Videos
|
Sports

Sakshi Chaudhary Gold Medal / ଗୋଲ୍ଡ ମେଡାଲ୍ ପଛରେ ବିରାଟ କୋହଲିଙ୍କ ବଡ଼ ଭୂମିକା, ସାକ୍ଷୀ ଚୌଧୁରୀ କହିଲେ ସତ

Santosh Kumar Sahoo
Browse all articles by Santosh Kumar Sahoo
·2 weeks ago·2 min read
ଗୋଲ୍ଡ ମେଡାଲ୍ ପଛରେ ବିରାଟ କୋହଲିଙ୍କ ବଡ଼ ଭୂମିକା, ସାକ୍ଷୀ ଚୌଧୁରୀ କହିଲେ ସତ
Sakshi Chaudhary gold medal

Key Points

ବିରାଟ କୋହଲିଙ୍କ ଅଜଣା କାହାଣୀ
ଗୋଲ୍ଡ ମେଡାଲିଷ୍ଟ ସାକ୍ଷୀ କହିଲେ ବଡ଼ କଥା
'୩ ବର୍ଷ ଧରି ସ୍ପନ୍ସର ଥିଲେ ବିରାଟ'
କ୍ରିକେଟ୍ ପିଚ୍‌ରେ ବିରାଟ କୋହଲି ନିଜର ବ୍ୟାଟିଂ ମାଧ୍ୟମରେ ଅନେକ ମ୍ୟାଚ୍ ଜିତାଇଛନ୍ତି । ବିରାଟ କୋହଲି କେବଳ କ୍ରିକେଟର ନୁହେଁ, ଅନେକ ଖେଳାଳିଙ୍କ ସ୍ୱପ୍ନର ସାଥୀ ମଧ୍ୟ । କମନୱେଲ୍ଥ ଗେମ୍ସ ୨୦୨୬ରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିବା ବକ୍ସର ସାକ୍ଷୀ ଚୌଧୁରୀ ଏବେ ଏମିତି ଏକ ସତ୍ୟ ସାମ୍ନାକୁ ଆଣିଛନ୍ତି, ଯାହା ଶୁଣିଲେ ପ୍ରତ୍ୟେକ କ୍ରୀଡ଼ାପ୍ରେମୀ ଗର୍ବ ଅନୁଭବ କରିବେ । କହିଛନ୍ତି, କ୍ୟାରିୟରର ସବୁଠାରୁ କଠିନ ସମୟରେ ବିରାଟ କୋହଲି ହିଁ ଥିଲେ ତାଙ୍କର ସବୁଠାରୁ ବଡ଼ ଭରସା ।

ଭାରତ ପାଇଁ କମନୱେଲ୍ଥ ଗେମ୍ସ ୨୦୨୬ରେ ବକ୍ସିଂରେ ସ୍ୱର୍ଣ୍ଣ ପଦକ ଜିତି ଚର୍ଚ୍ଚାରେ ଥିବା ସାକ୍ଷୀ ଚୌଧୁରୀ ଏବେ ନିଜ ସଫଳତା ପଛର ଏକ ବଡ଼ ରହସ୍ୟ ଖୋଲିଛନ୍ତି । ସାକ୍ଷୀ କହିଛନ୍ତି, ତାଙ୍କ କ୍ୟାରିୟରର ସବୁଠାରୁ କଠିନ ସମୟରେ ଭାରତୀୟ କ୍ରିକେଟ୍ ତାରକା ବିରାଟ କୋହଲି ଏବଂ ତାଙ୍କ ଫାଉଣ୍ଡେସନ୍ ତାଙ୍କୁ ସହଯୋଗର ହାତ ବଢ଼ାଇଥିଲେ । ସେହି ସହଯୋଗ ହିଁ ତାଙ୍କୁ ଆଗକୁ ବଢ଼ିବାର ସାହସ ଦେଇଥିଲା ।

ନ୍ୟୁଜ ଏଜେନ୍ସୀ ଆଇଏନଏସ୍‌କୁ ଦେଇଥିବା ସାକ୍ଷାତକାରରେ ସାକ୍ଷୀ ବିରାଟ କୋହଲିଙ୍କୁ ଧନ୍ୟବାଦ ଜଣାଇ କହିଥିଲେ, "ବିରାଟ କୋହଲି ମୋର ଆଦର୍ଶ । ଯେତେବେଳେ ମୋ ପାଇଁ ପରିସ୍ଥିତି କଠିନ ଥିଲା, ସେତେବେଳେ ସେ ମୋ ସହ ଠିଆ ହୋଇଥିଲେ । ପ୍ରାୟ ତିନି ବର୍ଷ ଧରି ସେ ମୋର ସ୍ପନ୍ସର ଥିଲେ । ତାଙ୍କ ସହଯୋଗ ଯୋଗୁଁ ମୁଁ କୌଣସି ଚିନ୍ତା ଛଡ଼ା ନିଜ ଖେଳ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେଇପାରିଥିଲି । ଏଥିପାଇଁ ମୁଁ ସବୁବେଳେ ତାଙ୍କ ପ୍ରତି କୃତଜ୍ଞ ରହିବି।"

ସାକ୍ଷୀ ଆହୁରି କହିଛନ୍ତି ଯେ, ବିରାଟ କୋହଲିଙ୍କ ଶୃଙ୍ଖଳା, ନିରନ୍ତର ପରିଶ୍ରମ ଏବଂ ଚାପ ମଧ୍ୟରେ ଶାନ୍ତ ରହିବାର କ୍ଷମତା ତାଙ୍କୁ ସବୁବେଳେ ପ୍ରେରଣା ଦେଇଆସିଛି । ତାଙ୍କ ମତରେ, ବିରାଟଙ୍କ ସମର୍ଥନ ତାଙ୍କ କ୍ୟାରିୟରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମୋଡ଼ ଥିଲା, ଯାହା ତାଙ୍କୁ ବଡ଼ ମଞ୍ଚରେ ସଫଳତା ହାସଲ କରିବାର ଆତ୍ମବିଶ୍ୱାସ ଦେଇଥିଲା ।
ନିକଟରେ ଗ୍ଲାସଗୋରେ ଆୟୋଜିତ କମନୱେଲ୍ଥ ଗେମ୍ସ ୨୦୨୬ରେ ସାକ୍ଷୀ ଚୌଧୁରୀ ମହିଳା ୫୧ କିଲୋଗ୍ରାମ ବର୍ଗର ଫାଇନାଲରେ ଇଂଲଣ୍ଡର ରୁବି ହ୍ୱାଇଟ୍‌ଙ୍କୁ ପରାସ୍ତ କରି ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଏହି ବିଜୟ ଭାରତୀୟ ବକ୍ସିଂ ପାଇଁ ଏକ ବଡ଼ ସଫଳତା ଭାବେ ଗଣାଯାଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସାକ୍ଷୀଙ୍କ ଏହି କାହାଣୀ ଦେଖାଇଦେଉଛି ଯେ, ବିରାଟ କୋହଲିଙ୍କ ଅବଦାନ କେବଳ କ୍ରିକେଟ୍ ମଇଦାନରେ ସୀମିତ ନୁହେଁ । ସେ ଅନ୍ୟ ଖେଳର ପ୍ରତିଭାଶାଳୀ ଖେଳାଳିମାନଙ୍କୁ ମଧ୍ୟ ସମୟ ସମୟରେ ସହଯୋଗ କରି ସେମାନଙ୍କ ସ୍ୱପ୍ନ ପୂରଣରେ ସହଯୋଗ କରୁଛନ୍ତି । ସାକ୍ଷୀ ଚୌଧୁରୀଙ୍କ ସଫଳତା ତାହାର ଏକ ଜୀବନ୍ତ ଉଦାହରଣ ।
Virat Kohli Played Big Role in Sakshi Chaudhary’s CWG Gold Medal | Argus News