Videos
|
Sports

Rohit Kohli World Cup / ଶୁବମନ ଗିଲ୍‌ଙ୍କ ବଡ଼ ସଙ୍କେତ ! ୨୦୨୭ ବିଶ୍ୱକପ୍‌ ଖେଳିବେ ରୋହିତ-ବିରାଟ ?

Santosh Kumar Sahoo
Browse all articles by Santosh Kumar Sahoo
·39 mins ago·3 min read
ଶୁବମନ ଗିଲ୍‌ଙ୍କ ବଡ଼ ସଙ୍କେତ ! ୨୦୨୭ ବିଶ୍ୱକପ୍‌ ଖେଳିବେ ରୋହିତ-ବିରାଟ ?
Rohit Kohli World Cup

Key Points

ଏବେ ଗିଲ୍‌ ବି ଦେଲେ ହିଣ୍ଟ !
୨୦୨୭ ବିଶ୍ୱକପ୍‌ରେ ଖେଳିପାରନ୍ତି ରୋହିତ-କୋହଲି
ଗିଲ୍‌ଙ୍କ ଭିଡିଓ ଭାଇରାଲ୍‌
ଆସନ୍ତା ୨୦୨୭ ମସିହାରେ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଓ ନାମିବିଆର ମିଳିତ ଆୟୋଜନରେ ଖେଳାଯିବ ଆଇସିସି ଦିନିକିଆ ବିଶ୍ୱକପ୍‌ । ଏହାକୁ ନେଇ ଏବେଠାରୁ କ୍ରିକେଟ୍‌ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି । ତେବେ ଏହି ବିଶ୍ୱକପ୍‌ରେ ଭାରତର ଦୁଇ ଅଭିଜ୍ଞ ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲି ଖେଳିବେ କି ନାହିଁ, ତାହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଏହାରି ମଧ୍ୟରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍‌ଙ୍କ ଏକ ବୟାନକୁ ନେଇ ନୂଆ ଆଶା ସୃଷ୍ଟି ହୋଇଛି । 
ନିକଟରେ ଷ୍ଟାର ସ୍ପୋର୍ଟସ ପକ୍ଷରୁ ଭାରତ-ଶ୍ରୀଲଙ୍କା ଆଗାମୀ ଦିନିକିଆ ସିରିଜ୍‌କୁ ନେଇ ଏକ ପ୍ରମୋ ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଇଛି । ଏହି ଭିଡିଓରେ ରୋହିତ ଶର୍ମା, ବିରାଟ କୋହଲି ଓ ଶୁବମନ ଗିଲ୍‌ ନଜର ଆସିଛନ୍ତି ।

ଭିଡିଓର ଆରମ୍ଭରେ ବିରାଟ କୋହଲିଙ୍କୁ ଦେଖାଯାଇଥିବା ବେଳେ ବ୍ୟାକ୍‌ଗ୍ରାଉଣ୍ଡରେ ପ୍ରଶ୍ନ ଆସୁଛି ଯେ, କ'ଣ ବିରାଟ ୨୦୨୭ରେ ନିଜର ଦ୍ୱିତୀୟ ବିଶ୍ୱକପ୍‌ ଜିତିବେ ? ଏହାପରେ ରୋହିତ ଶର୍ମାଙ୍କୁ ହାତରେ ଜର୍ସି ଧରିଥିବା ଦେଖିବାକୁ ମିଳୁଛି ।


ଏହି ସମୟରେ ଶୁବମନ ଗିଲ୍‌ଙ୍କ ସ୍ୱର ଶୁଣିବାକୁ ମିଳୁଛି । ସେ କହୁଛନ୍ତି, “ବିଶ୍ୱକପ୍‌ ଜିତିବାକୁ ବାହାରିଛନ୍ତି ମାନେ ଚାପ ତ ରହିବ । ଯେତେବେଳେ ଭାରତ ପାଇଁ ପଡ଼ିଆକୁ ଓହ୍ଲାଉଛୁ, ସେତେବେଳେ ଆଶା ମଧ୍ୟ ସାଙ୍ଗରେ ଥାଏ । ସବୁଠାରୁ ବଡ଼ ଟ୍ରଫି ଜିତିବା ପାଇଁ ସବୁକିଛି ବାଜି ଲଗାଇବାକୁ ପଡ଼େ । ବିଶ୍ୱକପ୍‌ ଜିତିବାର ରାସ୍ତା ସହଜ ନୁହେଁ। କିନ୍ତୁ ଗୋଟିଏ କଥା ସ୍ପଷ୍ଟ, ଯେଉଁଠି ବଡ଼ ମ୍ୟାଚ୍‌ର କଥା ଆସେ, ସେଠାରେ କିମ୍ବଦନ୍ତୀ ଖେଳାଳିମାନେ ହିଁ ଛିଡ଼ା ହୁଅନ୍ତି । ମୋର ଆଶା, ଏଥିରୁ ଆପଣଙ୍କ ପ୍ରଶ୍ନର ଉତ୍ତର ମିଳିଯାଇଥିବ ।”

ଭିଡିଓର ଶେଷରେ ରୋହିତ ଓ ବିରାଟଙ୍କୁ ଏକାଠି ଦେଖିବାକୁ ମିଳୁଛି । ଏଥିରେ ବିଶ୍ୱକପ୍‌ ପ୍ରସ୍ତୁତି ପୂର୍ବରୁ ଭାରତ-ଶ୍ରୀଲଙ୍କା ସିରିଜ୍‌ ଉପରେ ଗୁରୁତ୍ୱ ଦିଆଯାଇଛି । ଯଦିଓ ଏହା ଏକ ପ୍ରମୋସନାଲ୍‌ ଭିଡିଓ, ତଥାପି ଗିଲ୍‌ଙ୍କ ଏହି ବୟାନକୁ ନେଇ ରୋହିତ ଓ ବିରାଟଙ୍କ ୨୦୨୭ ବିଶ୍ୱକପ୍‌ ଖେଳିବା ସମ୍ଭାବନାକୁ ନେଇ ଚର୍ଚ୍ଚା ବଢ଼ିଛି। ତେବେ ଉଭୟଙ୍କ ଅଂଶଗ୍ରହଣ ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

ଡିସେମ୍ବରରେ ଭାରତ ଆସିବ ଶ୍ରୀଲଙ୍କା ଦଳ

ଆଗାମୀ ଡିସେମ୍ବରରେ ଶ୍ରୀଲଙ୍କା କ୍ରିକେଟ୍‌ ଦଳ ଭାରତ ଗସ୍ତରେ ଆସିବ। ଏହି ଗସ୍ତରେ ଉଭୟ ଦଳ ମଧ୍ୟରେ ୩ଟି ଦିନିକିଆ ଓ ୩ଟି ଟି-୨୦ ମ୍ୟାଚ୍‌ ଖେଳାଯିବ ।

ଦିନିକିଆ ସିରିଜ୍‌ର କାର୍ଯ୍ୟସୂଚୀ:

ପ୍ରଥମ ଦିନିକିଆ: ଡିସେମ୍ବର ୧୩, ବିଶାଖାପାଟଣା
ଦ୍ୱିତୀୟ ଦିନିକିଆ: ଡିସେମ୍ବର ୧୬, ବେଙ୍ଗାଲୁରୁ
ତୃତୀୟ ଦିନିକିଆ: ଡିସେମ୍ବର ୧୯, ଅହମ୍ମଦାବାଦ
ଏହାପରେ ଡିସେମ୍ବର ୨୨ରୁ ୨୭ ତାରିଖ ମଧ୍ୟରେ ଉଭୟ ଦଳ ମଧ୍ୟରେ ୩ଟି ଟି-୨୦ ମ୍ୟାଚ୍‌ ଖେଳାଯିବ ।

ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍‌ରେ କୋହଲିଙ୍କ ଦମ୍‌ଦାର ପ୍ରଦର୍ଶନ

ନିକଟରେ ନ୍ୟୁଜିଲାଣ୍ଡ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ରେ ରୋହିତ ଓ ବିରାଟ ଖେଳିଥିଲେ। ଏହି ସିରିଜ୍‌କୁ ଭାରତ ୩-୧ରେ ଜିତିଥିଲା । ସିରିଜ୍‌ରେ ବିରାଟ କୋହଲି ଚମତ୍କାର ବ୍ୟାଟିଂ କରି ୪ଟି ଇନିଂସରେ ମୋଟ ୮୬ ରନ୍‌ ସଂଗ୍ରହ କରିଥିଲେ। ସେ ଭାରତ ପକ୍ଷରୁ ସର୍ବାଧିକ ରନ୍‌ କରିଥିବା ବ୍ୟାଟ୍ସମ୍ୟାନ୍‌ ଥିଲେ । ପ୍ରଥମ ମ୍ୟାଚ୍‌ରେ ମାତ୍ର ୫୧ଟି ବଲ୍‌ରୁ ୭୪ ରନ୍‌ର ଆକର୍ଷଣୀୟ ଇନିଂସ ଖେଳିଥିଲେ । ଅନ୍ୟପଟେ ରୋହିତ ଶର୍ମାଙ୍କ ପ୍ରଦର୍ଶନ ସେତେଟା ଭଲ ରହିନଥିଲା। ସେ ୪ଟି ଇନିଂସରେ ମାତ୍ର ୩୦ ରନ୍‌ କରିଥିଲେ ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: