Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Saim Ayub / ପାଣ୍ଡ୍ୟାଙ୍କୁ ପଛରେ ପକାଇଲେ ଏହି ପାକିସ୍ତାନୀ ଖେଳାଳି, T20ରେ ହେଲେ ନମ୍ବର ୧

Sushanta Sahoo
Browse all articles by Sushanta Sahoo
·9 months ago·2 min read
ପାଣ୍ଡ୍ୟାଙ୍କୁ ପଛରେ ପକାଇଲେ ଏହି ପାକିସ୍ତାନୀ ଖେଳାଳି, T20ରେ ହେଲେ ନମ୍ବର ୧

Key Points

ଆଶ୍ଚର୍ଯ୍ୟର କଥା, ଏସିଆ କପ୍‌ରେ ପ୍ରଦର୍ଶନ ବେଶ ଖରାପ ସତ୍ତ୍ଵେ ସ୍ୟାମ ଅୟୁବ ୪ଟି ସ୍ଥାନ ଉପରକୁ ଉଠିଛନ୍ତି । ଆଉ ଫଟାଫଟ୍ କ୍ରିକେଟରେ ନମ୍ବର ୧ ଅଲରାଉଣ୍ଡର ଖେଳାଳି ଭାବେ ଉଭା ହୋଇଛନ୍ତି । ୨୩ ବର୍ଷୀୟ ସ୍ୟାମଙ୍କୁ ୨୪୧ ରେଟିଂ ପଏଣ୍ଟ୍ସ ମିଳିଛି । ଯାହାକି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଠାରୁ ୮ ପଏଣ୍ଟ ଅଧିକ ।

ମୁମ୍ବାଇ: ଏସିଆ କପ୍‌-୨୦୨୫ ଟୁର୍ଣ୍ଣାମେଣ୍ଟରେ ୪ ଥର 'ଶୂନ' ରନ୍‌ରେ ଆଉଟ୍ ପାକିସ୍ତାନୀ ଖେଳାଳି ସ୍ୟାମ ଅୟୁବ ଆଇସିସି ଟି-୨୦ ପୁରୁଷ ଅଲରାଉଣ୍ଡର୍ସରେ ନମ୍ବର ୧ ରାଙ୍କିଂରେ ପହଞ୍ଚିଛନ୍ତି । ଆଉ ଏହି ରାଙ୍କିଂ ଦେଖି ସମସ୍ତେ ଚକିତ । ବୁଧବାର ଆସିଥିବା ସଦ୍ୟତମ ରାଙ୍କିଂରେ ସ୍ୟାମ ଅୟୁବ, ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ପଛରେ ପକାଇ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି ।


ଆଶ୍ଚର୍ଯ୍ୟର କଥା, ଏସିଆ କପ୍‌ରେ ପ୍ରଦର୍ଶନ ବେଶ ଖରାପ ସତ୍ତ୍ଵେ ସ୍ୟାମ ଅୟୁବ ୪ଟି ସ୍ଥାନ ଉପରକୁ ଉଠିଛନ୍ତି । ଆଉ ଫଟାଫଟ୍ କ୍ରିକେଟରେ ନମ୍ବର ୧ ଅଲରାଉଣ୍ଡର ଖେଳାଳି ଭାବେ ଉଭା ହୋଇଛନ୍ତି । ୨୩ ବର୍ଷୀୟ ସ୍ୟାମଙ୍କୁ ୨୪୧ ରେଟିଂ ପଏଣ୍ଟ୍ସ ମିଳିଛି । ଯାହାକି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଠାରୁ ୮ ପଏଣ୍ଟ ଅଧିକ ।


ଏଥିସହ ପଢ଼ନ୍ତୁ: ଏସିଆ କପ ୨୦୨୫: ଶେଷରେ ହାର ମାନିଲା ପାକିସ୍ତାନ, ଭାରତକୁ ଟ୍ରଫି ଫେରାଇଲେ ନକ୍‌ଭି


