Sanju Samson Poor Form / ୩ ମ୍ୟାଚ୍ରେ ୬ ରନ୍ ! ସଞ୍ଜୁ ସାମସନଙ୍କୁ ଆଉ କେତେ ସୁଯୋଗ ? ସୂର୍ଯ୍ୟବଂଶୀ ଦେଉଛନ୍ତି କଡ଼ା ଚ୍ୟାଲେଞ୍ଜ
·1 hour ago·2 min read

Key Points
ସଞ୍ଜୁ ସାମସନଙ୍କ ଖରାପ ଫର୍ମ
ଆଉ କେତେ ଦିନ ମିଳିବ ସୁଯୋଗ ?
ବୈଭବ ସୂର୍ଯ୍ୟବଂଶୀ ଦେଉଛନ୍ତି କଡ଼ା ଚ୍ୟାଲେଞ୍ଜ !

ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ସଞ୍ଜୁ ସାମସନ । ସେ ୨୦୨୬ ଆଇସିସି ପୁରୁଷ ଟି-୨୦ ବିଶ୍ବକପ୍ ସମୟରେ ପାଞ୍ଚଟି ଇନିଂସରେ ମୋଟ ୩୨୧ ରନ୍ କରିଥିଲେ । ଭାରତ ବିଶ୍ବକପ୍ ଟ୍ରଫି ଜିତିବାରେ ସେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ସଞ୍ଜୁଙ୍କ ଏହି ପ୍ରଦର୍ଶନ ଫଳରେ ତାଙ୍କୁ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ କରାଯାଇଥିଲା । କିନ୍ତୁ ବିଶ୍ବକପ୍ ପରେ ସେ ଏହି ପ୍ରଦର୍ଶନକୁ ଆଉ ରିପିଟ୍ କରିପାରି ନାହାନ୍ତି ।
ନିକଟରେ ଶେଷ ହୋଇଥିବା ଆର୍ୟାଲାଣ୍ଡ ଗସ୍ତରେ ସେ ଦୁଇଟି ମ୍ୟାଚ୍ରେ ମାତ୍ର ୫ ରନ୍ କରିବାରେ ସଫଳ ହୋଇଥିଲେ । ସେହିପରି ବୁଧବାର ଇଂଲଣ୍ଡ ବିପକ୍ଷରେ ପ୍ରଥମ ମ୍ୟାଚ୍ରେ ମାତ୍ର ୧ ରନ୍ କରିପାରିଥିଲେ । ତାଙ୍କର ଶେଷ ତିନୋଟି ଇନିଂସରେ ୧, ୦, ୫ ରନ୍ ସ୍କୋର କରିଛନ୍ତି । ଏହା ସ୍ପଷ୍ଟ କରୁଛି ଯେ ସଞ୍ଜୁ ୨୦୨୬ ଟି-୨୦ ବିଶ୍ୱକପ୍ ପରେ ସେଭଳି ପ୍ରଦର୍ଶନ କରିପାରୁନାହାନ୍ତି । ତେବେ ଆଗକୁ ଯଦି କିଛି ମ୍ୟାଚ୍ରେ ସେ ଏଭଳି ପ୍ରଦର୍ଶନ ଜାରି ରଖନ୍ତି ତେବେ ତାଙ୍କ ସ୍ଥାନରେ ଯୁବ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ବୈଭବ ସୂର୍ଯ୍ୟବଂଶୀଙ୍କୁ ସୁଯୋଗ ମିଳିପାରେ ।
୧ ଜୁଲାଇରେ ଇଶାନ କିଶାନ ICC ଟି-୨୦ ରାଙ୍କିଂରେ ନମ୍ବର ୱାନ ବ୍ୟାଟ୍ସମ୍ୟାନ ହୋଇଥିଲେ । କିନ୍ତୁ ଆର୍ୟଲ୍ୟାଣ୍ଡ ବିପକ୍ଷ ଦୁଇଟି ଏବଂ ଇଂଲଣ୍ଡ ବିପକ୍ଷ ଗୋଟିଏ ମ୍ୟାଚ୍ରେ ତାଙ୍କର ପ୍ରଦର୍ଶନ ସେତେ ଭଲ ହୋଇନାହିଁ । ସେ ତାଙ୍କର ଶେଷ ତିନୋଟି ମ୍ୟାଚ୍ରେ ମାତ୍ର ୧୩ ରନ୍ କରିପାରିଛନ୍ତି ।
ଅନ୍ୟପକ୍ଷରେ ବୈଭବ ସୂର୍ଯ୍ୟବଂଶୀ, ଯିଏ IPL ୨୦୨୬ରେ ୧୬ ମ୍ୟାଚ୍ରେ ୭୭୬ ରନ୍ କରିଥିଲେ। ବୈଭବ IPL ୨୦୨୬ରେ ଅରେଞ୍ଜ କ୍ୟାପ୍ ମଧ୍ୟ ନିଜ ନାମରେ କରିଥିଲେ । ତା'ପରେ ଶ୍ରୀଲଙ୍କା 'A' ବିପକ୍ଷରେ ୨୯ ବଲ୍ରେ ୯୪ ରନ୍ କରିଥିଲେ । ଏହି ପ୍ରଦର୍ଶନ ଫଳରେ ତାଙ୍କୁ ଟିମ୍ ଇଣ୍ଡିଆରେ ଚୟନ କରାଯାଇଥିଲା । କିନ୍ତୁ ସେ ଭାରତ ପାଇଁ ଏପର୍ଯ୍ୟନ୍ତ ଗୋଟିଏ ବି ମ୍ୟାଚ୍ ଖେଳିନାହାନ୍ତି । କାହିଁକି ନା ଟିମ୍ ଇଣ୍ଡିଆ ପୂର୍ବରୁ ଭଲ ପ୍ରଦର୍ଶନ କରିଥିବା ଖେଳାଳିମାନଙ୍କୁ ବାଦ ଦେବାକୁ ଚାହୁଁନାହିଁ । କିନ୍ତୁ ଗୋଟିଏ କଥା ନିଶ୍ଚିତ, ଯଦି ଟିମ୍ ଇଣ୍ଡିଆର ଟପ୍ ଅର୍ଡର, ଏବଂ ବିଶେଷକରି ଓପନର ବ୍ୟାଟ୍ସମ୍ୟାନ୍ ଆଗାମୀ ଦିନରେ ଭଲ ପ୍ରଦର୍ଶନ ନ କରନ୍ତି ତେବେ ବୈଭବ ସୂର୍ଯ୍ୟବଂଶୀଙ୍କୁ ସୁଯୋଗ ମିଳିବ ।

ଅଧିକ ପଢ଼ନ୍ତୁ: ଇଂଲଣ୍ଡ T20 ପୂର୍ବରୁ ବୈଭବଙ୍କ ଧମାକା, ନେଟ୍ସରେ ମାରିଲେ ବଡ଼ ବଡ଼ ଛକା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories