Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Rohit Sharma statement / ଅଧିନାୟକ ପଦ ହରାଇବା ପରେ ଭାଇରାଲ ହେଉଛି ରୋହିତଙ୍କ ବଡ଼ ବୟାନ

Ritu Das
Browse all articles by Ritu Das
·9 months ago·3 min read
ଅଧିନାୟକ ପଦ ହରାଇବା ପରେ ଭାଇରାଲ ହେଉଛି ରୋହିତଙ୍କ ବଡ଼ ବୟାନ

Key Points

ସମସ୍ତଙ୍କ ସାମ୍ନାରେ ରୋହିତ କହିଲେ ନିଜ ମନର କଥା

ଗୌତମ ଗମ୍ଭୀରଙ୍କୁ ଡରୁଛି ଟିମ୍ ଇଣ୍ଡିଆ

ଅଷ୍ଟେଲିଆ ସହ ରୋ-କୋ ଖେଳିବେ କ୍ୟାରିୟରର ଶେଷ ମ୍ୟାଚ!

ଭାରତୀୟ କ୍ରିକେଟ ଦଳର ହିଟମ୍ୟାନ ରୋହିତ ଶର୍ମା ବର୍ତ୍ତମାନ ତାଙ୍କ ଅଧିନାୟକତ୍ୱ ହରାଇବା ପରେ ଖବରରେ ଅଛନ୍ତି। ବିସିସିଆଇ ନିକଟରେ ଶୁଭମନ ଗିଲଙ୍କୁ ଦିନିକିଆ ଦଳର ଦାୟିତ୍ୱ ହସ୍ତାନ୍ତର କରିଛି, ଅର୍ଥାତ୍‌ ଟିମ ଇଣ୍ଡିଆ ଏବେ ଜଣେ ନୂତନ ଅଧିନାୟକଙ୍କ ସହିତ ଅଷ୍ଟ୍ରେଲିଆ ଗସ୍ତ ଆରମ୍ଭ କରିବ। ଆଉ ଏହାକୁ ନେଇ ପୁରା ଦେଶବାସୀ ଖପ୍ପା। କାହିଁକି ରୋହିତଙ୍କ କ୍ୟାପଟେନ୍ସି ଛଡ଼ାଇନେଲେ ଗମ୍ଭୀର। ଦେଶକୁ ଗୋଟିଏ ପରେ ଗୋଟିଏ ଟ୍ରଫି ଜିତାଇଥିଲେ ରୋହିତ। ହେଲେ ଶେଷରେ ତାଙ୍କୁ ମିଳିଲା କଣ। ଦିନିକିଆ ODIରେ ତାଙ୍କ କ୍ୟାପଟେନ୍ସି ତାଙ୍କୁ ସମ୍ମାନର ସହ ମିଳିଥିଲେ ଭଲ ହୋଇଥାଆନ୍ତା।



ଯଦି ଆମେ ଗିଲଙ୍କ ଗ୍ରୁମିଂ କଥା ଚିନ୍ତା କରୁଛେ ତେବେ ତାଙ୍କୁ ଭାଇସ କ୍ୟାପଟେନ ପଦ ଦେଇଥିଲେ ମଧ୍ୟ ହୋଇଥାଆନ୍ତା। ରୋହିତଙ୍କୁ ତାଙ୍କ ସାଥୀ ଖେଳାଳିମାନେ ବହୁତ ଭଲ ପାଆନ୍ତି। କିନ୍ତୁ ଜାଣିଶୁଣି ଅଗରକର ଏବଂ ଗମ୍ଭୀର ତାଙ୍କ image ଖରାପ କରିବାରେ ଲାଗିପଡ଼ିଛନ୍ତି। ରୋହିତ ଦଳରେ ଥିଲେ କାଳେ ଦଳର ସଂସ୍କୃତି ଖରାପ ହୋଇଥାନ୍ତା। ଏଭଳି କଥାକୁ ବହୁ ବରିଷ୍ଠ ଖେଳାଳି ଖଣ୍ଡନ କରିଛନ୍ତି। ଦଳର ପୂର୍ବତନ ଖେଳାଳି ଇରଫାନ ପଠାନ କହିଛନ୍ତି ରୋହିତଙ୍କ ଭଳି ବ୍ୟକ୍ତିତ୍ବ ମୁଁ କେବେ ଦେଖିନି। ସେ ତାଙ୍କ ଜୁନିୟର ପ୍ଲେୟରଙ୍କୁ ବହୁତ ଅଧିକ ଭଲ ପାଆନ୍ତି। ଏବେ ବିସିସିଆଇରେ ଖେଳ ନୁହେଁ ରାଜନୀତି ଚାଲିଛି ବୋଲି ଦେଶର କେତେକ କ୍ରିକେଟପ୍ରେମୀମାନେ କହିଛନ୍ତି।


ଭାବୁକ ହେଲେ ସଞ୍ଜୁ ସାମସନ; କହିଲେ, ୧୦ ବର୍ଷରେ ମାତ୍ର ଖେଳିଛି ୪୦ ମ୍ୟାଚ୍…


ଏସବୁ ଚର୍ଚ୍ଚା ମଧ୍ୟରେ ଦିନିକିଆ ଅଧିନାୟକତ୍ୱ ଛାଡିବା ପରେ ରୋହିତ ଶର୍ମାଙ୍କ ପ୍ରଥମ ବୟାନ ସାମ୍ନାକୁ ଆସିଛି, ଏବଂ ଏହା ଏବେ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି। ରୋହିତଙ୍କ ଟ୍ରାନ୍ସଫର୍ମେସନ ଦେଖି ଫ୍ୟାନ ତାଜୁବ। ମଙ୍ଗଳବାର ମୁମ୍ବାଇରେ ଅନୁଷ୍ଠିତ ସିଏଟ କ୍ରିକେଟ ରେଟିଂ ପୁରସ୍କାର ୨୦୨୫ରେ, ରୋହିତ ଶର୍ମା ଅଷ୍ଟ୍ରେଲିଆ ଗସ୍ତ ବିଷୟରେ ଗଣମାଧ୍ୟମ ସହିତ କଥା ହୋଇଥିଲେ। ରୋହିତ କହିଛନ୍ତି, ମୁଁ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବାକୁ ଭଲ ପାଏ। ସେଠାକାର ଲୋକମାନେ କ୍ରିକେଟକୁ ବୁଝନ୍ତି ଏବଂ ସମ୍ମାନ କରନ୍ତି। ସେଠାରେ ଖେଳିବା ସର୍ବଦା ଏକ ଭିନ୍ନ experience. ଯଦିଓ ସେ ସିଧାସଳଖ କ୍ୟାପଟେନ୍ସି ହରାଇବା ବିଷୟରେ କହି ନଥିଲେ, ତାଙ୍କର ବୟାନ ସ୍ପଷ୍ଟ ଭାବରେ ସୂଚାଇ ଦେଇଛି ଯେ ସେ ପରିବର୍ତ୍ତନ ଦ୍ୱାରା ଅତ୍ୟଧିକ ବିରକ୍ତ ନୁହଁନ୍ତି ଏବଂ ଆଗାମୀ ସିରିଜ ପାଇଁ ଉତ୍ସାହିତ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ରୋହିତ ଶର୍ମା ଏବେ ଅଷ୍ଟ୍ରେଲିଆରେ ଦିନିକିଆ ସିରିଜରେ ଖେଳାଳି ଭାବରେ ଅଂଶଗ୍ରହଣ କରିବେ। ଏହି ଗସ୍ତରେ ଟିମ ଇଣ୍ଡିଆ ତିନୋଟି ଦିନିକିଆ ଖେଳିବ। ପ୍ରଥମ ମ୍ୟାଚ ଅକ୍ଟୋବର ୧୯ ତାରିଖରେ ଖେଳାଯିବ। ଅନେକ କ୍ରିକେଟ ବିଶେଷଜ୍ଞଙ୍କ ମତରେ ଏହି ଦିନିକିଆ ସିରିଜ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ଶେଷ ଦିନିକିଆ ସିରିଜ ହୋଇପାରେ।


ଏହାସହ ପଢ଼ନ୍ତୁ: 'ଲୋକେ କହୁଥିଲେ ଖେଳ ଛାଡ଼ି ବାପା ସହ ଅଟୋ ଚଲା'


ରୋହିତ ଶର୍ମାଙ୍କୁ ODI ଅଧିନାୟକ ପଦରୁ ହଟାଇବା ବିଶ୍ୱ କ୍ରିକେଟରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଦକ୍ଷିଣ ଆଫ୍ରିକାର ଏବି ଡିଭିଲିୟର୍ସ ତାଙ୍କ YouTube ଚ୍ୟାନେଲରେ କହିଛନ୍ତି ଯେ ବିରାଟ ଏବଂ ରୋହିତ ପରବର୍ତ୍ତୀ ବିଶ୍ୱକପ ଖେଳିବେ କି ନାହିଁ ତାହାର କୌଣସି ଗ୍ୟାରେଣ୍ଟି ନାହିଁ। ଶୁଭମନ ଗିଲଙ୍କୁ ODI ଅଧିନାୟକ ଭାବରେ ନିଯୁକ୍ତ କରିବା ସମୟରେ ଚୟନକର୍ତ୍ତାମାନେ ସମାନ ମାନସିକତା ରଖିଥାଇପାରନ୍ତି।
ଏବି ଡିଭିଲିୟର୍ସ ଆହୁରି କହିଛନ୍ତି, ଶୁଭମନ ଗିଲଙ୍କ ପାଖରେ ଦୁଇ ଅଭିଜ୍ଞ ଖେଳାଳିଙ୍କଠାରୁ ବହୁତ କିଛି ଶିଖିବାର ସୁଯୋଗ ଅଛି। ଶୁଭମନଙ୍କ ପାଇଁ ଏହା ଏକ ଭଲ କଥା ଯେ ସେମାନେ ତାଙ୍କ ସହିତ ଅଛନ୍ତି। ଏହା ଏହି ସିରିଜରେ କିଛି ଆକର୍ଷଣୀୟ ଘଟଣା ଆଣିପାରେ। ଡିଭିଲିୟର୍ସ ଆହୁରି ମଧ୍ୟ କହିଛନ୍ତି, ମୁଁ ଜାଣିନାହିଁ ଆଗକୁ କ’ଣ ହେବ। ସତ କହିବାକୁ ଗଲେ, ଏହା ତାଙ୍କ ଫର୍ମ ଏବଂ ସେ କେତେ କ୍ରିକେଟ ଖେଳନ୍ତି ତାହା ଉପରେ ନିର୍ଭର କରେ। ୨୦୨୭ ଏପର୍ଯ୍ୟନ୍ତ ବହୁତ ଦୂରରେ ଅଛି।


ବିସିସିଆଇର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ନିଶ୍ଚିତ କରିଛନ୍ତି ଯେ ଅଧିନାୟକ ପରିବର୍ତ୍ତନ ବିଷୟରେ ରୋହିତ ଶର୍ମାଙ୍କୁ ପୂର୍ବରୁ ସୂଚନା ଦିଆଯାଇଥିଲା। ତଥାପି, ଯେତେବେଳେ ପଚରାଗଲା ଯେ ରୋହିତ ଏବଂ କୋହଲି ୨୦୨୭ ବିଶ୍ୱକପ ପର୍ଯ୍ୟନ୍ତ ଦଳର ଅଂଶ ରହିବେ କି ନାହିଁ, ସେ ସ୍ପଷ୍ଟ ଭାବରେ କହିଥିଲେ, “ବର୍ତ୍ତମାନ ସେମାନେ ଖେଳୁଛନ୍ତି ଏବଂ ଆମେ ସେମାନଙ୍କୁ ସେହି ଅନୁସାରେ ଦେଖୁଛୁ। ୨୦୨୭ ବିଷୟରେ କଥା ହେବା ଏବେଠୁ ମୂର୍ଖାମୀ ହେବ।


୧୩ ନଭେମ୍ବର, ୨୦୧୪… ଭାରତୀୟ କ୍ରିକେଟ ଇତିହାସରେ ସେହି ଦିନ, କୋଲକାତାର ଇଡନ୍ ଗାର୍ଡେନ୍ସ ଏକ ଏପରି ସଫଳତା ଦେଖିଥିଲା ​​ଯାହାକୁ ବହୁତ କମ୍ ଲୋକ ଦୋହରାଇପାରିବେ। ରୋହିତ ଶର୍ମା ସେହି ଦିନ ଶ୍ରୀଲଙ୍କା ବିପକ୍ଷରେ ଯାହା ହାସଲ କରିଥିଲେ ତାହା କ୍ରିକେଟ ଇତିହାସରେ “ଅସମ୍ଭବକୁ ସମ୍ଭବ” କରିଥିଲା। ତାଙ୍କର ୨୬୪ ରନର ରେକର୍ଡ, ଦିନିକିଆ କ୍ରିକେଟରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର ଥିଲା । ଏହା ହାସଲ କରିବାର ୧୦ ବର୍ଷ ବିତିଗଲାଣି, କିନ୍ତୁ ଆଜି ମଧ୍ୟ ସେ ରେକର୍ଡକୁ କେହି ଭାଙ୍ଗି ପାରିନାହାନ୍ତି ।

Sponsored