|
logo
Live
Argus News App
GET APP

Argus News - ରାଜସ୍ଥାନ ରୟାଲ୍ସ ଛାଡ଼ିବେ ସଞ୍ଜୁ ! ଏହି ଭାରତୀୟ ଓପନର ହେବେ RR ଅଧିନାୟକ

Sports

Sanju Samson / ରାଜସ୍ଥାନ ରୟାଲ୍ସ ଛାଡ଼ିବେ ସଞ୍ଜୁ ! ଏହି ଭାରତୀୟ ଓପନର ହେବେ RR ଅଧିନାୟକ

Santosh Kumar Sahoo
Browse all articles by Santosh Kumar Sahoo
·5 months ago·2 min read
ରାଜସ୍ଥାନ ରୟାଲ୍ସ ଛାଡ଼ିବେ ସଞ୍ଜୁ ! ଏହି ଭାରତୀୟ ଓପନର ହେବେ RR ଅଧିନାୟକ

Key Points

ଆଇପିଏଲ ୨୦୨୬ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା । ରାଜସ୍ଥାନ ଛାଡ଼ିବେ ସଞ୍ଜୁ । RR ର ଅଧିନାୟକ ହେବେ ଏହି ଖେଳାଳି।

IPL ୨୦୨୬ ପାଇଁ ଆରମ୍ଭ ହୋଇସାରିଛି ପ୍ରକ୍ରିୟା । ଡିସେମ୍ବର ମାସରେ ହେବାକୁ ଯାଉଛି ମିନି ଅକ୍ସନ । ଏଥିପାଇଁ ସମସ୍ତ ଫ୍ରାଞ୍ଚାଇଜ୍ ପ୍ରସ୍ତୁତି ଆରମ୍ଭ କରିସାରିଲେଣି । ତେବେ ଏହାରି ମଧ୍ୟରେ ରାଜସ୍ଥାନ ରୟାଲ୍ସକୁ ନେଇ ବଡ଼ ଅପଡେଟ୍ ଏବେ ସାମ୍ନାକୁ ଆସିଛି । ଆଇପିଏଲ ୨୦୨୬ରେ ରାଜସ୍ଥାନ ନୂଆ ଅଧିନାୟକ ପାଇବେ ବୋଲି ଚର୍ଚ୍ଚା ହେଉଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସଞ୍ଜୁ ସାମସନ ରାଜସ୍ଥାନ ଫ୍ରାଞ୍ଚାଇଜକୁ ସୂଚନା ଦେଇଛନ୍ତି ଯେ ସେ ଦଳ ଛାଡିବାକୁ ଚାହୁଁଛନ୍ତି । ଏହା ମଧ୍ୟ ରିପୋର୍ଟରେ କୁହାଯାଉଛି ଯେ ଯଶସ୍ୱୀ ଜୟସ୍ୱାଲ ରାଜସ୍ଥାନ ରୟାଲ୍ସର ଅଧିନାୟକ ହୋଇପାରନ୍ତି । ସେପଟେ ସଞ୍ଜୁ ସାମସନଙ୍କୁ ନେବା ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ ସମେତ ତିନୋଟି ଦଳ ଆଗ୍ରହୀ ଅଛନ୍ତି ।


ରିପୋର୍ଟ ଅନୁସାରେ କେବଳ ସଞ୍ଜୁ ସାମସନ ନୁହେଁ ବରଂ ଆଉ ଜଣେ ୱିକେଟକିପର-ବ୍ୟାଟସମ୍ୟାନ୍ ଧ୍ରୁବ ଜୁରେଲ୍ ମଧ୍ୟ ରାଜସ୍ଥାନ ରୟାଲ୍ସ ଛାଡିପାରନ୍ତି । ତେବେ ଜୁରେଲ କାହିଁକି ରାଜସ୍ଥାନ ଛାଡ଼ିବେ ତା'ର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନି । ଜୟସ୍ୱାଲ ମଧ୍ୟ RR ଛାଡିବାକୁ ଯାଉଥିଲେ, କିନ୍ତୁ ଅଧିନାୟକତ୍ୱର ପ୍ରତିଶ୍ରୁତି ମିଳିବା ପରେ ସେ ରାଜସ୍ଥାନରେ ରହିବେ ବୋଲି କୁହାଯାଉଛି ।


ସଞ୍ଜୁ ସାମସନଙ୍କ କଥା କହିବାକୁ ଗଲେ ଚେନ୍ନାଇ ସୁପର କିଙ୍ଗ୍ସ, କୋଲକାତା ନାଇଟ୍ ରାଇଡର୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟ ତାଙ୍କୁ ସେମାନଙ୍କ ଦଳରେ ସାମିଲ କରିବାକୁ ଆଗ୍ରହୀ ହୋଇପାରନ୍ତି । ସାମସନଙ୍କୁ ଟ୍ରେଡ୍ କରାଯିବ କି ମିନି ଅକ୍ସନରେ ନିଲାମ କରାଯିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସାମସନ୍ ୨୦୧୩-୧୫ ଏବଂ ତା' ପରେ ୨୦୧୮ ରୁ ଏପର୍ଯ୍ୟନ୍ତ ସେ ରାଜସ୍ଥାନ ପାଇଁ ଖେଳିଥିଲେ । ସେ ତାଙ୍କ ୧୭୭ ମ୍ୟାଚ୍ ବିଶିଷ୍ଟ ଆଇପିଏଲ୍ କ୍ୟାରିୟରରେ ୪,୭୦୪ ରନ୍ କରିଛନ୍ତି, ଯେଉଁଥିରେ ତିନୋଟି ଶତକ ଏବଂ ୨୬ ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ।

ନିଲାମ କେବେ ହେବ?
ଆଇପିଏଲ୍ ୨୦୨୬ ମିନି ନିଲାମ ଡିସେମ୍ବର ୧୩-୧୫ ମଧ୍ୟରେ ହେବାର ଆଶା କରାଯାଉଛି। ବିସିସିଆଇ ଏପର୍ଯ୍ୟନ୍ତ ନିଲାମ ପାଇଁ ତାରିଖ ନିଶ୍ଚିତ କରିନାହିଁ । ସୂଚନା ମିଳିଛି ଯେ ଦଳଗୁଡ଼ିକୁ ନଭେମ୍ବର ୧୫ ସୁଦ୍ଧା ସେମାନଙ୍କର ରିଟେନ୍‌ସନ୍ ତାଲିକା ଦାଖଲ କରିବାକୁ ପଡିବ ।

Related Topics

Explore more stories

Sponsored
Sanju Samson: ରାଜସ୍ଥାନ ରୟାଲ୍ସ ଛାଡ଼ିବେ ସଞ୍ଜୁ ! ଏହି ଭାରତୀୟ ଓପନର ହେବେ RR ଅଧିନାୟକ | Argus News