Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Rohit Sharma / ସମାଲୋଚକଙ୍କୁ ବ୍ୟାଟ୍‌ରେ ଜବାବ ଦେଲେ ରୋହିତ, ଅବସର ପାଇଁ କହୁଥିଲେ...୧୦୦ କରି ଚୁପ୍‌ କରାଇଲେ

Santosh Kumar Sahoo
Browse all articles by Santosh Kumar Sahoo
·8 months ago·2 min read
ସମାଲୋଚକଙ୍କୁ ବ୍ୟାଟ୍‌ରେ ଜବାବ ଦେଲେ ରୋହିତ, ଅବସର ପାଇଁ କହୁଥିଲେ...୧୦୦ କରି ଚୁପ୍‌ କରାଇଲେ

Key Points

ସିଡନୀରେ ଭାରତର ବଡ଼ ବିଜୟ । ସମାଲୋଚକଙ୍କୁ ବ୍ୟାଟ୍‌ରେ ଜବାବ ଦେଲେ ରୋହିତ । ଅପରାଜିତ ରହି ଭାରତକୁ ଜିତାଇଲେ ।
ରୋହିତ ଶର୍ମା । ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ । ବିଗତ କିଛି ଦିନ ରୋହିତଙ୍କ ବେଶ୍ କଠିନ । ରୋହିତଙ୍କ ଅଧିନାୟକତ୍ବରେ ଭାରତ ଟି-୨୦ ବିଶ୍ବକପ୍ ଓ ଚାମ୍ପିଅନ୍ସ ଟ୍ରଫି ଜିତିବା ପରେ ବି ହଠାତ୍ ତାଙ୍କୁ ଦିନିକିଆ ଅଧିନାୟକ ପଦରୁ ହଟାଇ ଦିଆଯାଇଥିଲା । କେବଳ ଏତିକି ନୁହେଁ ରୋହିତ ଦିନିକିଆରୁ ମଧ୍ୟ ଅବସର ନେଇଯିବା ଦରକାର ବୋଲି ସୋସିଆଲ ମିଡିଆରେ ଅନେକ ତାଙ୍କୁ ଟ୍ରୋଲ୍‌ କଲେ । ଆଉ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରେ ଶୀଘ୍ର ଆଉଟ୍ ହେବା ପରେ ସମାଲୋଚକମାନେ ପ୍ରବଳ ସମାଲୋଚନା କଲେ । କିନ୍ତୁ ଏତେ ସବୁ ପରେ ମଧ୍ୟ ଭାଙ୍ଗି ପଡ଼ିନଥିଲେ ରୋହିତ । ଶେଷ ଦୁଇ ଦିନିକିଆରେ ସମାଲୋଚକଙ୍କୁ ନିଜ ବ୍ୟାଟ୍‌ ମାଧ୍ୟମରେ ଜବାବ ଦେଇଛନ୍ତି ରୋହିତ । ଯେଉଁମାନେ ଦିନିକିଆରୁ ରୋହିତ ଅବସର ନେଇଯାଆନ୍ତୁ ବୋଲି କହୁଥିଲେ, ସେମାନଙ୍କୁ ସିଡନୀ ମ୍ୟାଚ୍‌ରେ ସେଞ୍ଚୁରୀ କରି ଚୁପ୍‌ କରାଇଛନ୍ତି ।

କେବଳ ଏତିକି ନୁହେଁ ଏହି ସିରିଜ୍‌ରେ ଦମଦାର ପ୍ରଦର୍ଶନ ପାଇଁ ରୋହିତଙ୍କୁ ମ୍ୟାନ୍‌ ଅଫ ଦି ସିରିଜ୍‌ ପୁରସ୍କାର ସହ ସିଡନୀ ମ୍ୟାଚ୍‌ରେ ଶତକ ପାଇଁ ତାଙ୍କୁ ମ୍ୟାନ୍‌ ଅଫ ଦି ମ୍ୟାଚ୍ ପୁରସ୍କାର ମିଳିଛି ।


ସିଡନୀରେ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆରେ ଭାରତୀୟ କ୍ରିକେଟ ଦଳର ହିଟମ୍ୟାନ୍ ରୋହିତ ଶର୍ମା ଚମତ୍କାର ପ୍ରଦର୍ଶନ କରିଛନ୍ତି । ୨୩୭ ରନର ଲକ୍ଷ୍ୟକୁ ପିଛା କରି ସେ ୧୧ ଚୌକା ଏବଂ ଦୁଇଟି ଛକା ମାରି ଏକ ମ୍ୟାଚ୍ ବିଜୟୀ ଶତକ ହାସଲ କରିଛନ୍ତି । ସିଡନୀ ମ୍ୟାଚ୍‌ରେ ସେ ଅପରାଜିତ ରହି ୧୨୧ ରନ୍‌ ଦମଦାର ଇନିଂସ ଖେଳିଥିଲେ । ତେବେ ଏହା ରୋହିତ ଶର୍ମାଙ୍କ ODI କ୍ରିକେଟରେ ୩୩ତମ ଶତକ । ରୋହିତ ଏବେ ଅନ୍ତର୍ଜାତୀୟ କ୍ରିକେଟରେ ୫୦ ଶତକ ପୂରଣ କରିଛନ୍ତି ।

ସେପଟେ ଅଷ୍ଟ୍ରେଲିଆ ବିପକ୍ଷରେ ଏହା ରୋହିତ ଶର୍ମାଙ୍କ ODI କ୍ରିକେଟରେ ନବମ ଶତକ । ରୋହିତ ଶର୍ମା ଅଷ୍ଟ୍ରେଲିଆ ବିପକ୍ଷରେ ସର୍ବାଧିକ ODI ଶତକରେ ସଚିନ ତେନ୍ଦୁଲକରଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି । ସଚିନ ଏବଂ ରୋହିତ ଉଭୟଙ୍କ ODIରେ ଅଷ୍ଟ୍ରେଲିଆ ବିପକ୍ଷରେ ୯ଟି ଶତକ ଅଛି।

ସିଡନୀରେ ଅଷ୍ଟ୍ରେଲିଆ ବିପକ୍ଷରେ ରୋହିତ ଶର୍ମା ୧୦୫ ବଲ୍‌ରେ ୧୧ ଚୌକା ଏବଂ ଦୁଇଟି ଛକା ସହାୟତାରେ ଶତକ ହାସଲ କରିଥିଲେ । ଏହା ହିଟମ୍ୟାନଙ୍କ ODIରେ ୩୩ତମ ଶତକ। ତାଙ୍କର ଟେଷ୍ଟରେ ୧୨ଟି ଏବଂ T20 ଆନ୍ତର୍ଜାତୀୟରେ ପାଞ୍ଚଟି ଶତକ ଅଛି । ଏହାସହ ରୋହିତ ଅନ୍ତର୍ଜାତୀୟ କ୍ରିକେଟରେ ୫୦ତମ ଶତକ ହାସଲ କରିଛନ୍ତି । ଏହା ସହ ସେ ଅନ୍ତର୍ଜାତୀୟ କ୍ରିକେଟର ତିନୋଟି ଫର୍ମାଟରେ ପାଞ୍ଚ କିମ୍ବା ତା’ଠାରୁ ଅଧିକ ଶତକ ମାରିଥିବା ବିଶ୍ୱର ଏକମାତ୍ର ବ୍ୟାଟସମ୍ୟାନ୍ ହୋଇଛନ୍ତି ।

ସେହିପରି ଏହା ଅଷ୍ଟ୍ରେଲିଆରେ ରୋହିତ ଶର୍ମାଙ୍କ ଷଷ୍ଠ ଏକଦିବସୀୟ ଶତକ । ଏହା ସହିତ ହିଟମ୍ୟାନ୍ ଏବେ ଅଷ୍ଟ୍ରେଲିଆରେ ଜଣେ ଭ୍ରମଣକାରୀ ବ୍ୟାଟସମ୍ୟାନଙ୍କ ଦ୍ୱାରା ସର୍ବାଧିକ ଏକଦିବସୀୟ ଶତକ ହାସଲ କରିଛନ୍ତି । ରୋହିତ ତାଙ୍କର ୩୩ତମ ଇନିଂସରେ ଅଷ୍ଟ୍ରେଲିଆ ବିପକ୍ଷରେ ଷଷ୍ଠ ଶତକ ହାସଲ କରିଛନ୍ତି । ପୂର୍ବରୁ, ଏହି ରେକର୍ଡ ଭାରତର କିମ୍ବଦନ୍ତୀ ବ୍ୟାଟସମ୍ୟାନ୍ ବିରାଟ କୋହଲିଙ୍କ ନାମରେ ଥିଲା । ବିରାଟ ଅଷ୍ଟ୍ରେଲିଆରେ ୩୨ଟି ଏକଦିବସୀୟ ଇନିଂସରେ ପାଞ୍ଚଟି ଶତକ ହାସଲ କରିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Rohit Sharma Silences Critics with Century in Sydney ODI | Strong Comeback After Captaincy Snub | Argus News