Sanju Samson / ସଞ୍ଜୁଙ୍କ ଦମଦାର୍ ପ୍ରଦର୍ଶନ: ସମାଲୋଚକଙ୍କୁ ଦେଲେ କଡ଼ା ଜବାବ

Key Points
ବିଶ୍ୱକପ୍ରେ ସଞ୍ଜୁ ସାମସନଙ୍କ ‘ରାଜ୍’
ସମାଲୋଚକଙ୍କୁ ଦେଲେ କଡ଼ା ଜବାବ
ଭାରତକୁ କରାଇଲେ ବିଶ୍ୱବିଜୟୀ
ମାତ୍ର ୫ଟି ମ୍ୟାଚ୍ରେ ୩୨୧ ରନ୍ ସଂଗ୍ରହ
ଯେଉଁ ଖେଳାଳିଙ୍କୁ ଟିମ୍ ଇଣ୍ଡିଆ ୪ଟି ମ୍ୟାଚ୍ ପାଇଁ ବାହାରେ ରଖିଥିଲା । ଯାହାଙ୍କ ଦକ୍ଷତା ଉପରେ ସାରା ବିଶ୍ୱରେ ପ୍ରଶ୍ନ ଉଠାଇଥିଲା । ସେ ଏବେ ୨୦୨୬ ଟି୨୦ ବିଶ୍ୱକପ୍ ର ପ୍ଲେୟାର ଅଫ୍ ଦି ସିରିଜ୍ ହୋଇଛନ୍ତି । ଆମେ ସଞ୍ଜୁ ସାମସନଙ୍କ ବିଷୟରେ କହୁଛୁ ଯିଏ ୨୦୨୬ ଟି୨୦ ବିଶ୍ୱକପ୍ ରେ ଭାରତ ପାଇଁ ସର୍ବାଧିକ ରନ କରିଥିଲେ ତାହା ନୁହେଁ ବରଂ ଟିମ୍ ଇଣ୍ଡିଆକୁ ବିଶ୍ୱ ଚାମ୍ପିଅନ ମଧ୍ୟ କରିଥିଲେ ।
ଟିମ୍ ଇଣ୍ଡିଆ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଫାଇନାଲ ମ୍ୟାଚ୍ ଏକତରଫା ଭାବରେ ଜିତିଥିଲା ଏବଂ ଏହା ସହିତ ତୃତୀୟ ଥର ପାଇଁ ଟି୨୦ ବିଶ୍ୱକପ୍ ଜିତିଥିଲା । ଭାରତୀୟ ଦଳର ଏହି ବିଜୟର ଶ୍ରେୟ ସଞ୍ଜୁ ସାମସନଙ୍କୁ ଯିବା ଉଚିତ କାରଣ ଏହି ଖେଳାଳିଙ୍କୁ ପ୍ଲେଇଂ ଇଲେଭେନରେ ସାମିଲ କରିବାରୁ ସବୁକିଛି ବଦଳିଗଲା ।
ସଞ୍ଜୁ ସାମସନଙ୍କୁ ନାମ୍ବିଆ ବିପକ୍ଷରେ ଟି-୨୦ ବିଶ୍ୱକପରେ ପ୍ରଥମ ସୁଯୋଗ ମିଳିଥିଲା । ସେ ୨୨ ରନ୍ ସହିତ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ । ତା’ପରେ ସେ ଜିମ୍ବାୱେ ବିପକ୍ଷରେ ୨୪ ରନ୍ କରିଥିଲେ । ଆଉ ତା'ପରେ ସେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଅପରାଜିତ ୯୭ ରନ୍ କରିଥିଲେ, ଯାହା ଦ୍ୱାରା ଟିମ୍ ଇଣ୍ଡିଆ ସେମିଫାଇନାଲ୍ ପହଞ୍ଚିଥିଲା । ପରେ ପରେ, ଇଂଲଣ୍ଡ ବିପକ୍ଷରେ ସେମିଫାଇନାଲ୍ରେ, ସଞ୍ଜୁ ଭଲ ପ୍ରଦର୍ଶନ କରିଥିଲେ, ୮୯ ରନ୍ କରି ଭାରତକୁ ବିଜୟୀ କରାଇଥିଲେ ।
ଏଥିସହ ପଢ଼ନ୍ତୁ: ଟି-୨୦ ବିଶ୍ୱକପ୍ ବିଜୟ ପରେ କୋଚ୍ ଗୌତମ ଗମ୍ଭୀରଙ୍କୁ ନେଇ ଏମିତି ଲେଖିଲେ ଧୋନି...
ସାମସନ ଫାଇନାଲ୍ରେ ମଧ୍ୟ ୮୯ ରନ୍ କରି ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ । ସଞ୍ଜୁ ସାମସନ ଟି-୨୦ ବିଶ୍ୱକପରେ ଭାରତ ପାଇଁ ସର୍ବାଧିକ ରନ ସ୍କୋର କରିବାର ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗିଛନ୍ତି । ସେ ମାତ୍ର ପାଞ୍ଚଟି ମ୍ୟାଚରେ ୮୦.୨ ହାରରେ ୩୨୧ ରନ ସଂଗ୍ରହ କରିଛନ୍ତି ।
ତାଙ୍କର ଷ୍ଟ୍ରାଇକ ରେଟ୍ ଥିଲା ୧୯୯.୩୭ । ସେ ଲଗାତାର ତିନୋଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ୩୦୦ ରୁ ଅଧିକ ରନ କରିଥିବା ବ୍ୟାଟସ ମ୍ୟାନଙ୍କ ମଧ୍ୟରେ ତାଙ୍କର ଷ୍ଟ୍ରାଇକ ରେଟ୍ ସର୍ବାଧିକ ରହିଛି । ସାମସନ ଟି-୨୦ ବିଶ୍ୱକପରେ ସର୍ବାଧିକ ୨୪ ଛକା ମାରିଥିଲେ ।
୨୦ ଓଭରରେ ଭାରତ ୫ ୱିକେଟ ହରାଇ ୨୫୫ ରନ୍ କରିଥିଲା । ନ୍ୟୁଜିଲାଣ୍ଡକୁ ଦେଇଥିଲା ୨୫୬ ରନ୍ର ବିଜୟ ଲକ୍ଷ୍ୟ । ୨୫୬ ରନ୍ର ପିଛା କରି ନ୍ୟୁଜିଲାଣ୍ଡ ୧୫୯ ରନ୍ରେ ଅଲଆଉଟ୍ ହୋଇ ରନର୍ସ ଅପ୍ ହୋଇଛି । ଭାରତ ଫାଇନାଲ୍ ମ୍ୟାଚ୍କୁ ନ୍ୟୁଜିଲାଣ୍ଡ ଠାରୁ ୬ ବଲ୍ ବାକି ଥାଇ ୯୬ ରନ୍ରେ ଜିତି ନେଇ ଚାମ୍ପିଅନ୍ ହୋଇଛି ।
ଭାରତ ପକ୍ଷରୁ ଓପନର୍ ସଞ୍ଜୁ ସାମସନ ସର୍ବାଧିକ ୮୯ ରନ୍ର ପାଳି ଖେଳିଛନ୍ତି । ୪୬ ବଲ୍ରେ ସଞ୍ଜୁ ୮ଟି ଛକା, ୫ଟି ଚଉକା ସହ ୮୯ ରନ୍ କରିଛନ୍ତି । ସେହିଭଳି ଅଭିଷେକ ଶର୍ମା ୨୧ ବଲ୍ରେ ୩ଟି ଛକା, ୬ଟି ଚଉକା ସହାୟତାରେ ୫୨ ରନ୍, ଇଶାନ କିଷନ ୨୫ ବଲ୍ରେ ୪ଟି ଛକା, ୪ଟା ଚଉକା ସହାୟତାରେ ୫୪ ରନ୍, ହାର୍ଦ୍ଦିକ ପାଣ୍ଡ୍ୟା ୧୩ ବଲ୍ରେ ୧୮ ରନ୍, ଶିବମ ଦୁବେ ୮ ବଲ୍ରେ ୨ ଛକା, ୩ ଚଉକା ସହାୟତାରେ ଅପରାଜିତ ୨୬ ରନ୍ କରିଛନ୍ତି ।
ପଢନ୍ତୁ ଏହି ଖବର: ଟି-୨୦ ବିଶ୍ବକପରେ ହେବ ଟଙ୍କା ବର୍ଷା….ଫାଇନାଲରେ ଭାରତ ଜିତୁ କି ହାରୁ ପାଇବେ ଏତିକି ଟଙ୍କା
📱 Get Argus News App
✨Related Topics
Explore more stories