Sanju Samson / 'ଶୀଘ୍ର ବିବାହ କର...', ଅଭିଷେକଙ୍କୁ କାହିଁକି ଏଭଳି ପରାମର୍ଶ ଦେଲେ ସଞ୍ଜୁ ସାମସନ୍
·4 months ago·2 min read

Key Points
ଗୋଟିଏ ମଞ୍ଚରେ ସଞ୍ଜୁ-ଅଭିଷେକ
ଟି-୨୦ ବିଶ୍ୱକପ୍ ହିରୋଙ୍କ ଖୁଲାସା
କାହିଁକି ଅଭିଷେକଙ୍କୁ ଶୀଘ୍ର ବିବାହ କହିଲେ ସଞ୍ଜୁ?

ମାର୍ଚ୍ଚ ୮ରେ ଇତିହାସ ରଚିଥିଲା ଟିମ୍ ଇଣ୍ଡିଆ । ଟି-୨୦ ବିଶ୍ବକପ୍ ଫାଇନାଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଲଗାତର ଦ୍ବିତୀୟ ଥର ପାଇଁ ହାତେଇଥିଲା ବିଶ୍ବକପ୍ ଟ୍ରଫି । ଆଉ ଫାଇନାଲ ମ୍ୟାଚ୍ରେ ଭାରତ ପକ୍ଷରୁ ହିରୋ ଥିଲେ ସଞ୍ଜୁ ସାମସନ୍ ଓ ଅଭିଷେକ ଶର୍ମା । ଆଉ ବିଶ୍ବକପ୍ ପରେ ଏବେ ପ୍ରଥମ ଥର ପାଇଁ ଭାରତୀୟ ଓପନର ଅଭିଷେକ ଶର୍ମା ଏବଂ ସଞ୍ଜୁ ସାମସନ ଗୋଟିଏ ମଞ୍ଚରେ ଏକାଠି ନଜର ଆସିଥିଲେ । ଏହି ଅବସରରେ ସଞ୍ଜୁ, ଅଭିଷେକଙ୍କ ଲୋକପ୍ରିୟତାକୁ ନେଇ ମଜାକିଆ ଭାବରେ ଟିପ୍ପଣୀ କରି ତାଙ୍କୁ ଶୀଘ୍ର ବିବାହ କରିବାକୁ ପରାମର୍ଶ ଦେଇଥିଲେ ।
ଟି-୨୦ ବିଶ୍ୱକପ୍ ଫାଇନାଲ୍ ଓ ତା’ ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ଗୁଡିକରେ ସଞ୍ଜୁ ଧୁଆଁଧାର ବ୍ୟାଟିଂ କରିଥିଲେ । ସେ ଫାଇନାଲ୍ରେ ୮୯ ରନ୍ର ଅଦ୍ଭୁତ ଇନିଂସ ଖେଳିଥିଲେ ଓ ସମଗ୍ର ଟୁର୍ଣ୍ଣାମେଣ୍ଟରେ ୫ଟି ପାଳିରେ ୩୨୧ ରନ୍ କରି ‘ପ୍ଲେୟର ଅଫ୍ ଦ ଟୁର୍ଣ୍ଣାମେଣ୍ଟ’ ହୋଇଥିଲେ । ଅନ୍ୟପଟେ ଟି-୨୦ ରାଙ୍କିଂର ନମ୍ବର-୧ ବ୍ୟାଟ୍ସମ୍ୟାନ୍ ଅଭିଷେକ ଶର୍ମା ପୂରା ଟୁର୍ଣ୍ଣାମେଣ୍ଟରେ ସଂଘର୍ଷ କରୁଥିବା ଦେଖାଯାଇଥିଲେ, କିନ୍ତୁ ଫାଇନାଲ୍ରେ ୨୧ଟି ବଲ୍ରେ ୫୨ ରନ୍ କରି ଦଳକୁ ଦୃଢ଼ ଆରମ୍ଭ ଦେଇଥିଲେ ।
ଜାତୀୟ ଗଣମାଧ୍ୟମର ଏକ ମଞ୍ଚରେ ସଞ୍ଜୁ କହିଥିଲେ, “ଯେଉଁଠିକି ଯାଉଥିଲୁ, ସେଠି କେବଳ ଅଭିଷେକ-ଅଭିଷେକ ନାରା ଶୁଣିବାକୁ ମିଳୁଥିଲା । ଆରମ୍ଭରେ ଆମେ ଭାବୁଥିଲୁ ଫ୍ୟାନ୍ମାନେ କେବଳ ଅଭିଷେକଙ୍କୁ ହିଁ ଦେଖୁଛନ୍ତି କି? ତେଣୁ ଅଳ୍ପ ଇର୍ଷା ମଧ୍ୟ ହେଉଥିଲା ।” ମଜାକିଆ ଭାବରେ ସେ ଆଉ କହିଥିଲେ, “ଅଭିଷେକ ଯଦି ବିବାହ କରିଦେଇଥାନ୍ତେ, ତାହେଲେ ଆମକୁ ମଧ୍ୟ କିଛି ଲାଇମ୍ ଲାଇଟ୍ ମିଳିଥାନ୍ତା।”
ଅଭିଷେକ ତାଙ୍କ ସଫଳତାର ଶ୍ରେୟ ପୂର୍ବତନ କ୍ରିକେଟର ଯୁବରାଜ ସିଂଙ୍କୁ ଦେଇଛନ୍ତି । ସେ କହିଛନ୍ତି ଯେ, ଗତ ଦୁଇ ବର୍ଷ ଧରି ସେ ଯୁବରାଜଙ୍କ ଦେଇଥିବା ପ୍ରକ୍ରିୟାକୁ ଅନୁସରଣ କରୁଛନ୍ତି । “ଯୁବରାଜ ସିଂହ ମୋତେ ଶିଖାଇଛନ୍ତି ଯେ, ଯାହା ତୁମ ନିୟନ୍ତ୍ରଣରେ ନାହିଁ ସେଥିପାଇଁ ଚିନ୍ତା କରିବା ଦରକାର ନାହିଁ । ମୋର କାମ କେବଳ ଦଳ ପାଇଁ ଭଲ ପ୍ରଦର୍ଶନ କରିବା,” ବୋଲି ଅଭିଷେକ କହିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories