Bronco Test: ରୋହିତ ଶର୍ମାଙ୍କ ସହ ବାଜି ମାରିଲେ ଏହି ଖେଳାଳି, ପାସ୍ କଲେ 'ବ୍ରୋଙ୍କୋ ଟେଷ୍ଟ'

Key Points
କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର । ବ୍ରୋଙ୍କୋ ଓ ୟୋ-ୟୋ ଟେଷ୍ଟ ପାସ୍ କଲେ ରୋହିତ ଶର୍ମା ।
ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) ଟିମ୍ ଇଣ୍ଡିଆରେ ସ୍ଥାନ ପାଇବା ପାଇଁ ୟୋ-ୟୋ ଟେଷ୍ଟ ସହିତ ବ୍ରୋଙ୍କୋ ଟେଷ୍ଟକୁ ବାଧ୍ୟତାମୂଳକ କରିଛି । ବ୍ରୋଙ୍କୋ ଟେଷ୍ଟକୁ ରଗବୀରୁ ଅଣାଯାଇଛି । ଏହାକୁ ଏକ ବହୁତ କଷ୍ଟକର ଫିଟନେସ୍ ଟେଷ୍ଟ ବୋଲି କୁହାଯାଉଛି । ତଥାପି, ୩୮ ବର୍ଷୀୟ ରୋହିତ ଶର୍ମା ଉଭୟ ବ୍ରୋଙ୍କୋ ଟେଷ୍ଟ ଏବଂ ୟୋ-ୟୋ ଟେଷ୍ଟ ପାସ୍ କରିଛନ୍ତି ।
BCCI ସେଣ୍ଟର ଅଫ୍ ଏକ୍ସଲେନ୍ସରେ ଆୟୋଜିତ ଫିଟନେସ୍ ଶିବିରରେ ଭାରତୀୟ ODI ଅଧିନାୟକ ବ୍ରୋଙ୍କୋ ଟେଷ୍ଟ ଏବଂ ୟୋ-ୟୋ ଟେଷ୍ଟ ସଫଳତାର ସହ ପାସ୍ କରିଛନ୍ତି । ରୋହିତଙ୍କ ବ୍ୟତୀତ ଜଶପ୍ରୀତ ବୁମ୍ରା, ଶୁଭମନ ଗିଲ୍, ମହମ୍ମଦ ସିରାଜ, ୱାଶିଂଟନ୍ ସୁନ୍ଦର, ଶାର୍ଦ୍ଦୁଳ ଠାକୁର, ଯଶସ୍ୱୀ ଜୟସ୍ୱାଲ ଏବଂ ପ୍ରସିଦ୍ଧ କ୍ରିଷ୍ଣା ମଧ୍ୟ ଉଭୟ ବ୍ରୋଙ୍କୋ ଏବଂ ୟୋ-ୟୋ ଟେଷ୍ଟ ପାସ୍ କରିଛନ୍ତି । ଯଦିଓ ବ୍ରୋଙ୍କୋ ଟେଷ୍ଟ କ୍ରିକେଟ ଜଗତରେ ନୂଆ, ଏହାକୁ ଦୀର୍ଘ ସମୟ ଧରି ରଗବୀରେ ଫିଟନେସର ମାନକ ଭାବରେ ବ୍ୟବହାର କରାଯାଇ ଆସୁଛି ।
ବ୍ରୋଙ୍କୋ ଟେଷ୍ଟ କ’ଣ ?
📱 Get Argus News App
✨ଆଜିର ଯୁଗରେ କ୍ରିକେଟରେ ଓ୍ବାର୍କଲୋଡ୍ ମ୍ୟାନେଜମେଣ୍ଟ ବହୁତ ଗୁରୁତ୍ବ ବହନ କରେ । ଏଥିପାଇଁ କ୍ରିକେଟରମାନଙ୍କୁ ଉଚ୍ଚମାନର ଫିଟନେସ୍ ସ୍ତରର ଆବଶ୍ୟକତା ଅଛି। ଏହାକୁ ଧ୍ୟାନରେ ରଖି ବ୍ରୋଙ୍କୋ ଟେଷ୍ଟ ଆରମ୍ଭ କରାଯାଇଛି । ଏହା ଖେଳାଳିମାନଙ୍କର ହାର୍ଟରେଟ୍ ସହ ଏବଂ ମାନସିକ କ୍ଷମତା ପରୀକ୍ଷା କରେ । ଯାହା ଆଧୁନିକ କ୍ରିକେଟର ଶାରୀରିକ ଚାହିଦାକୁ ପ୍ରତିଫଳିତ କରେ।
ବ୍ରୋଙ୍କୋ ଟେଷ୍ଟର ସେଟଅପ୍ ଯେପରି ସରଳ । ସେହିପରି ଶାରୀରିକ ଭାବରେ ଚ୍ୟାଲେଞ୍ଜିଂ ମଧ୍ୟ । ଏହି ପରୀକ୍ଷାରେ, ୦ ମିଟର, ୨୦ ମିଟର, ୪୦ ମିଟର ଏବଂ ୬୦ ମିଟର ବ୍ୟବଧାନରେ ଚାରୋଟି କୋନ୍ ରଖାଯାଇଥାଏ । ପ୍ରଥମ ସେଟ୍ରେ ୨୦ ମିଟର ପର୍ଯ୍ୟନ୍ତ ଦୌଡ଼ିବାକୁ ଏବଂ ଏହା ପରେ ଫେରିବାକୁ ପଡ଼େ । ତା'ପରେ ୪୦ ମିଟର ପର୍ଯ୍ୟନ୍ତ ଦୌଡ଼ିବା ଏବଂ ଫେରିବା । ଶେଷରେ ୬୦ ମିଟର ପର୍ଯ୍ୟନ୍ତ ଦୌଡ଼ିବା ଏବଂ ଫେରିବାକୁ ପଡ଼ିଥାଏ । ଏମିତି ସଟଲ୍ ପ୍ୟାଟର୍ଣ୍ଣରେ ପ୍ରତ୍ୟେକ ସେଟ୍ରେ ମୋଟ ୨୪୦ ମିଟର ଦୌଡ଼ିବାକୁ ପଡ଼ିଥାଏ । ପ୍ରତ୍ୟେକ ଖେଳାଳି ପାଞ୍ଚଟି ସେଟ୍ ପୂରଣ କରିବାକୁ ପଡିବ । ତେବେ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ପାଞ୍ଚଟି ସେଟ ମଧ୍ୟ କୌଣସି ପ୍ରକାର ବିଶ୍ରାମର ବ୍ୟବଧାନ ନାହିଁ ।