Shafali Verma 100 Sixes / ଶେଫାଳୀଙ୍କ ଧମାକା, ବିରାଟ-ରୋହିତଙ୍କ ଖାସ୍ କ୍ଲବ୍ରେ ହେଲେ ସାମିଲ
·48 mins ago·2 min read

Key Points
ବିରାଟ-ରୋହିତଙ୍କ ସହ ଶେଫାଳୀ
ହାସଲ କଲେ ବଡ଼ ରେକର୍ଡ
୧୦୦ ଛକା କ୍ଲବ୍ରେ ଶେଫାଳୀ
ହାସଲ କଲେ ବଡ଼ ରେକର୍ଡ
୧୦୦ ଛକା କ୍ଲବ୍ରେ ଶେଫାଳୀ
ଏସିଆନ୍ ଗେମ୍ସରେ ଇତିହାସ ରଚିଛନ୍ତି ଭାରତୀୟ ମହିଳା କ୍ରିକେଟର ଶେଫାଳୀ ବର୍ମା । ମହିଳା କ୍ରିକେଟରେ ଏସିଆନ୍ ଗେମ୍ସରେ ଶତକ ହାସଲ କରିବାରେ ସେ ପ୍ରଥମ ମହିଳା କ୍ରିକେଟର ହୋଇଛନ୍ତି । ବାଂଲାଦେଶ ବିପକ୍ଷ ସେମିଫାଇନାଲ୍ ମ୍ୟାଚ୍ରେ ଶେଫାଳୀ ମାତ୍ର ୪୯ ବଲ୍ରେ ଅପରାଜିତ ୧୦୦ ରନ୍ର ବିସ୍ଫୋରକ ଇନିଂସ ଖେଳିଛନ୍ତି । ତାଙ୍କ ଏହି ଧମାକାଦାର ଇନିଂସରେ ୯ଟି ଛକା ସାମିଲ ଥିଲା । ଶେଫାଳୀଙ୍କ ଶତକୀୟ ଇନିଂସ ବଳରେ ଭାରତ ପ୍ରଥମେ ବ୍ୟାଟିଂ କରି ବିଶାଳ ୧୯୫ ରନ୍ ସ୍କୋର କରିଛି ।
ସବୁଠାରୁ ଅଧିକ ଛକା ଲଗାଇଥିବା ଭାରତୀୟ ମହିଳା ବ୍ୟାଟ୍ସମ୍ୟାନ୍
ଏହି ମ୍ୟାଚ୍ରେ ୯ଟି ଛକା ଲଗାଇବା ସହ ଶେଫାଳୀ ଟି-୨୦ ଇଣ୍ଟରନ୍ୟାସନାଲରେ ଏକ ବଡ଼ ରେକର୍ଡ ନିଜ ନାମରେ କରିଛନ୍ତି । ସେ ସ୍ମୃତି ମନ୍ଧାନାଙ୍କୁ ପଛରେ ପକାଇ ଟି-୨୦ ଇଣ୍ଟରନ୍ୟାସନାଲରେ ସବୁଠାରୁ ଅଧିକ ଛକା ଲଗାଇଥିବା ଭାରତୀୟ ମହିଳା ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି । ଶେଫାଳୀଙ୍କ ନାମରେ ଏବେ ୧୦୪ଟି ଟି-୨୦ ଇଣ୍ଟରନ୍ୟାସନାଲ ଛକା ରହିଛି ।
ରୋହିତ-କୋହଲିଙ୍କ ସ୍ୱତନ୍ତ୍ର କ୍ଲବ୍ରେ ଶେଫାଳୀ
ଟି-୨୦ ଇଣ୍ଟରନ୍ୟାସନାଲରେ ୧୦୦ କିମ୍ବା ତା’ଠାରୁ ଅଧିକ ଛକା ଲଗାଇଥିବା ଭାରତୀୟ ଖେଳାଳିଙ୍କ ସ୍ୱତନ୍ତ୍ର କ୍ଲବ୍ରେ ମଧ୍ୟ ଶେଫାଳୀ ସାମିଲ ହୋଇଛନ୍ତି । ପୁରୁଷ କ୍ରିକେଟରେ ରୋହିତ ଶର୍ମା, ବିରାଟ କୋହଲିଙ୍କ ସମେତ ଏକାଧିକ ଭାରତୀୟ ଏହି ସଫଳତା ହାସଲ କରିଛନ୍ତି । ମହିଳା କ୍ରିକେଟରେ ଶେଫାଳୀ ଏହି ତାଲିକାରେ ସାମିଲ ହୋଇଥିବା ଦ୍ୱିତୀୟ ଭାରତୀୟ ମହିଳା କ୍ରିକେଟର ।
