Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଭାରତୀୟ ODI ଦଳରେ କିଏ ନେବ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ? ରେସ୍‌ରେ ଏହି ଦୁଇ ଖେଳାଳି...

Sports

Hardik Pandya Replacement / ଭାରତୀୟ ODI ଦଳରେ କିଏ ନେବ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ? ରେସ୍‌ରେ ଏହି ଦୁଇ ଖେଳାଳି...

Santosh Kumar Sahoo
Browse all articles by Santosh Kumar Sahoo
·3 hours ago·2 min read
ଭାରତୀୟ ODI ଦଳରେ କିଏ ନେବ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ? ରେସ୍‌ରେ ଏହି ଦୁଇ ଖେଳାଳି...
Hardik Pandya

Key Points

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିକଳ୍ପ କିଏ ?
ଭାରତୀୟ ଦଳରେ ଦୁଇ ଖେଳାଳିଙ୍କ ମଧ୍ୟରେ ଲଢ଼େଇ
ଚୟନକର୍ତ୍ତାଙ୍କ ପାଇଁ କଠିନ ନିଷ୍ପତ୍ତି
ଆଫଗାନିସ୍ତାନ ବିପକ୍ଷରେ ଜୁନ୍‌ ୧୩ରୁ ଆରମ୍ଭ ହେବାକୁ ଯାଉଛି ଦିନିକିଆ ସିରିଜ୍‌ । ତେବେ ଏହି ସିରିଜ୍‌ ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିଛି ବଡ଼ ଝଟକା । ବିରାଟ କୋହଲିଙ୍କ ପରେ ଆହତ କାରଣରୁ ଦଳରୁ ବାଦ୍ ପଡ଼ିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା । ପ୍ରାରମ୍ଭରେ ରିପୋର୍ଟ ହୋଇଥିଲା ଯେ ହାର୍ଦ୍ଦିକ ଦିନିକିଆ ସିରିଜ୍‌ ପାଇଁ ହୋଇଥିବା ଫିଟନେସ୍ ଟେଷ୍ଟରେ ପାସ୍ କରିଛନ୍ତି, କିନ୍ତୁ ବର୍ତ୍ତମାନର ଅପଡେଟ୍‌ ଅନୁସାରେ, ତାଙ୍କ ଗୋଡ଼ରେ ଆଘାତ ଯୋଗୁଁ ସେ ସିରିଜ୍‌ରୁ ବାଦ୍ ପଡ଼ିଛନ୍ତି ।

ରିପୋର୍ଟ ଅନୁଯାୟୀ, ହାର୍ଦ୍ଦିକଙ୍କୁ ବିସିସିଆଇର ସେଣ୍ଟର ଅଫ୍ ଏକ୍ସଲେନ୍ସରେ ଦୁଇ ସପ୍ତାହ ବିତାଇବାକୁ ପଡ଼ିପାରେ । ତେବେ ହାର୍ଦ୍ଦିକ ବାଦ୍ ପଡ଼ିବା ପରେ ଆସନ୍ତୁ ଜାଣିବା କେଉଁ ଅଲରାଉଣ୍ଡର ଟିମ୍ ଇଣ୍ଡିଆରେ ତାଙ୍କ ସ୍ଥାନ ନେଇପାରିବେ..

୧- ଶିବମ୍ ଦୁବେ

ଶିବମ୍ ଦୁବେ ହାର୍ଦ୍ଦିକଙ୍କ ସ୍ଥାନ ପାଇଁ ପ୍ରମୁଖ ଦାବିଦାର ରହିଛନ୍ତି । ହାର୍ଦ୍ଦିକଙ୍କ ପରି ଦୁବେ ଜଣେ ପେସ୍ ବୋଲିଂ ଅଲରାଉଣ୍ଡର । ସେ ବ୍ୟାଟ୍ ଏବଂ ବଲ୍ ଉଭୟରେ ଦଳକୁ ଅବଦାନ ଦେଇପାରନ୍ତି । କିନ୍ତୁ ଦୁବେ ମୁଖ୍ୟତଃ ଭାବେ ଭାରତ ପାଇଁ ଟି-୨୦ କ୍ରିକେଟ୍ ଖେଳନ୍ତି ।
ଦୁବେ ଏପର୍ଯ୍ୟନ୍ତ ଭାରତ ପାଇଁ ଚାରୋଟି ଦିନିକିଆ ଏବଂ ୬୪ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି । ଦିନିକିଆରେ ବ୍ୟାଟିଂ କରି ଦୁବେ ୪୩ ରନ୍‌ କରିଥିବା ବେଳେ ଗୋଟିଏ ଓ୍ବିକେଟ୍‌ ନେଇଛନ୍ତି । ସେହିପରି ଟି-୨୦ ଆନ୍ତର୍ଜାତୀୟରେ ଦୁବେଙ୍କ ନାଁରେ ୯୯୧ ରନ୍‌ ଓ ୩୧ ଓ୍ବିକେଟ୍‌ ରହିଛି ।

୨- ଅକ୍ଷର ପଟେଲ

ODI ସିରିଜ୍ ପାଇଁ ଅକ୍ଷର ପଟେଲଙ୍କୁ ହାର୍ଦ୍ଦିକଙ୍କ ବଦଳ ଖେଳାଳି ଭାବରେ ବିବେଚନା କରାଯାଇପାରେ । ଅକ୍ଷର ଏମିତି ଜଣେ ଅଲରାଉଣ୍ଡର ଯିଏ ଭାରତ ପାଇଁ ତିନୋଟି ଫର୍ମାଟ୍ ଖେଳନ୍ତି । ସେ ଏପର୍ଯ୍ୟନ୍ତ ୧୫ ଟେଷ୍ଟ, ୭୧ ODI ଏବଂ ୯୪ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି । ଏହି ଅଭିଜ୍ଞତା ଯୋଗୁଁ ତାଙ୍କୁ ହାର୍ଦ୍ଦିକଙ୍କ ବଦଳ ଖେଳାଳି ଭାବେ ଚୟନ କରାଯାଇପାରେ ।

ଦଳରେ ତିନି ଜଣ ଅଲରାଉଣ୍ଡର

ସୂଚନା ଅନୁସାରେ, ଆଫଗାନିସ୍ତାନ ବିପକ୍ଷରେ ଘୋଷଣା ହୋଇଥିବା ଭାରତୀୟ ଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟତୀତ ୩ ଜଣ ଅଲରାଉଣ୍ଡର ନୀତୀଶ କୁମାର ରେଡ୍ଡୀ, ଓ୍ବାଶିଂଟନ ସୁନ୍ଦର ଓ ହର୍ଷ ଦୁବେ ଅଛନ୍ତି । ତେଣୁ ଟିମ୍‌ ଇଣ୍ଡିଆ କୌଣସି ବଦଳ ଖେଳାଳି ବିନା ପଡ଼ିଆକୁ ଓହ୍ଲାଇପାରେ ।

ଭାରତ-ଆଫଗାନିସ୍ତାନ ODI ସିରିଜ୍ ସୂଚୀ:

ପ୍ରଥମ ODI - ଜୁନ୍ ୧୩, ଧର୍ମଶାଳା
ଦ୍ୱିତୀୟ ODI - ଜୁନ୍ ୧୭, ଲକ୍ଷ୍ନୌ
ତୃତୀୟ ODI - ଜୁନ୍ ୨୦, ଚେନ୍ନାଇ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored