Videos
|
Sports

Aryavir Sehwag Debut / ଡେବ୍ୟୁ ମ୍ୟାଚ୍‌ରେ ଚାଲିଲାନି ସେହୱାଗଙ୍କ ପୁଅଙ୍କ ବ୍ୟାଟ୍, ବାପାଙ୍କ ସାମ୍ନାରେ ଫ୍ଲପ୍

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ଡେବ୍ୟୁ ମ୍ୟାଚ୍‌ରେ ଚାଲିଲାନି ସେହୱାଗଙ୍କ ପୁଅଙ୍କ ବ୍ୟାଟ୍, ବାପାଙ୍କ ସାମ୍ନାରେ ଫ୍ଲପ୍
Aryavir Sehwag Debut

Key Points

ସେହୱାଗଙ୍କ ପୁଅର ଡେବ୍ୟୁ ମ୍ୟାଚ୍‌ରେ ନିରାଶା
ବାପାଙ୍କ ସାମ୍ନାରେ ୨୮ ରନ୍
ବଡ଼ ଇନିଂସରୁ ବଞ୍ଚିତ ଆର୍ଯ୍ୟବୀର


ବାପାଙ୍କ ପରେ ଟିମ୍ ଇଣ୍ଡିଆରେ ଡେବ୍ୟୁ କଲେ ପୁଅ । ଆମେ କହୁଛୁ ଟିମ୍ ଇଣ୍ଡିଆର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବୀରେନ୍ଦ୍ର ସେହଓ୍ବାଗଙ୍କ ପୁଅଙ୍କ କଥା । ବାପାଙ୍କ ଭଳି କ୍ରିକେଟ୍ ମଇଦାନରେ ପାଦ ରଖିବାର ଆର୍ଯ୍ୟବୀର ସେହୱାଗଙ୍କ ଅପେକ୍ଷା ଶେଷ ହୋଇଛି । କିନ୍ତୁ ଭାରତୀୟ ଅଣ୍ଡର-୧୯ ଦଳ ପାଇଁ ତାଙ୍କ ଡେବ୍ୟୁ ତାଙ୍କ ଆଶା ଅନୁଯାୟୀ ସ୍ମରଣୀୟ ହୋଇପାରିନାହିଁ ।

ରାଜକୋଟରେ ଅଷ୍ଟ୍ରେଲିଆ ଅଣ୍ଡର-୧୯ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ଆର୍ଯ୍ୟବୀର ପ୍ରଥମଥର ପାଇଁ ଭାରତର ଅଣ୍ଡର-19 ଜର୍ସି ପିନ୍ଧି ବ୍ୟାଟିଂ କରିଥିଲେ । ପୁଅର ଡେବ୍ୟୁ ଦେଖିବା ପାଇଁ ତାଙ୍କ ବାପା ଏବଂ ଭାରତର ପୂର୍ବତନ ବିସ୍ଫୋରକ ଓପନର୍ ବୀରେନ୍ଦ୍ର ସେହୱାଗ ମଧ୍ୟ ଷ୍ଟାଡିୟମରେ ଉପସ୍ଥିତ ଥିଲେ ।
ମ୍ୟାଚ୍‌ରେ ବର୍ଷା ହେବାରୁ ୫୦ ଓଭରର ମୁକାବିଲାକୁ କମାଇ ୨୦ ଓଭର କରାଯାଇଥିଲା । ତେଣୁ ଭାରତୀୟ ଓପନରମାନଙ୍କ ଉପରେ ଆରମ୍ଭରୁ ଦ୍ରୁତ ରନ୍ କରିବାର ଚାପ ଥିଲା ।

ଆର୍ଯ୍ୟବୀର ଆରମ୍ଭରେ କିଛି ଭଲ ଶଟ୍ ଖେଳିଥିଲେ ଏବଂ ତାଙ୍କ ବ୍ୟାଟ୍‌ରୁ ୫ଟି ଚୌକା ମଧ୍ୟ ଆସିଥିଲା । କିନ୍ତୁ ବଡ଼ ଇନିଂସ ଖେଳିବା ପୂର୍ବରୁ ସେ ଆଉଟ୍ ହୋଇଯାଇଥିଲେ । ଆର୍ଯ୍ୟବୀର ୨୬ ବଲ୍‌ରେ ୨୮ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ ।

