Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Hitman Statement / ୨୦୨୭ ବିଶ୍ୱକପ୍ ଖେଳିବା ନେଇ ମୁହଁ ଖୋଲିଲେ ହିଟମ୍ୟାନ୍…କହିଲେ "ମୁଁ ସେହି ବିଶ୍ୱକପ ଚାହୁଁଛି"

Ritu Das
Browse all articles by Ritu Das
·5 months ago·2 min read
୨୦୨୭ ବିଶ୍ୱକପ୍ ଖେଳିବା ନେଇ ମୁହଁ ଖୋଲିଲେ ହିଟମ୍ୟାନ୍…କହିଲେ "ମୁଁ ସେହି ବିଶ୍ୱକପ ଚାହୁଁଛି"
India

Key Points

ଭାରତୀୟ ଦଳର ପୂର୍ବତନ ଅଧିନାୟକଙ୍କୁ ନେଇ ଆସିଛି ବଡ଼ ଅପଡେଟ୍
ବେ ସେ ଟେଷ୍ଟ୍ ଏବଂ ଟି୨୦ ଫର୍ମାଟରୁ ନେଇସାରିଛନ୍ତି ଅବସର
ଏହାରି ଭିତରେ ସାମ୍ନାକୁ ଆସିଛି ରୋହିତଙ୍କ ପ୍ରତିକ୍ରିୟା

ବିରାଟ କୋହଲି ଏବଂ ରୋହିତ ଶର୍ମା ଟି-୨୦ ଫର୍ମାଟରୁ ଅବସର ନେଇସାରିଛନ୍ତି। ଦୁଇଜଣ ଦିଗ୍ଗଜ ଖେଳାଳି କେବଳ ୨୦୨୭ ବିଶ୍ବକପକୁ ଫୋକସ କରିବାକୁ ଚାହୁଁଛନ୍ତି। ସେମାନେ ଏବେ କେବଳ ଲିମିଟେଡ ମ୍ୟାଚ ଖେଳୁଛନ୍ତି। ତେବେ ସେ ବିଶ୍ବକପ ଖେଳିବେ କି ନାହିଁ ବୋଲି ଫ୍ୟାନ୍ସ ଚିନ୍ତାରେ ଥିଲେ। ଏହାକୁ ନେଇ ରୋହିତ ମୁହଁ ଖୋଲିଛନ୍ତି।

ଭାରତୀୟ ଦଳର ପୂର୍ବତନ ଅଧିନାୟକଙ୍କୁ ନେଇ ଆସିଛି ବଡ଼ ଅପଡେଟ୍। ଅନ୍ତରାଷ୍ଟ୍ରୀୟ ଦିନିକିଆ କ୍ରିକେଟରେ ସବୁଠୁ ଅଧିକ ଛକା ଲଗାଇଥିବା ବ୍ୟାଟର ରୋହିତ । ଏବେ ସେ ଟେଷ୍ଟ୍ ଏବଂ ଟି୨୦ ଫର୍ମାଟରୁ ନେଇସାରିଛନ୍ତି ଅବସର । ଖେଳୁଛନ୍ତି କେବଳ ଦିନିକିଆ କ୍ରିକେଟ୍ । ତେବେ ୨୦୨୭ ବିଶ୍ୱକପ ପାଇଁ ସେ ଲକ୍ଷ୍ୟ ରଖିଥିବା କୁହାଯାଉଛି । ୨୦୨୩ରେ ଫାଇନାଲରେ ଭାରତ ଏଣ୍ଟ୍ରି କରିଥିଲେ ବି ଚାମ୍ପିଅନ ହୋଇପାରିନଥିଲା । ତେଣୁ ୨୦୨୭ରେ ରୋହିତ ଦଳକୁ ଟ୍ରଫି ଜିତାଇବେ ବୋଲି ଫ୍ୟାନ୍ସ ଆଶା କରୁଛନ୍ତି । ଏନେଇ ଅନେକ ଖବର ମଧ୍ୟ ଆସୁଛି ।

