Videos
|
Sports

Rohit Sharma MI Captain / ରୋହିତ ଶର୍ମା ହେବେ ମୁମ୍ବାଇ ଇଣ୍ଡିଆନ୍ସର ନୂଆ କ୍ୟାପ୍ଟେନ୍ ? IPL 2027 ପୂର୍ବରୁ ଆସିଲା ବଡ଼ ଅପଡେଟ୍

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ରୋହିତ ଶର୍ମା ହେବେ ମୁମ୍ବାଇ ଇଣ୍ଡିଆନ୍ସର ନୂଆ କ୍ୟାପ୍ଟେନ୍ ? IPL 2027 ପୂର୍ବରୁ ଆସିଲା ବଡ଼ ଅପଡେଟ୍
Rohit Sharma

Key Points

ପୁଣି ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହେବେ ରୋହିତ ଶର୍ମା ?
ସାମ୍ନାକୁ ଆସିଲା ବଡ଼ ଅପଡେଟ୍
ହାର୍ଦ୍ଦିକଙ୍କ ସ୍ଥାନ ନେବେ ହିଟ୍‌ମ୍ୟାନ୍ !
ଆଇପିଏଲ୍ ୨୦୨୭ରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ପଦକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି । ଦଳର ସବୁଠାରୁ ସଫଳ ଅଧିନାୟକ ରୋହିତ ଶର୍ମାଙ୍କୁ ପୁଣିଥରେ ମୁମ୍ବାଇର ଅଧିନାୟକ ପଦ ମିଳିପାରେ ବୋଲି ରିପୋର୍ଟ ସାମ୍ନାକୁ ଆସିଛି । ବର୍ତ୍ତମାନ ହାର୍ଦ୍ଦିକ ପାଣ୍ଡ୍ୟା ଦଳର ଅଧିନାୟକ ଥିବାବେଳେ ଆଗାମୀ ସିଜିନ୍‌ରେ ମ୍ୟାନେଜମେଣ୍ଟ ରୋହିତଙ୍କ ଉପରେ ଭରସା କରିପାରେ ।

ରୋହିତଙ୍କୁ ପୁଣି ଅଧିନାୟକ କରିବ ମୁମ୍ବାଇ ?

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଆଇପିଏଲ୍ ୨୦୨୭ରେ ରୋହିତ ଶର୍ମା ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଭାବେ ପୁଣିଥରେ ଦାୟିତ୍ୱ ନେଇପାରନ୍ତି । ଆଇପିଏଲ୍ ୨୦୨୪ ପୂର୍ବରୁ ମୁମ୍ବାଇ ମ୍ୟାନେଜମେଣ୍ଟ ରୋହିତଙ୍କୁ ଅଧିନାୟକ ପଦରୁ ହଟାଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଏହି ଦାୟିତ୍ୱ ଦେଇଥିଲା । ଗୁଜରାଟ ଟାଇଟନ୍ସକୁ ଆଇପିଏଲ୍ ୨୦୨୨ରେ ଚାମ୍ପିଅନ୍ କରାଇବା ଏବଂ ୨୦୨୩ରେ ଫାଇନାଲ୍‌ରେ ପହଞ୍ଚାଇବାରେ ହାର୍ଦ୍ଦିକଙ୍କ ଅଧିନାୟକତ୍ୱ ଗୁରୁତ୍ୱପୂର୍ଣ୍ଣ ଥିଲା । 

କିନ୍ତୁ ହାର୍ଦ୍ଦିକଙ୍କ ଅଧିନାୟକତ୍ୱରେ ମୁମ୍ବାଇର ପ୍ରଦର୍ଶନକୁ ନେଇ ଅନେକ ସମୟରେ ପ୍ରଶ୍ନ ଉଠିଛି । ଏଭଳି ସ୍ଥିତିରେ ଦଳର ମ୍ୟାନେଜମେଣ୍ଟ ଅଭିଜ୍ଞ ରୋହିତଙ୍କୁ ପୁଣିଥରେ ଅଧିନାୟକ ଦାୟିତ୍ୱ ଦେବା ନେଇ ବିଚାର କରିପାରେ । ତେବେ ଏନେଇ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ ।

ରୋହିତଙ୍କ ପରେ ତିଲକ ବର୍ମାଙ୍କୁ ମିଳିପାରେ ଦାୟିତ୍ୱ

ରିପୋର୍ଟ ଅନୁସାରେ, ଆଗାମୀ ସିଜିନ୍ ରୋହିତ ଶର୍ମାଙ୍କ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ସହ ଅଧିନାୟକ ଭାବେ ଶେଷ ସିଜିନ୍ ହୋଇପାରେ । ତେଣୁ ତାଙ୍କୁ ଅଧିନାୟକ ଭାବେ ବିଦାୟ ଦେବାକୁ ମ୍ୟାନେଜମେଣ୍ଟ ଚିନ୍ତା କରୁଥିବା ଚର୍ଚ୍ଚା ହେଉଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅନ୍ୟପଟେ, ଆଇପିଏଲ୍ ୨୦୨୮ ପୂର୍ବରୁ ମେଗା ଅକ୍ସନ୍ ହେବାକୁ ଥିବାରୁ ମୁମ୍ବାଇ ଦଳରେ ବଡ଼ ପରିବର୍ତ୍ତନ ହୋଇପାରେ । ଭବିଷ୍ୟତରେ ତିଲକ ବର୍ମାଙ୍କୁ ଦଳର ନେତୃତ୍ୱ ଦେବା ନେଇ ମଧ୍ୟ ଆଲୋଚନା ଚାଲିଛି । ସେ ଭାରତୀୟ ଟି-୨୦ ଦଳର ଉପଅଧିନାୟକ ମଧ୍ୟ ରହିଛନ୍ତି । ତେବେ ଏହି ଯୋଜନାଗୁଡ଼ିକ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ସ୍ପଷ୍ଟ ହୋଇନାହିଁ ।

ରୋହିତଙ୍କ ଅଧିନାୟକତ୍ୱରେ ମୁମ୍ବାଇ ଜିତିଛି ୫ଟି ଟାଇଟଲ୍

ରୋହିତ ଶର୍ମା ୨୦୧୩ରୁ ୨୦୨୩ ପର୍ଯ୍ୟନ୍ତ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଥିଲେ। ତାଙ୍କ ନେତୃତ୍ୱରେ ଦଳ ୨୦୧୩, ୨୦୧୫, ୨୦୧୭, ୨୦୧୯ ଓ ୨୦୨୦ରେ ଆଇପିଏଲ୍ ଟ୍ରଫି ଜିତିଥିଲା। ଏହି ସଫଳତା ତାଙ୍କୁ ଆଇପିଏଲ୍‌ର ଅନ୍ୟତମ ସଫଳ ଅଧିନାୟକ ଭାବେ ପରିଚିତ କରାଇଛି । ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ଉଭୟ ୫-୫ ଥର ଆଇପିଏଲ୍ ଟ୍ରଫି ଜିତିଛନ୍ତି। ଏହା ବ୍ୟତୀତ ଭାରତୀୟ ଦଳକୁ ମଧ୍ୟ ରୋହିତଙ୍କ ନେତୃତ୍ୱରେ ୨୦୨୪ ଟି-୨୦ ବିଶ୍ୱକପ୍ ଓ ୨୦୨୫ ଚାମ୍ପିଅନ୍ସ ଟ୍ରଫିରେ ସଫଳତା ମିଳିଥିଲା।