ବିଶେଷ କଥା ହେଉଛି, ବାଂଲାଦେଶ ବିପକ୍ଷ ଏହି ସେମିଫାଇନାଲ୍ ମ୍ୟାଚ୍ରେ ସ୍ମୃତି ମନ୍ଧାନା ମଧ୍ୟ ନିଜର ୧୦୦ତମ ଟି-୨୦ ଇଣ୍ଟରନ୍ୟାସନାଲ ଛକା ପୂରଣ କରିଛନ୍ତି । ସ୍ମୃତି ୧୭୧ତମ ଇନିଂସରେ ଏହି ମାଇଲ୍ଷ୍ଟୋନ୍ ହାସଲ କରିଥିବା ବେଳେ ଶେଫାଳୀ ମାତ୍ର ୧୧୭ଟି ଇନିଂସରେ ୧୦୦ ଛକା ପୂରଣ କରିଛନ୍ତି ।
ଏହା ସହିତ ଭାରତର ମୋଟ ୭ ଜଣ ପୁରୁଷ ଓ ମହିଳା କ୍ରିକେଟର ଏବେ ଟି-୨୦ ଇଣ୍ଟରନ୍ୟାସନାଲରେ ୧୦୦ କିମ୍ବା ତା’ଠାରୁ ଅଧିକ ଛକା ଲଗାଇଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଟି-୨୦ ଇଣ୍ଟରନ୍ୟାସନାଲରେ ଭାରତୀୟଙ୍କ ସବୁଠାରୁ ଅଧିକ ଛକା
ରୋହିତ ଶର୍ମା – ୨୦୫
ସୂର୍ଯ୍ୟକୁମାର ଯାଦବ – ୧୭୯
ଅଭିଷେକ ଶର୍ମା – ୧୨୬
ହାର୍ଦ୍ଦିକ ପାଣ୍ଡ୍ୟା – ୧୨୬
ବିରାଟ କୋହଲି – ୧୨୪
ଶେଫାଳୀ ବର୍ମା – ୧୦୪
ସ୍ମୃତି ମନ୍ଧାନା – ୧୦୦
ଟି-୨୦ ଇଣ୍ଟରନ୍ୟାସନାଲରେ ୨୦୦ କିମ୍ବା ତା’ଠାରୁ ଅଧିକ ଛକା ଲଗାଇଥିବା ଖେଳାଳିଙ୍କ ମଧ୍ୟରେ ରୋହିତ ଶର୍ମା ମଧ୍ୟ ସାମିଲ ଅଛନ୍ତି । ରୋହିତଙ୍କ ନାମରେ ୨୦୫ଟି ଛକା ରହିଛି ।
ରୋହିତ ଶର୍ମା – ୨୦୫
ସୂର୍ଯ୍ୟକୁମାର ଯାଦବ – ୧୭୯
ଅଭିଷେକ ଶର୍ମା – ୧୨୬
ହାର୍ଦ୍ଦିକ ପାଣ୍ଡ୍ୟା – ୧୨୬
ବିରାଟ କୋହଲି – ୧୨୪
ଶେଫାଳୀ ବର୍ମା – ୧୦୪
ସ୍ମୃତି ମନ୍ଧାନା – ୧୦୦
ଟି-୨୦ ଇଣ୍ଟରନ୍ୟାସନାଲରେ ୨୦୦ କିମ୍ବା ତା’ଠାରୁ ଅଧିକ ଛକା ଲଗାଇଥିବା ଖେଳାଳିଙ୍କ ମଧ୍ୟରେ ରୋହିତ ଶର୍ମା ମଧ୍ୟ ସାମିଲ ଅଛନ୍ତି । ରୋହିତଙ୍କ ନାମରେ ୨୦୫ଟି ଛକା ରହିଛି ।
Related Topics
Explore more stories