ଦେଖିବାକୁ ଗଲେ ୨୦୨୭ରେ ରୋହିତ ୪୦ ବର୍ଷର ହୋଇଯିବେ । ସେ ବିଶ୍ୱକପ୍ ଖେଳିବେ ନା ନାହିଁ ସେନେଇ ଅନେକ ସସପେନ୍ସ ଲାଗି ରହିଛି । ଏହାରି ଭିତରେ ସାମ୍ନାକୁ ଆସିଛି ରୋହିତଙ୍କ ପ୍ରତିକ୍ରିୟା । ଏକ ଆଇସିସି ଇଭେଣ୍ଟରେ ନିଜର ଭବିଷ୍ୟତ ଏବଂ ବିଶ୍ୱକପ୍ ଖେଳିବା ଯୋଜନା ନେଇ ସେ ଅନେକ କଥା କହିଛନ୍ତି । ବିଶ୍ୱକପ୍ ଜିତିବା ତାଙ୍କର ଲକ୍ଷ୍ୟ । ଏଥିପାଇଁ ସେ ସବୁ କିଛି କରିବାକୁ ପ୍ରସ୍ତୁତ ଥିବା ରୋହିତ ପ୍ରକାଶ କରିଛନ୍ତି ।
ଆଇସିସିର ଏକ କାର୍ଯ୍ୟକ୍ରମରେ ହିଟ୍ ମ୍ୟାନ୍ କହିଛନ୍ତି ଯେ, ସେ ଦେଶ ପାଇଁ ବିଶ୍ୱକପ୍ ଜିତିବାକୁ ଚାହାଁନ୍ତି । ନିଜ ଟିମ୍ ସହ ଟ୍ରଫି ଉଠାଇବା ତାଙ୍କର ଲକ୍ଷ୍ୟ ରହିଛି । ଏଥିପାଇଁ ସେ ଲଗାତାର ପ୍ରୟାସ କରୁଛନ୍ତି । ଦିନିକିଆ ବିଶ୍ୱକପ ଦେଖି ସେ ଛୋଟରୁ ବଡ ହୋଇଛନ୍ତି । ସେତେବଳେ ଆଇପିଏଲ କିମ୍ବା ଟି୨୦ ବିଶ୍ୱକପ୍ ନଥିଲା । ଯାହା ଚାରି ବର୍ଷରେ ଥରେ ହେଉଥିଲା । ତେଣୁ ସେ ଖୁବ୍ ଉତ୍ସାହିତ ରହୁଥିଲେ ।

ସେ ଆହୁରି କହିଛନ୍ତି ଯେ, ସେ ବିଶ୍ୱକପ୍ ଟ୍ରଫି ଚାହାନ୍ତି । ତେଣୁ ୨୦୨୭ ବିଶ୍ୱକପ୍ ପାଇଁ ସେ ସମସ୍ତ ପ୍ରୟାସ କରିବେ । ଅଧିକ ପରିଶ୍ରମ କରି ଫିଟ୍ ରହିବାକୁ ଚେଷ୍ଟା କରିବେ । ସୂଚନାଯୋଗ୍ୟ, ୩୮ ବର୍ଷୀୟ ରୋହିତଙ୍କ ନେତୃତ୍ୱରେ ଭାରତ ଆଇସିସି ଟି୨୦ ଏବଂ ଚାମ୍ପିଅନ୍ସ ଟ୍ରଫି ଜିତିଛି । ନିକଟରେ ସେ ଏବଂ ବିରାଟ କୋହଲିଙ୍କ ବିସିସିଆଇ କଣ୍ଟ୍ରାକ୍ଟ ଲିଷ୍ଟରେ ଡିମୋସନ ହୋଇଥିଲା । ଉଭୟ କେବଳ ଦିନିକିଆ କ୍ରିକେଟ୍ ଖେଳୁଥିବାରୁ ସେମାନଙ୍କୁ ଗ୍ରୁପ୍ ବିରେ ବିସିସିଆଇ ରଖିଛି । ପୂର୍ବରୁ ଉଭୟ ଏ ପ୍ଲସ୍ ରେ ଥିଲେ । 
       
ଏଥିସହ ପଢ଼ନ୍ତୁ: BCCIର ବଡ଼ ନିଷ୍ପତ୍ତି, 'ଏ ପ୍ଲସ'ରୁ ହଟିଲେ ରୋହିତ ଓ ବିରାଟ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Rohit Sharma Opens Up on Playing 2027 World Cup, Hitman Says He Wants That Trophy | Argus News