Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପାକିସ୍ତାନ ଟିମ୍‌ରେ ରୋହିତ ଶର୍ମା ! ଭାଇରାଲ ହେଲା ବ୍ରଡକାଷ୍ଟରଙ୍କ ବଡ଼ ଭୁଲ୍‌

Sports

Rohit Sharma / ପାକିସ୍ତାନ ଟିମ୍‌ରେ ରୋହିତ ଶର୍ମା ! ଭାଇରାଲ ହେଲା ବ୍ରଡକାଷ୍ଟରଙ୍କ ବଡ଼ ଭୁଲ୍‌

Santosh Kumar Sahoo
Browse all articles by Santosh Kumar Sahoo
·2 hours ago·2 min read
ପାକିସ୍ତାନ ଟିମ୍‌ରେ ରୋହିତ ଶର୍ମା ! ଭାଇରାଲ ହେଲା ବ୍ରଡକାଷ୍ଟରଙ୍କ ବଡ଼ ଭୁଲ୍‌
Rohit Sharma

Key Points

ରୋହିତ ଶର୍ମା ହେଲେ ପାକିସ୍ତାନ କ୍ୟାପ୍ଟେନ୍ ?
LIVE ମ୍ୟାଚ୍‌ରେ ବଡ଼ ଭୁଲ
ପାକିସ୍ତାନ ଟିମ୍‌ରେ ଭାରତୀୟ ଖେଳାଳି
ବାଂଲାଦେଶ ଓ ପାକିସ୍ତାନ ମଧ୍ୟରେ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଜାରି ରହିଛି । ଏହି ସିରିଜ୍‌ର ପ୍ରଥମ ମ୍ୟାଚ୍‌ ମୀରପୁରର ଶେର-ଏ-ବାଂଲା ଷ୍ଟାଡିୟମରେ ଖେଳାଯାଉଛି । ତେବେ ଏହି ମ୍ୟାଚ୍‌ରେ ଖେଳଠାରୁ ଅଧିକ ଚର୍ଚ୍ଚାରେ ରହିଛି ବ୍ରଡ୍‌କାଷ୍ଟରଙ୍କ ଏକ ବୁଡ଼ ଭୁଲ । ପାକିସ୍ତାନ ଟିମ୍‌ର ପ୍ଲେଇଂ-୧୧ ଦେଖାଇବା ସମୟରେ ସ୍କ୍ରିନ୍‌ରେ ଭାରତୀୟ ଖେଳାଳିଙ୍କ ନାମ ଆସିଯାଇଥିଲା । ଏହା ପରେ ସୋସିଆଲ୍ ମିଡିଆରେ ଏହା ବେଶ୍‌ ଭାଇରାଲ ହୋଇଥିଲା । ତେବେ ଏପରି ଏକ ବଡ଼ ଭୁଲ୍ କେମିତି ହେଲା ? ଆସନ୍ତୁ ଜାଣିବା...

ବାସ୍ତବରେ ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନର ପ୍ରଥମ ସେସନରେ ଯେତେବେଳେ ପାକିସ୍ତାନର ପ୍ଲେଇଂ ଇଲେଭେନ ସ୍କ୍ରିନରେ ଦେଖାଯାଉଥିଲା, ସେତେବେଳେ ପାକିସ୍ତାନୀ ଖେଳାଳିଙ୍କ ବଦଳରେ ଭାରତୀୟ କ୍ରିକେଟରଙ୍କ ନାମ ଦେଖାଯାଇଥିଲା । ଏହା ପ୍ରଶଂସକମାନଙ୍କୁ ଆଶ୍ଚର୍ଯ୍ୟ କରିଥିଲା ​​ଏବଂ ସୋସିଆଲ ମିଡିଆରେ ଏହା ଭାଇରାଲ ହୋଇଥିଲା ।

ବ୍ରଡକାଷ୍ଟରଙ୍କ ଗ୍ରାଫିକ୍ସରେ ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ, ତିଲକ ବର୍ମା, ଶିବମ ଦୁବେ, ଜିତେଶ ଶର୍ମା, ରିଙ୍କୁ ସିଂହ, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, ରବି ବିଷ୍ଣୋଇ, ଅର୍ଶଦୀପ ସିଂହ ଏବଂ ମୁକେଶ କୁମାରଙ୍କ ନାମ ପାକିସ୍ତାନର ପ୍ଲେଇଂ ଇଲେଭେନରେ ଦେଖାଯାଇଥିଲା । ଏହାର ଅର୍ଥ ହେଉଛି ପାକିସ୍ତାନ ବଦଳରେ ସମ୍ପୂର୍ଣ୍ଣ 'ଟିମ୍ ଇଣ୍ଡିଆ' ସ୍କ୍ରିନରେ ଦେଖାଯାଇଥିଲା । ଏହି ଭୁଲ ସ୍କ୍ରିନ୍‌ ଆସିବା ପରେ ସୋସିଆଲ ମିଡିଆରେ ଏହାକୁ ନେଇ ଅନେକ ମିମ୍‌ ଦେଖିବାକୁ ମିଳିଛି ।


ଏହି ଭୁଲ ପାଇଁ ଅନେକ ସୋସିଆଲ ମିଡିଆ ୟୁଜର୍ସ ପ୍ରତିକ୍ରିୟା ରଖିଛନ୍ତି । କେତେକ ୟୁଜର୍ସ ମଜାରେ କହିଛନ୍ତି ଯେ ଗ୍ରାଫିକ୍ସ ଟିମ୍‌ ଅଧିକ ଦର୍ଶକଙ୍କୁ ଆକର୍ଷିତ କରିବା ଏବଂ ଆଗ୍ରହ ବୃଦ୍ଧି କରିବା ପାଇଁ ଜାଣିଶୁଣି ଭାରତୀୟ ଖେଳାଳିମାନଙ୍କୁ ବ୍ୟବହାର କରିଛି। ଆଉ ଜଣେ ପ୍ରଶଂସକ ଲେଖିଛନ୍ତି "ବିସ୍ତୃତ ବିବରଣୀ ପ୍ରତି ଟିକିଏ ଧ୍ୟାନ ଦେଲେ, ଏହି ଲଜ୍ଜାକୁ ଏଡାଯାଇପାରିଥାନ୍ତା" ।

ଯଦି ମ୍ୟାଚ୍ ସମ୍ପର୍କରେ କହିବା ତାହାଲେ, ବାଂଲାଦେଶ ଅଧିନାୟକ ନାଜମୁଲ ହୋସେନ ଶାନ୍ତୋଙ୍କ ଚମତ୍କାର ଶତକ ଯୋଗୁଁ ବାଂଲାଦେଶ ପ୍ରଥମ ଇନିଂସରେ ୪୧୩ ରନ କରିଥିଲା । ଶାନ୍ତୋ ୧୩୦ ବଲରୁ ୧୦୧ ରନ କରିଥିଲେ । ସେହିପରି ମୋମିନୁଲ ହକ୍ ୯୧ ରନ କରିଥିଲେ । ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ମୁସଫିକର ରହିମ ୭୧ ରନ୍‌ କରିଥିଲେ । ଆଣ୍ଠୁ ଆଘାତ ଯୋଗୁଁ ପୂର୍ବତନ ପାକିସ୍ତାନ ଅଧିନାୟକ ବାବର ଆଜମ ଏହି ଟେଷ୍ଟ ମ୍ୟାଚରେ ଖେଳୁନାହାଁନ୍ତି । ପାକିସ୍ତାନୀ ଅଧିନାୟକ ଶାନ ମାସୁଦ ଟସ୍ ସମୟରେ କହିଥିଲେ ଯେ ବାବରଙ୍କ ଅନୁପସ୍ଥିତି ଦଳ ପାଇଁ ଏକ ବଡ଼ ଧକ୍କା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Rohit Sharma in Pakistan Team? Broadcaster’s Graphic Error Goes Viral | Argus News