ନିକଟପେ ସରିଥିବା ଏସିଆ କପ୍‌ରେ ସ୍ୟାମଙ୍କୁ ବ୍ୟାଟିଂ ଅପେକ୍ଷା ବୋଲିଂରେ ଅଧିକ ସଫଳତା ମିଳିଛି । ୭ଟି ମ୍ୟାଚ୍‌ ଖେଳି ସ୍ୟାମ ୮ଟି ୱିକେଟ୍ ନେଇଥିବା ବେଳେ ବୋଲିଂରେ ତାଙ୍କର ଇକୋନୋମି ରେଟ୍ ୬.୪୦ ରହିଛି । ଯେତେବେଳେ କି ବ୍ୟାଟିଂରେ ସେ ନିରାଶ କରି ୩୭ ରନ୍ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏସିଆ କପ୍‌ରେ ସ୍ୟାମ ଅୟୁବ ୪ ଥର କୌଣସି ରନ୍ ନ କରି ଆଉଟ୍ ହୋଇଥିଲେ । ଭାରତ ବିରୋଧୀ ମ୍ୟାଚ୍‌ରେ ବି ଥରେ ଶୂନ୍‌ ରନ୍‌ରେ ପ୍ୟାଭିଲିୟନ ଫେରିଥିଲେ । ଫାଇନାଲ୍ ମ୍ୟାଚ୍‌ରେ ସ୍ୟାମ ୧୪ ରନ୍ କରିଥିଲେ ଆଉ ଏହା ପରେ ପାକିସ୍ତାନ ୩୩ ରନ୍‌ରେ ୯ ୱିକେଟ୍ ହରାଇ ଭାରତ ଠାରୁ ହାରି ଯାଇଥିଲା ।


ଏଥିସହ ପଢ଼ନ୍ତୁ: ଟେଷ୍ଟ ମ୍ୟାଚ୍‌କୁ ଓ୍ୱାନ୍‌ ଡେ' ଭଳି ଖେଳୁଛନ୍ତି ବୈଭବ


ଏହା ଛଡ଼ା ନିକଟରେ ସ୍ୟାମ ଅୟୁବଙ୍କ ବ୍ୟାଟିଂ ବି ଚିନ୍ତାଜନକ । ଗତ ୧୦ଟି ଟି-ଟ୍ଵେଣ୍ଟିରେ ସ୍ଯାମ କେବଳ ଗୋଟିଏ ଥର ୨୦ ରନ୍‌ରୁ ଅଧିକ ସ୍କୋର୍ କରିଛନ୍ତି । ଯେତେବେଳେ କି ଅଫ୍ ସ୍ପିନର ଭାବେ ପ୍ରଦର୍ଶନ ଭଲ ରହିଛି ।

ICC T20 ଅଲରାଉଣ୍ଡ ରାଙ୍କିଂ


୧) ସ୍ୟାମ ଅୟୁବ (ପାକିସ୍ତାନ)- ୨୪୧ ପଏଣ୍ଟସ୍
୨) ହାର୍ଦ୍ଦିକ ପାଣ୍ଡ୍ୟା (ଭାରତ)- ୨୩୩ ପଏଣ୍ଟସ୍
୩) ମହମ୍ମଦ ନବି (ଆଫଗାନିସ୍ତାନ)- ୨୩୧ ପଏଣ୍ଟସ୍
୪) ଦୀପେନ୍ଦ୍ର ସିଂହ ଐରି (ନେପାଳ)- ୨୧୪ ପଏଣ୍ଟସ୍
୫) ସିକନ୍ଦର ରଞ୍ଜା (ଜିମ୍ବାୱେ)- ୨୦୯ ପଏଣ୍ଟସ୍
୬) ୱାନିନ୍ଦୁ ହସରଙ୍ଗା (ଶ୍ରୀଲଙ୍କା)- ୧୮୭ ପଏଣ୍ଟସ୍
୭) ରୋଷ୍ଟନ ଚେଜ୍ (ୱେଷ୍ଟଇଣ୍ଡିଜ୍)- ୧୮୪ ପଏଣ୍ଟସ୍
୮) ଲିୟାମ ଲିଭିଙ୍ଗଷ୍ଟୋନ (ଇଂଲଣ୍ଡ)- ୧୮୧ ପଏଣ୍ଟସ୍
୯) ମାର୍କସ ଷ୍ଟୋଇନିସ୍ (ଅଷ୍ଟ୍ରେଲିଆ)- ୧୭୯ ପଏଣ୍ଟସ୍
୧୦) ଅକ୍ଷର ପଟେଲ- ୧୭୫ ପଏଣ୍ଟସ୍

Related Topics

Explore more stories

Sponsored
Pakistan’s Sam Ayub Becomes ICC No.1 T20 All-Rounder Despite Poor Asia Cup 2025 | Argus News | Argus News