ଚୟନକର୍ତ୍ତା ଦଳର ଭବିଷ୍ୟତକୁ ଧ୍ୟାନରେ ରଖି ଅଧିକ ଯୁବକ ଖେଳାଳିଙ୍କୁ ଗୁରୁତ୍ଵ ଦେଉଛନ୍ତି । ଏଥିସହ ଦିନିକିଆ ଦଳର ଅଧିନାୟକ ପଦ ମଧ୍ୟ ଗତବର୍ଷ ରୋହିତଙ୍କ ଠାରୁ ଛଡ଼ାଇ ନେଇଥିଲା ବିସିସିଆଇ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored