Ryan Ten Doeschate KKR / ୨୪ ଘଣ୍ଟାରେ ବଦଳିଗଲା ଭାଗ୍ୟ, ଟିମ୍ ଇଣ୍ଡିଆ ଛାଡ଼ିବା ପରେ ଟେନ୍ ଡୋସେଟ୍ଙ୍କୁ KKRରେ ବଡ଼ ପଦୋନ୍ନତି
·1 month ago·2 min read

Key Points
ଟିମ୍ ଇଣ୍ଡିଆ ଛାଡ଼ିବା ପରେ KKRରେ ବଡ଼ ପଦୋନ୍ନତି
ରିଆନ୍ ଟେନ୍ ଡୋଶେଟଙ୍କୁ ମିଳିଲା ନୂଆ ଦାୟିତ୍ୱ
ଏବେ ସମ୍ଭାଳିବେ ଏହି ପଦ
ରିଆନ୍ ଟେନ୍ ଡୋଶେଟଙ୍କୁ ମିଳିଲା ନୂଆ ଦାୟିତ୍ୱ
ଏବେ ସମ୍ଭାଳିବେ ଏହି ପଦ
ଭାରତୀୟ କ୍ରିକେଟ୍ ଦଳର ସହକାରୀ କୋଚ୍ ପଦ ଛାଡ଼ିବାର ମାତ୍ର ୨୪ ଘଣ୍ଟା ମଧ୍ୟରେ ରିଆନ୍ ଟେନ୍ ଡୋସେଟ୍ଙ୍କୁ ମିଳିଛି ବଡ଼ ଦାୟିତ୍ୱ । କୋଲକାତା ନାଇଟ୍ ରାଇଡର୍ସ ତାଙ୍କୁ ଗ୍ଲୋବାଲ୍ ‘ହେଡ୍ ଅଫ୍ କ୍ରିକେଟ୍ ଷ୍ଟ୍ରାଟେଜି’ ଭାବେ ନିଯୁକ୍ତ କରିଛି । ଏହା କେବଳ ତାଙ୍କର ପ୍ରତ୍ୟାବର୍ତ୍ତନ ନୁହେଁ, ବରଂ କ୍ରିକେଟ୍ କ୍ୟାରିୟରର ସବୁଠୁ ବଡ଼ ପଦୋନ୍ନତି ବୋଲି କୁହାଯାଉଛି ।
ଭାରତୀୟ କ୍ରିକେଟ୍ ଦଳର ସହକାରୀ କୋଚ୍ ପଦରୁ ଇସ୍ତଫା ଦେବାର ମାତ୍ର ୨୪ ଘଣ୍ଟା ମଧ୍ୟରେ ରିଆନ୍ ଟେନ୍ ଡୋସେଟ୍ଙ୍କୁ ମିଳିଛି ନୂଆ ଓ ବଡ଼ ଦାୟିତ୍ୱ । ଏକଦା ଖେଳାଳି ଓ କୋଚ୍ ଭାବେ କୋଲକାତା ନାଇଟ୍ ରାଇଡର୍ସ (KKR)କୁ ସଫଳତା ଦେଇଥିବା ରିଆନ୍ ଟେନ୍ ଏବେ ନାଇଟ୍ ରାଇଡର୍ସ ଗ୍ରୁପ୍ର ଗ୍ଲୋବାଲ୍ କ୍ରିକେଟ୍ ରଣନୀତିର ନେତୃତ୍ୱ ନେବେ। ଏହାକୁ ତାଙ୍କ କ୍ୟାରିୟରର ସବୁଠାରୁ ବଡ଼ ପଦୋନ୍ନତି ବୋଲି କୁହାଯାଉଛି ।
ନାଇଟ୍ ରାଇଡର୍ସ ସ୍ପୋର୍ଟ୍ସ ପକ୍ଷରୁ ୨୯ ଜୁଲାଇରେ ଘୋଷଣା କରାଯାଇଛି ଯେ, ୪୫ ବର୍ଷୀୟ ଟେନ୍ ଡୋସେଟ୍ଙ୍କୁ ‘ହେଡ୍ ଅଫ୍ କ୍ରିକେଟ୍ ଷ୍ଟ୍ରାଟେଜି’ ଭାବେ ନିଯୁକ୍ତ କରାଯାଇଛି । ଏହି ନୂଆ ଭୂମିକାରେ ସେ କେବଳ KKR ନୁହେଁ, ବରଂ ନାଇଟ୍ ରାଇଡର୍ସର ବିଶ୍ୱବ୍ୟାପୀ କ୍ରିକେଟ୍ ନେଟୱର୍କର ରଣନୀତି, ଖେଳାଳି ଖୋଜିବା, ପ୍ରତିଭା ବିକାଶ ଓ ଟିମ୍ ପରିଚାଳନାର ଦାୟିତ୍ୱ ନେବେ ।
