Virat and Rohit / ଶେଷ ଥର ପାଇଁ ରୋହିତ-ବିରାଟଙ୍କୁ ଦେଖି କାନ୍ଦିଲେ କମେଣ୍ଟେଟର, ଭାଇରାଲ ହେଲା ଭିଡିଓ
·8 months ago·2 min read

Key Points
ଅଷ୍ଟ୍ରେଲିଆରେ ଶେଷ ଦିନିକିଆରେ କମାଲ କଲେ ରୋହିତ-ବିରାଟ । ରୋ-କୋଙ୍କ ପାର୍ଟନରସିପ୍ ଦେଖି କାନ୍ଦିଲେ କମେଣ୍ଟେଟର । ଭାଇରାଲ ହେଲା ଭିଡିଓ ।
ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଶେଷ ହୋଇଛି । ଏହି ସିରିଜ୍ରେ ଭାରତ ୨-୧ରେ ପରାଜୟ ଲାଭ କରିଛି । କିନ୍ତୁ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍ରେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ମଧ୍ୟରେ ଏକ ଆର୍କଷଣୀୟ ପାର୍ଟନରସିପ୍ ଦେଖିବାକୁ ମିଳିଥିଲା । ଉଭୟ ଅପରାଜିତ ରହି ଭାରତକୁ ବଡ଼ ବିଜୟ ଭେଟି ଦେଇଥିଲେ ।
ତେବେ ରୋହିତ ଏବଂ ବିରାଟ ଏବେ ତାଙ୍କ କ୍ୟାରିୟରର ଶେଷ ପାହାଚରେ ରହିଛନ୍ତି । ଚର୍ଚ୍ଚା ହେଉଛି କି ବିରାଟ ଓ ରୋହିତ ଶେଷ ଥର ପାଇଁ ଅଷ୍ଟ୍ରେଲିଆ ମାଟିରେ ଖେଳିସାରିଛନ୍ତି । ଆଉ ତୃତୀୟ ଦିନିକିଆରେ ଶେଷ ଥର ପାଇଁ ରୋହିତ ଓ ବିରାଟ ଅଷ୍ଟ୍ରେଲିଆରେ ଖେଳୁଥିବାର ଦେଖି ଜଣେ କମେଣ୍ଟେଟର କାନ୍ଦି ପକାଇଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
'ଶେଷ' ଥର ପାଇଁ ରୋହିତ ଏବଂ ବିରାଟଙ୍କୁ ଦେଖି କାନ୍ଦିଲେ କମେଣ୍ଟେଟର'
ରୋହିତ ଶର୍ମା ଏବଂ ବିରାଟ କୋହଲି ତୃତୀୟ ଦିନିକିଆରେ ୧୬୮ ରନ୍ର ପାର୍ଟନରସିପ୍ କରିଥିଲେ । ପୂର୍ବରୁ ଟି-୨୦ ଓ ଟେଷ୍ଟରୁ ଅବସର ଘୋଷଣା କରିସାରିଛନ୍ତି ରୋ-କୋ । ଏବେ ଉଭୟ କେବଳ ଦିନିକିଆ କ୍ରିକେଟ ଖେଳୁଛନ୍ତି । ଚାମ୍ପିଅନ୍ସ ଟ୍ରଫି ଫାଇନାଲ ପରେ ଏହି ଦୁଇ ଷ୍ଟାର ବ୍ୟାଟ୍ସମ୍ୟାନ୍ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆରେ ଖେଳିଥିଲେ । ଏହି ସିରିଜ୍ର ଶେଷ ମ୍ୟାଚ୍ରେ ଉଭୟଙ୍କ ପ୍ରଦର୍ଶନ ବେଶ୍ ପ୍ରଶଂସନୀୟ ଥିଲା । ରୋହିତ ଶର୍ମା ଅପରାଜିତ ୧୨୧ ରନ ଏବଂ ବିରାଟ କୋହଲି ଅପରାଜିତ ୭୪ ରନ୍ କରିଥିଲେ ।
ତେବେ ଏହି ମ୍ୟାଚ୍ ପରେ 'ସେନ୍ କ୍ରିକେଟ୍' ଦ୍ୱାରା ତା'ର ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରାଯାଇଛି । ଯେଉଁଥିରେ ଦେଖିବାକୁ ମିଳୁଛି କି ଜଣେ କମେଣ୍ଟେଟର ଅଷ୍ଟ୍ରେଲିଆ ମାଟିରେ ଶେଷ ଥର ପାଇଁ ବିରାଟ ଏବଂ ରୋହିତଙ୍କୁ ଖେଳୁଥିବାର ଦେଖି କାନ୍ଦି ପକାଉଛନ୍ତି । ଉଭୟଙ୍କୁ ଶେଷ ଥର ପାଇଁ ପଡ଼ିଆରେ ଦେଖି ସେ ତାଙ୍କ ଭାବନାକୁ ନିୟନ୍ତ୍ରଣ କରିପାରି ନାହାନ୍ତି ।
ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍ ଶେଷ ହେବା ପରେ କ୍ରିକେଟ ପ୍ରେମୀଙ୍କୁ ପୁଣି ଥରେ ରୋହିତ ଓ କୋହଲିଙ୍କୁ କ୍ରିକେଟ ଫିଲ୍ଡରେ ଦେଖିବାକୁ ପ୍ରାୟ ଏକ ମାସ ଅପେକ୍ଷା କରିବାକୁ ପଡ଼ିବ । ଆସନ୍ତା ମାସରେ ଦକ୍ଷିଣ ଆଫ୍ରିକା ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳାଯିବ । ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ୍ ୩୦ ନଭେମ୍ବରରେ ରାଞ୍ଚିୀରେ ଖେଳାଯିବ । ଏହାପରେ ଦ୍ବିତୀୟ ମ୍ୟାଚ୍ ଡିସେମ୍ବର ୩ରେ ରାୟପୁରରେ ଖେଳାଯିବ ଏବଂ ଶେଷ ODI ଡିସେମ୍ବର ୬ରେ ବିଶାଖାପାଟଣାରେ ଖେଳାଯିବ । ଏହାର ଅର୍ଥ ହେଉଛି ଯେ କୋହଲି ଏବଂ ରୋହିତଙ୍କୁ ଭାରତ ପାଇଁ ସେମାନଙ୍କର ପରବର୍ତ୍ତୀ ମ୍ୟାଚ୍ ନଭେମ୍ବର ୩୦ରେ ଖେଳିବେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories