Videos
|
Sports

ସଞ୍ଜୁଙ୍କ ସାମସନ୍‌ଙ୍କ ଜର୍ସି ଦେଖି ଫ୍ୟାନ୍ସ ଆଶ୍ଚର୍ଯ୍ୟ...

Sudeshna Mishra
Browse all articles by Sudeshna Mishra
·1 year ago·2 min read
ସଞ୍ଜୁଙ୍କ ସାମସନ୍‌ଙ୍କ ଜର୍ସି ଦେଖି ଫ୍ୟାନ୍ସ ଆଶ୍ଚର୍ଯ୍ୟ...

Key Points

ଶତକରୁ ଅଧିକ ଚର୍ଚ୍ଚା…ଜର୍ସିରେ

ଗ୍ରାଉଣ୍ଡରେ ଧୁଆଁଧାର ଶତକ, କିନ୍ତୁ ଫ୍ୟାନ୍ସଙ୍କ ନଜର ଜର୍ସି ଉପରେ

କାହିଁକି ସଞ୍ଜୁ ସାମସନ୍‌ ପିନ୍ଧିଲେ ଧୋନିଙ୍କର ଜର୍ସି?

ଭାରତୀୟ ୱିକେଟକିପର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଚଳିତବର୍ଷ କେରଳ କ୍ରିକେଟ ଲିଗରେ ଖେଳୁଛନ୍ତି । ଏହି ଲିଗରେ ସେ ଧୁଆଁଧାର ଶତକ ମାରିଛନ୍ତି । ସେ ତାଙ୍କ ବ୍ୟାଟିଂ ଷ୍ଟାଇଲ ସହ ତାଙ୍କର ଜର୍ସିକୁ ନେଇ ମଧ୍ୟ ଫ୍ୟାନମାନଙ୍କ ମଧ୍ୟରେ ବେଶ ଲାଇମଲାଇଟରେ ରହିଛନ୍ତି।


କେରଳ କ୍ରିକେଟ ଲିଗ 2025ରେ ଭାରତୀୟ କ୍ରିକେଟ ତାରକା ସଞ୍ଜୁ ସାମସନ ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। । ତିରୁବନନ୍ତପୁରମରେ କୋଚ୍ଚି ବ୍ଲୁ ଟାଇଗର୍ସ ପାଇଁ ଖେଳୁଥିବାବେଳେ ସେ ଗୋଟିଏ ଧୁଆଁଧାର ପାଳି ଖେଳି ଶତକ ମାରିଥିଲେ । ଏହି ମ୍ୟାଚ୍‌ରେ ତାଙ୍କ ଦଳ ଶେଷ ବଲ୍‌ରେ ବିଜୟ ମଧ୍ୟ ହାସଲ କଲା । ଏହି ସମୟରେ ଫ୍ୟାନମାନଙ୍କ ଧ୍ୟାନ ସଞ୍ଜୁଙ୍କ ଶତକୀୟ ପାଳି ସହ ତାଙ୍କ ଜର୍ସି ଉପରେ ଥିଲା। ସଞ୍ଜୁଙ୍କ ଜର୍ସି ଉପରେ ‘ଧୋନି’ ନାମ ଦେଖି ଫ୍ୟାନମାନେ ଆଶ୍ଚର୍ଯ୍ୟରେ ପଡ଼ିଗଲେ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସଞ୍ଜୁ ସାମସନଙ୍କ ଜର୍ସିରେ ‘ଧୋନି’ ନାମ କାହିଁକି ଲେଖାଯାଇଛି?

ସଞ୍ଜୁ ସାମସନ କେରଳର ସବୁଠାରୁ ବଡ଼ କ୍ରିକେଟ ତାରକା ଭାବେ ଜଣାଯାଆନ୍ତି । କେସିଏଲ୍ 2025 ର ଅକ୍ସନ୍‌ରେ କୋଚ୍ଚି ବ୍ଲୁ ଟାଇଗର୍ସ ତାଙ୍କୁ ରେକର୍ଡ 26.୮୦ ଲକ୍ଷ ଟଙ୍କାରେ କିଣିଥିଲା, ଯାହା ତାଙ୍କୁ ଏହି ଲିଗର ସବୁଠାରୁ ଦାମୀ ଖେଳାଳି କରିଦେଇଛି । ଏହି ଟୁର୍ଣ୍ଣାମେଣ୍ଟରେ ସଞ୍ଜୁ ତାଙ୍କ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛନ୍ତି, ଯାହାର କ୍ୟାପଟେନ୍ସି ତାଙ୍କ ବଡ଼ ଭାଇ ସାଲି ସାମସନ କରୁଛନ୍ତି । ସଞ୍ଜୁ ଏହି ଶତକୀୟ ପାଳି ଏରିଜ୍ କୋଲ୍ଲମ୍ ନାଭିକ୍ ବିରୁଦ୍ଧରେ ଖେଳିଥିଲେ । 11 ହଜାରରୁ ଅଧିକ ଫ୍ୟାନ୍ଏହି ମ୍ୟାଚ୍‌କୁ ଦେଖିବା ପାଇଁ ପହଞ୍ଚିଥିଲେ । ସେ 51ଟି ବଲରେ 121 ରନ୍‌ କରିଥିଲେ, ଯେଉଁଥିରେ 14ଟି ଚୌକା ଓ 7ଟି ଛକ୍କା ରହିଥିଲା ।


ଏହି ମୁକାବିଲା ସମୟରେ ତାଙ୍କର ଧମାକେଦାର ବ୍ୟାଟିଂ ସହିତ ତାଙ୍କ ଜର୍ସିରେ ଥିବା ‘ଧୋନି’ ନାମ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଲା । ଫ୍ୟାନମାନଙ୍କ ମଧ୍ୟରେ ବି ଏହାକୁ ନେଇ ଅନେକ ପ୍ରଶ୍ନ ଉଠିଲା? ବାସ୍ତବରେ, ‘ଧୋନି’ ନାମ କୋଚ୍ଚି ବ୍ଲୁ ଟାଇଗର୍ସର ଜର୍ସିରେ ଗୋଟିଏ ସ୍ପନ୍‌ସର ଭାବରେ ଛପାଯାଇଛି । ଏହା ‘ଧୋନି ଆପ୍’ର ଲୋଗୋ, ଯାହା ଏହି ଦଳର ସ୍ପନ୍‌ସର୍ ।


କ’ଣ ଏହି ‘ଧୋନି ଆପ୍’?

‘ଧୋନି ଆପ୍’ ହେଉଛି କ୍ରିକେଟ୍ ଦିଗ୍ଗଜ ଏମ୍.ଏସ୍. ଧୋନିଙ୍କ ଦ୍ୱାରା ଲଞ୍ଚ୍ କରାଯାଇଥିବା ଗୋଟିଏ ଲଏଆଲ୍ଟି ଓ ଫ୍ୟାନ୍ ଏନ୍‌ଗେଜମେଣ୍ଟ ପ୍ଲାଟଫର୍ମ । ଏହି ପ୍ଲାଟଫର୍ମଟି ଧୋନିଙ୍କ ଜୀବନର ବିଶେଷ ମୁହୂର୍ତ୍ତଗୁଡ଼ିକୁ ତାଙ୍କ ଫ୍ୟାନ୍ମାନଙ୍କ ସହିତ ସେୟାର୍ କରିବା ପାଇଁ ତିଆରି କରାଯାଇଛି । ଏହା ଗୋଟିଏ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ପରି କାମ କରେ ।


ଅଧିକ ପଢ଼ନ୍ତୁ କ୍ରୀଡ଼ା ସମ୍ପର୍କିତ ଖବର...