ପୁଅର ଡେବ୍ୟୁ ଦେଖିବାକୁ ଷ୍ଟାଡିୟମରେ ସେହୱାଗ

ଆର୍ଯ୍ୟବୀରଙ୍କ ଡେବ୍ୟୁକୁ ସ୍ୱତନ୍ତ୍ର କରିବା ପାଇଁ ବୀରେନ୍ଦ୍ର ସେହୱାଗ ରାଜକୋଟର ନିରଞ୍ଜନ ଶାହ ଷ୍ଟାଡିୟମରେ ପହଞ୍ଚିଥିଲେ । ଷ୍ଟାଣ୍ଡରେ ବସି ପୁଅକୁ ଭାରତୀୟ ଅଣ୍ଡର-୧୯ ଜର୍ସିରେ ଖେଳୁଥିବାର ଦେଖିଥିଲେ ସେହଓ୍ବାଗ । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଆର୍ଯ୍ୟବୀର ଏହା ପୂର୍ବରୁ ଘରୋଇ କ୍ରିକେଟ୍‌ରେ ମଧ୍ୟ ନିଜ ବ୍ୟାଟିଂ ଦ୍ୱାରା ଧ୍ୟାନ ଆକର୍ଷଣ କରିସାରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅନଭ୍ୟ ଦ୍ରାବିଡଙ୍କ ଧମାକାଦାର ଇନିଂସ

ଆର୍ଯ୍ୟବୀର ବଡ଼ ଇନିଂସ ଖେଳିପାରିନଥିବା ବେଳେ, ରାହୁଲ ଦ୍ରାବିଡଙ୍କ ସାନ ପୁଅ ଅନଭ୍ୟ ଦ୍ରାବିଡ ନିଜ ବ୍ୟାଟିଂରେ ଚମକ ଦେଖାଇଥିଲେ । ୱିକେଟକିପର-ବ୍ୟାଟ୍ସମ୍ୟାନ୍‌ ଅନଭ୍ୟ ୬ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ । ସେତେବେଳେ ଭାରତ ଅଣ୍ଡର-୧୯ ଦଳ ୮୮ ରନ୍‌ରେ ୪ଟି ୱିକେଟ୍ ହରାଇସାରିଥିଲା । ଏହାପରେ ଅନଭ୍ୟ ଦ୍ରୁତ ରନ୍ ସଂଗ୍ରହ କରି ମାତ୍ର ୧୮ଟି ବଲ୍‌ରେ ୩୮ ରନ୍ କରିଥିଲେ । ତାଙ୍କ ଦ୍ରୁତ ଇନିଂସ ଭାରତର ସ୍କୋରକୁ ୧୫୦ ରନ୍‌ରୁ ଅଧିକ କରିବାରେ ଗୁରୁତ୍ୱପୂର୍ଣ୍ଣ ହୋଇଥିଲା ।

୭ ରନ୍‌ରେ ଜିତିଲା ଭାରତ

ଭାରତ ଅଣ୍ଡର-୧୯ ଦଳ ୨୦ ଓଭରରେ ୬ ୱିକେଟ୍ ହରାଇ ୧୮୨ ରନ୍ କରିଥିଲା । ଜବାବରେ ଅଷ୍ଟ୍ରେଲିଆ ଅଣ୍ଡର-୧୯ ଦଳ ୨୦ ଓଭରରେ ୭ ୱିକେଟ୍ ହରାଇ ୧୭୫ ରନ୍ କରିପାରିଥିଲା । ଫଳରେ ଭାରତ ଏହି ରୋମାଞ୍ଚକର ମୁକାବିଲାକୁ ୭ ରନ୍‌ରେ ଜିତିଥିଲା ।