Sania Mirza / ସାନିଆ ମିର୍ଜାଙ୍କର ନୂଆ ମିଶନ୍, ଏବେଠୁ ପୁଅକୁ ଦେଉଛନ୍ତି ଟେନିସ୍ ଟ୍ରେନିଂ
·9 months ago·2 min read

Key Points
ସାନିଆ ମିର୍ଜାଙ୍କର ନୂଆ ମିଶନ୍
ପୁଅ ଇଜହାନଙ୍କୁ ଦେଉଛନ୍ତି ଟେନିସ୍ ଟ୍ରେନିଂ
ବଡ଼ ହେଲେ ପୁଅ ହେବ ଖେଳାଳି
ପୁଅ ଇଜହାନଙ୍କୁ ଦେଉଛନ୍ତି ଟେନିସ୍ ଟ୍ରେନିଂ
ବଡ଼ ହେଲେ ପୁଅ ହେବ ଖେଳାଳି
ଏକାଠି ନଜର ଆସିଲେ ମାଆ ପୁଅ।'' ମାଆ କହିଲେ ମୋ ପୁଅ ମୋ ପରି ହେବ । ମୁଁ ତାକୁ ଶିଖେଇବି ଖେଳ । ଦେବି ଟେନିସ୍ ଟ୍ରେନିଂ''। ଭାରତର ଲୋକପ୍ରିୟ ଟେନିସ୍ ଖେଳାଳି ସାନିଆ ମିର୍ଜା ତାଙ୍କ ପୁଅ ସହ ନଜର ଆସିଛନ୍ତି । ସାନିଆ ପୁଅ ଇଜହାନଙ୍କୁ ଟେନିସ୍ ଷ୍ଟାର କରୁବାକୁ ଚାହୁଁଛନ୍ତି। ଇଜହାନଙ୍କୁ ଏବେ ସେ ଖେଳ ଶିଖାଉଛନ୍ତି । ତାଙ୍କ ପୁଅ ମଧ୍ୟ ସେହି ଆଗ୍ରହ ଓ ଉତ୍ସାହ ସହିତ ଖେଳୁଛନ୍ତି। ଯେମିତି ତାଙ୍କ ମାଆ ଭାରତ ପାଇଁ ଖେଳୁଥିଲେ। ସାନିଆଙ୍କ ମାଆ ନସିମା ମିର୍ଜା ଏକ ହୃଦୟସ୍ପର୍ଶୀ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସାନିଆ ଇଜହାନଙ୍କୁ ଟ୍ରେନିଂ ଦେଉଥିବାର ଦେଖିବାକୁ ମିଳିଛି । ''ନସିମା ଭିଡିଓ ସେୟାର କରି କ୍ୟାପସନ୍ରେ ଲେଖିଛନ୍ତି ବାରମ୍ବାର ସେହି ସମୟରେ ହଜିଯିବାର ମୁହୁର୍ତ୍ତ…ଗୋଟିଏ ଖେଳରେ ଝିଅ ଓ ନାତିକୁ ଉତ୍ସାହିତ ଭାବରେ ଖେଳୁଥିବାର ଦେଖିବାକୁ ମିଳୁଛି…ଭଗବାନଙ୍କୁ ବହୁତ ବହୁତ ଧନ୍ୟବାଦ''।
କହିବାକୁ ଗଲେ ସାନିଆ ନିଜ କ୍ୟାରିଅରରେ ସିଙ୍ଗଲ୍ସରେ ଗ୍ରାଣ୍ଡ ସ୍ଲାମ ଜିତି ନାହାନ୍ତି। କିନ୍ତୁ ଡବଲ ଓ ମିକ୍ସ ଡବଲରେ ଦମଦାର ପ୍ରଦର୍ଶନ ଦେଇଥିଲେ । ସାନିଆ ମୋଟ ଛଅଟି ଗ୍ରାଣ୍ଡ ସ୍ଲାମ ଜିତି ଥିବାବେଳେ ସେଥିରୁ ତିନୋଟି ୱିମେନ ଡବଲ ଓ ତିନୋଟି ମିକ୍ସଡ ଡବଲ ସାମିଲ ଅଛି । ୨୦୨୩ ଦୁବାଇ ଟେନିସ୍ ଚାମ୍ପିଅନଶିପରେ ସାନିଆ ପ୍ରୋଫେସନାଲ ଟେନିସ୍କୁ ବାଏ ବାଏ କହିଥିଲେ । ଡବଲ ରାଙ୍କିରେ ସାନିଆ ବିଶ୍ଵର ନମ୍ଵର-୧ ସ୍ଥାନରେ ଥିବା ଭାରତର ପ୍ରଥମ ଖେଳାଳୀ ହୋଇଥିଲେ । ୨୦୧୦ରେ ପାକିସ୍ତାନ କ୍ରିକେଟର ଶୋଏବ ମଲ୍ଲିକଙ୍କୁ ବିବାହ କରିଥିଲେ ସାନିଆ ମିର୍ଜା । ଦୁହେଁ ୨୦୧୮ ଅପ୍ରେଲ ୨୩ ତାରିଖରେ ପୁଅ ଇଜହାନଙ୍କ ପିତାମାତା ହୋଇଥିଲେ । ହେଲେ ଶୋଏବ ଓ ସାନିଆଙ୍କ ବୈବାହିକ ଜୀବନ ଅଧିକ ଦିନ ତିଷ୍ଠି ପାରିନଥିଲା ।
ଏଥିସହ ପଢ଼ନ୍ତୁ: ୧୦ ବର୍ଷ ପରେ ପ୍ରତିଶୋଧ ନେଲା ଟିମ୍ ଇଣ୍ଡିଆ, ୨୦୧୫ ଅପମାନର ବଦଲା ୨୦୨୫ରେ...
୨୦୨୪ରେ ମିର୍ଜାଙ୍କ ପରିବାର ତରଫରୁ ଜଣାପଡିଯାଇଥିଲା ଯେ, ସାନିଆ-ସୋଏବଙ୍କର ଛାଡପତ୍ର ହୋଇସାରିଛି। ଛାଡପତ୍ର ପରେ ସାନିଆ ଏକାକୀ ପୁଅ ଇଜହାନଙ୍କର ଲାଳନପାଳନ କରୁଛନ୍ତି । ଏତିକି ନୁହେଁ ଇଜହାନ ମଧ୍ୟ କମ୍ ନୁହଁନ୍ତି ସେ ତାଙ୍କ ମାଆଙ୍କ ପଥେ ପଥେ ଚାଲୁଛନ୍ତି ।ସାନିଆଙ୍କ ଠାରୁ ଅଲଗା ହେବା ପରେ ସୋଏବ ମଲ୍ଲିକ ଏବଂ ପାକିସ୍ତାନୀ ଅଭିନେତ୍ରୀ ସନା ଜାଭେଦ ଜାନୁଆରୀ ୨୦୨୪ରେ ବିବାହ ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ଯଦିଓ ଏହି ଘୋଷଣା ପୂର୍ବରୁ ସାନିଆ ମିର୍ଜା ଏବଂ ସୋଏବ ମଲ୍ଲିକ ଅଲଗା ହୋଇଯାଇଥିବା ଖବର ପ୍ରସାରିତ ହୋଇଥିଲା, ତଥାପି ମଲ୍ଲିକ ସୋସିଆଲ ମିଡିଆରେ ସାନା ଜାଭେଦଙ୍କ ସହିତ ତାଙ୍କ ବିବାହର ଏକ ଫଟୋ ପୋଷ୍ଟ କରି ଏହି ଗୁଜବକୁ ଦୂର କରି ଦେଇଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହାପରେ ସାନିଆଙ୍କ ପରିବାର ପ୍ରକାଶ କରିଥିଲେ ଯେ, କିଛି ସମୟ ପୂର୍ବରୁ ଏହି ଦମ୍ପତି ଛାଡପତ୍ର ନେଇଛନ୍ତି । ସୋଏବଙ୍କ ଭଉଣୀ ମଧ୍ୟ ଆଶ୍ଚର୍ଯ୍ୟଜନକ କଥା ପ୍ରକାଶ କରିଥିଲେ ଯେ, ସାନିଆ ତାଙ୍କ ଭାଇଙ୍କ ଅନୈତିକ ସମ୍ପର୍କ ଯୋଗୁଁ ଡିପ୍ରେସନରେ ଥିଲେ। ସେ ଯାହା ବି ହେଉ ଶେଷରେ ଦୁହେଁ ଅଲଗା ହୋଇଯାଇଥିଲେ। ଏହାସହ ସାନିଆ ତାଙ୍କ ପୁଅର ସମସ୍ତ ଦାୟିତ୍ୱ ସମ୍ଭାଳୁଛନ୍ତି। ସାନିଆ ଚାହାନ୍ତିଁ କି ତାଙ୍କ ପୁଅ ବଡ଼ ହୋଇ ତାଙ୍କ ପରି ଟେନିସ୍ ଖେଳାଳି ହେଉ।
ଅଧିକ ପଢ଼ନ୍ତୁ ଖେଳ ଖବର:
ଅଧିକ ପଢ଼ନ୍ତୁ ଖେଳ ଖବର:
Related Topics
Explore more stories