Videos
|
Sports

Rohit Captaincy Comeback / 'IPL ୨୦୨୭ ପାଇଁ ମୁଁ ସମ୍ପୂର୍ଣ୍ଣ ପ୍ରସ୍ତୁତ', ଅଧିନାୟକ ହେବା ପରେ ରୋହିତଙ୍କ ବଡ଼ ବୟାନ

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
'IPL ୨୦୨୭ ପାଇଁ ମୁଁ ସମ୍ପୂର୍ଣ୍ଣ ପ୍ରସ୍ତୁତ', ଅଧିନାୟକ ହେବା ପରେ ରୋହିତଙ୍କ ବଡ଼ ବୟାନ
Rohit Sharma MI Captain

Key Points

ଅଧିନାୟକ ହେବା ପରେ ରୋହିତଙ୍କ ପ୍ରଥମ ପ୍ରତିକ୍ରିୟା
ଷଷ୍ଠ ଟାଇଟଲ୍ ଉପରେ ନଜର
ପ୍ରଥମ ବୟାନରେ କହିଲେ...
ମୁମ୍ବାଇ: ଆଇପିଏଲ୍ ୨୦୨୭ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଶିବିରରୁ ଆସିଛି ବଡ଼ ଖବର । ପୁଣି ଥରେ ଦଳର ଅଧିନାୟକ ଦାୟିତ୍ୱ ତୁଲାଇବେ ଭାରତୀୟ କ୍ରିକେଟ୍‌ର ଷ୍ଟାର୍ ଖେଳାଳି ରୋହିତ ଶର୍ମା । ଶୁକ୍ରବାର ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଏନେଇ ଘୋଷଣା କରାଯାଇଛି। ଆଇପିଏଲ୍‌ର ୨୦ତମ ସିଜିନ୍‌ରେ ରୋହିତଙ୍କ ନେତୃତ୍ୱରେ ମଇଦାନକୁ ଓହ୍ଲାଇବ ମୁମ୍ବାଇ ଦଳ ।

୨୦୧୧ ମସିହାରେ ମୁମ୍ବାଇ ଇଣ୍ଡିଆନ୍ସ ସହ ଯୋଡ଼ି ହୋଇଥିଲେ ରୋହିତ ଶର୍ମା । ଏହାପରେ ୨୦୧୩ରୁ ୨୦୨୩ ପର୍ଯ୍ୟନ୍ତ ସେ ଦଳର ଅଧିନାୟକ ଦାୟିତ୍ୱ ସମ୍ଭାଳିଥିଲେ। ତାଙ୍କ ନେତୃତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ୫ ଥର ଆଇପିଏଲ୍ ଚାମ୍ପିୟନ ହେବାର ଗୌରବ ହାସଲ କରିଥିଲା। ୨୦୧୩, ୨୦୧୫, ୨୦୧୭, ୨୦୧୯ ଏବଂ ୨୦୨୦ରେ ଦଳ ଟାଇଟଲ୍ ଜିତିଥିଲା ।

ରୋହିତଙ୍କ ଅଧିନାୟକତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ଏକ ସଫଳ ଦଳ ଭାବେ ନିଜର ପରିଚୟ ସୃଷ୍ଟି କରିଥିଲା। ଯୁବ ଖେଳାଳିଙ୍କୁ ସୁଯୋଗ ଦେବା, ଦଳକୁ ଏକଜୁଟ୍ ରଖିବା ଏବଂ ଚାପପୂର୍ଣ୍ଣ ପରିସ୍ଥିତିରେ ଉନ୍ନତ ପ୍ରଦର୍ଶନ କରିବାରେ ରୋହିତଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିଛି ।

ଏହି ନିଷ୍ପତ୍ତିକୁ ନେଇ ମୁମ୍ବାଇ ଇଣ୍ଡିଆନ୍ସର ମାଲିକାଣୀ ନୀତା ଅମ୍ବାନୀ ଖୁସି ପ୍ରକାଶ କରିଛନ୍ତି । ରୋହିତଙ୍କୁ ପୁଣି ଥରେ ଦଳର ନେତୃତ୍ୱ ନେଉଥିବା ଦେଖିବା ୨୦ତମ ସିଜିନ୍ ପାଇଁ ଏକ ସ୍ୱତନ୍ତ୍ର ମୁହୂର୍ତ୍ତ ବୋଲି ସେ କହିଛନ୍ତି । ରୋହିତଙ୍କ ସହ ମୁମ୍ବାଇ ଇଣ୍ଡିଆନ୍ସର ଯାତ୍ରା ଅନେକ ସ୍ମରଣୀୟ ସଫଳତାରେ ଭରି ରହିଛି ଏବଂ ଆଗାମୀ ଦିନରେ ମଧ୍ୟ ଦଳ ନୂଆ ସଫଳତା ହାସଲ କରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେହିପରି ଆକାଶ ଅମ୍ବାନୀ ମଧ୍ୟ ରୋହିତଙ୍କ ଅଭିଜ୍ଞତା ଓ ନେତୃତ୍ୱ ଦକ୍ଷତା ଉପରେ ଭରସା ପ୍ରକାଶ କରିଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ଓ ଏହାର ପ୍ରଶଂସକଙ୍କ ସହ ରୋହିତଙ୍କ ସମ୍ପର୍କ ଅତ୍ୟନ୍ତ ସ୍ୱତନ୍ତ୍ର ବୋଲି ସେ କହିବା ସହ ଆଗାମୀ ସିଜିନ୍‌ରେ ଦଳ ଏଭଳି କ୍ରିକେଟ୍ ଖେଳିବାକୁ ଚାହୁଁଛି, ଯାହା ପ୍ରଶଂସକଙ୍କୁ ଗର୍ବିତ କରିବ ।

ଅନ୍ୟପଟେ ପୁଣି ଥରେ ଅଧିନାୟକ ଦାୟିତ୍ୱ ମିଳିବା ପରେ ରୋହିତ ଶର୍ମା ମଧ୍ୟ ନିଜର ଖୁସି ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି , “ମୁମ୍ବାଇ ଇଣ୍ଡିଆନ୍ସ ମୋ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇ ରହିଆସିଛି ଏବଂ ଏହି ଦଳର ଅଧିନାୟକ ହେବା ସବୁବେଳେ ମୋ ପାଇଁ ଗର୍ବର ବିଷୟ। ମୋର ଦୃଢ଼ ବିଶ୍ୱାସ ଯେ, ଆମେ ମିଳିତ ଭାବେ ଅନେକ ସଫଳତା ହାସଲ କରିପାରିବୁ। ମୁଁ ୨୦ତମ ସିଜିନ୍ ଏବଂ ଆଗାମୀ ଆହ୍ୱାନଗୁଡ଼ିକର ସାମ୍ନା କରିବାକୁ ପ୍ରସ୍ତୁତ । ଆମର ଧ୍ୟାନ ନିଜସ୍ୱ ଶୈଳୀରେ କ୍ରିକେଟ୍ ଖେଳିବା, ଏକଜୁଟ ହୋଇ ପ୍ରତିଦ୍ୱନ୍ଦ୍ୱିତା କରିବା ଏବଂ ଖେଳକୁ ଉପଭୋଗ କରିବା ଉପରେ ରହିବ ।”