ଏହାର ଠିକ୍ ଗୋଟିଏ ଦିନ ପୂର୍ବରୁ ଟେନ୍ ଡୋସେଟ୍ ଭାରତୀୟ ଦଳର ସହକାରୀ କୋଚ୍ ପଦରୁ ଇସ୍ତଫା ଦେଇଥିଲେ । ସୂଚନା ଅନୁସାରେ, BCCI ତାଙ୍କ ଚୁକ୍ତିକୁ ୨୦୨୭ ପର୍ଯ୍ୟନ୍ତ ବଢ଼ାଇବାକୁ ପ୍ରସ୍ତାବ ଦେଇଥିଲା । କିନ୍ତୁ ବ୍ୟକ୍ତିଗତ କାରଣରୁ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ । ଲଗାତାର ଦୁଇ ବର୍ଷ ଧରି ଅନ୍ତର୍ଜାତୀୟ କ୍ରିକେଟ୍ରେ ବ୍ୟସ୍ତ ରହିବା ପରେ ପରିବାର ସହ ଅଧିକ ସମୟ ବିତାଇବାକୁ ସେ ଚାହୁଁଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତେବେ କ୍ରିକେଟ୍ଠାରୁ ତାଙ୍କର ବିରତି ମାତ୍ର ୨୪ ଘଣ୍ଟା ପାଇଁ ହିଁ ରହିଲା । ଏବେ ସେ KKR ଫ୍ରାଞ୍ଚାଇଜିର ଗ୍ଲୋବାଲ୍ କ୍ରିକେଟ୍ ଅପରେସନ୍ରେ ନୂଆ ଭୂମିକା ନେବେ । ଏଥିରେ ଖେଳାଳିଙ୍କ ପ୍ରତିଭା ଚିହ୍ନଟ, ନିଯୁକ୍ତି, ଟିମ୍ ଯୋଜନା ପ୍ରସ୍ତୁତି ଓ ପ୍ରଦର୍ଶନର ମୂଲ୍ୟାଙ୍କନ ଭଳି ଗୁରୁତ୍ୱପୂର୍ଣ୍ଣ କାମ ସାମିଲ ରହିବ ।
ଏହାସହ ସେ କାରିବିଆନ୍ ପ୍ରିମିୟର ଲିଗ୍ରେ ଟ୍ରିନବାଗୋ ନାଇଟ୍ ରାଇଡର୍ସ, ILT20ରେ ଆବୁଧାବି ନାଇଟ୍ ରାଇଡର୍ସ ଏବଂ ମେଜର ଲିଗ୍ କ୍ରିକେଟ୍ରେ ଲସ୍ ଏଞ୍ଜେଲିସ୍ ନାଇଟ୍ ରାଇଡର୍ସର ସହକାରୀ କୋଚ୍ ଭାବେ ମଧ୍ୟ କାର୍ଯ୍ୟ କରିବେ ।
ସୂଚନା ଅନୁସାରେ, ଟେନ୍ ଡୋସେଟ୍ ୨୦୧୨ ଓ ୨୦୧୪ରେ IPL ଟାଇଟଲ୍ ଜିତିଥିବା KKR ଦଳର ସଦସ୍ୟ ଥିଲେ। ସେହିପରି ୨୦୨୪ରେ KKR ତୃତୀୟ ଥର ପାଇଁ IPL ଚାମ୍ପିଅନ୍ ହେବାବେଳେ ସେ ଦଳର କୋଚିଂ ଷ୍ଟାଫ୍ର ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଥିଲେ। ଏବେ ତାଙ୍କ ନୂଆ ଦାୟିତ୍ୱ KKRର ବିଶ୍ୱବ୍ୟାପୀ କ୍ରିକେଟ୍ ପରିକଳ୍ପନାକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା କରାଯାଉଛି ।

Related Topics
Explore more stories