Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Cricket / ଏକାକୀ ଲଢ଼ିଲେ ସଞ୍ଜୁ ସାମସନ; ସେମି ଫାଇନାଲ୍‌ରେ ଇଂଲଣ୍ଡ ସହ ଭାରତର ମୁକାବିଲା

Sushanta Sahoo
Browse all articles by Sushanta Sahoo
·4 months ago·2 min read
ଏକାକୀ ଲଢ଼ିଲେ ସଞ୍ଜୁ ସାମସନ; ସେମି ଫାଇନାଲ୍‌ରେ ଇଂଲଣ୍ଡ ସହ ଭାରତର ମୁକାବିଲା
India vs England Semi Final

Key Points

ୱେଷ୍ଟଇଣ୍ଡିଜ୍‌କୁ ଭାରତ ହରାଇ ସେମି ଫାଇନାଲ୍‌ରେ ପହଞ୍ଚିଥିବା ବେଳେ ହିରୋ ସାଜିଛନ୍ତି ଓପନର୍ ସଞ୍ଜୁ ସାମସନ । ସଞ୍ଜୁଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ଟି-ଟ୍ଵେଣ୍ଟି ବିଶ୍ଵକପ୍‌ର ସେମି ଫାଇନାଲ୍‌ରେ ସ୍ଥାନ ପକ୍କା କରିଛି ।
କୋଲକାତା: ଟି-ଟ୍ଵେଣ୍ଟି ବିଶ୍ଵକପ୍‌ର ସୁପର୍ ୮ର ଅନ୍ତିମ ମୁକାବିଲା ବେଶ୍ ରୋମାଞ୍ଚକର ରହିଛି । ୱେଷ୍ଟଇଣ୍ଡିଜ୍‌କୁ ଭାରତ ହରାଇ ସେମି ଫାଇନାଲ୍‌ରେ ପହଞ୍ଚିଥିବା ବେଳେ ହିରୋ ସାଜିଛନ୍ତି ଓପନର୍ ସଞ୍ଜୁ ସାମସନ । ସଞ୍ଜୁଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ଟି-ଟ୍ଵେଣ୍ଟି ବିଶ୍ଵକପ୍‌ର ସେମି ଫାଇନାଲ୍‌ରେ ସ୍ଥାନ ପକ୍କା କରିଛି ।

ଇଂଲଣ୍ଡ ସହ ଭାରତ ସେମି ଫାଇନାଲ୍‌ରେ ଭେଟିବ । ଆସନ୍ତା ୫ ତାରିଖରେ ମୁମ୍ବାଇର ୱାଙ୍ଖେଡେରେ ଖେଳାଯିବ ବିଶ୍ଵକପ୍‌ର ଦ୍ଵିତୀୟ ସେମି ଫାଇନାଲ୍ । ତା ପୂର୍ବରୁ ମାର୍ଚ୍ଚ ୪ ତାରିଖରେ କୋଲକାତାର ଇଡେନ୍ ଗାର୍ଡେନ୍‌ରେ ପ୍ରଥମ ସେମିରେ ମୁହାଁମୁହିଁ ହେବେ ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲାଣ୍ଡ ।

ଏଥିସହ ପଢ଼ନ୍ତୁ: ଭାରତ ହାତଛଡ଼ା କଲା ୩ କ୍ୟାଚ୍; ୱେଷ୍ଟଇଣ୍ଡିଜ୍‌କୁ ହରାଇ ପାରିବ ତ ସୂର୍ଯ୍ୟ ସେନା ?

ଇଡେନ୍ ଗାର୍ଡେନ୍‌ରେ ଖେଳା ଯାଇଥିବା ମ୍ୟାଚ୍‌ରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ ପାଇଁ ୱେଷ୍ଟଇଣ୍ଡିଜ୍‌କୁ ଆମନ୍ତ୍ରଣ କରିଥିଲା । ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ୍ ନିର୍ଦ୍ଧାରିତ ଓଭରରେ ୪ ୱିକେଟ୍ ହରାଇ ୧୯୫ ରନ୍ କରିଥିଲା । ଭାରତ ୧୯୬ ରନ୍‌କୁ ଚେଜ୍ କରୁଥିବା ବେଳେ ଶେଷ ପର୍ଯ୍ୟନ୍ତ ସାଥ୍ ଦେଇଥିଲେ ଓପନର୍ ସଞ୍ଜୁ ସାମସନ ।

୧୯.୨ ଓଭର୍‌ରେ ସଞ୍ଜୁ ସାମସନ ଚଉକା ମାରି ଭାରତକୁ ବିଜୟ ଭେଟି ଦେବା ସହ ସେମି ଫାଇନାଲ୍‌ରେ ପହଞ୍ଚିଛି ଦଳ । ଭାରତ ୪ ବଲ୍ ବାକି ଥାଇ ୫ ୱିକେଟ୍‌ରେ ୱେଷ୍ଟଇଣ୍ଡିଜ୍‌କୁ ହରାଇବା ସହ ସେମି ଫାଇନାଲ୍‌ରେ ପହଞ୍ଚିଛି । ଭାରତ ଠାରୁ ହାରିବା ପରେ ଧୂଳିସାତ୍ ହୋଇ ଯାଇଛି ୱେଷ୍ଟଇଣ୍ଡିଜ୍‌ ସେମି ଫାଇନାଲ୍ ଆଶା ।

ଭାରତ ପକ୍ଷରୁ ସଞ୍ଜୁ ସାମସନ ବିସ୍ଫୋରକ ଇନିଂସ ଖେଳିଛନ୍ତି । ୫୦ ବଲ୍‌ରେ ୯୭ ରନ୍‌ ସ୍କୋର୍ କରିଛନ୍ତି ସଞ୍ଜୁ ସାମସନ । ସଞ୍ଜୁଙ୍କ ବ୍ୟାଟ୍‌ରୁ ୧୨ଟି ଚଉକା ସହ ୬ଟି ଛକା ବର୍ଷା ହୋଇଛି ଇଡେନ୍ ଗାର୍ଡେନ୍‌ରେ ।

ଏଥିସହ ପଢ଼ନ୍ତୁ: ମାର୍ଚ୍ଚରୁ ମେ' କଲବଲ କରିବ ଖରା; କେମିତି ରହିବ ସପ୍ତାହକର ପାଣିପାଗ ?

ପ୍ରଥମରୁ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ବେଳେ ହାର୍ ମାନି ନଥିଲେ ସଞ୍ଜୁ ସାମସନ । ୨.୬ ଓଭର୍‌ରେ ଦଳୀୟ ସ୍କୋର୍ ୨୯ ରନ୍ ହୋଇଥିବା ବେଳେ ଆଉଟ୍ ହୋଇଥିଲେ ଅଭିଷେକ ଶର୍ମା । ଏହାପରେ ୪.୩ ଓଭର୍‌ରେ ଦଳୀୟ ସ୍କୋର୍ ୪୧ରେ ଖସିଥିଲା ଇଶାନ କିଷନଙ୍କ ୱିକେଟ୍ ।

୧୦.୨ ଓଭରରେ ଦଳୀୟ ସ୍କୋର୍ ୯୯ ହୋଇଥିବା ବେଳେ ଆଉଟ୍ ହୋଇଥିଲେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ । ୧୪.୪ ଓଭରରେ ତିଲକ ବର୍ମା ଏବଂ ୧୮.୨ ଓଭରରେ ହାର୍ଦ୍ଦିକ ପାଣ୍ଡ୍ୟା ଆଉଟ୍ ହୋଇଥିବା ବେଳେ ସଞ୍ଜୁ ସାମସନ ସେମିତି ଖୁଣ୍ଟ ଭଳି ଛିଡ଼ା ହୋଇ ୱେଷ୍ଟଇଣ୍ଡିଜ୍ ବୋଲରଙ୍କୁ ନିର୍ଘାତ ପ୍ରହାର କରି ଭାରତକୁ ସେମି ଫାଇନାଲ୍‌ରେ ପହଞ୍ଚାଇଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Sanju Samson Shines as India Set Up T20 World Cup Semi-Final vs England | Argus News | Argus News