Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Sourav Ganguly on captaincy / ସୂର୍ଯ୍ୟକୁମାର ଯାଦବଙ୍କୁ ଟି-୨୦ ଅଧିନାୟକ ପଦରୁ ହଟାଇବା ଉଚିତ୍ ? ଏମିତି କାହିଁକି କହିଲେ ଦାଦା

Santosh Kumar Sahoo
Browse all articles by Santosh Kumar Sahoo
·7 months ago·2 min read
ସୂର୍ଯ୍ୟକୁମାର ଯାଦବଙ୍କୁ ଟି-୨୦ ଅଧିନାୟକ ପଦରୁ ହଟାଇବା ଉଚିତ୍ ? ଏମିତି କାହିଁକି କହିଲେ ଦାଦା
SKY

Key Points

ଗାଙ୍ଗୁଲିଙ୍କ ବଡ଼ ବୟାନ
ସୂର୍ଯ୍ୟକୁମାରଙ୍କୁ ଟି-୨୦ ଅଧିନାୟକ ପଦ ହଟାଇବା ଉଚିତ୍
ଗିଲ୍‌ ହେବା କଥା ସବୁ ଫର୍ମାଟର କ୍ୟାପଟେନ୍
ଚଳିତ ବର୍ଷ ମେ' ମାସରେ ଶୁବମନ ଗିଲ୍‌ଙ୍କୁ ଭାରତର ଟେଷ୍ଟର ଦଳର ଅଧିନାୟକ ଓ ଅକ୍ଟୋବର ମାସରେ ଦିନିକିଆ ଦଳର ଅଧିନାୟକ ଭାବେ ନିଯୁକ୍ତି କରିଥିଲା । ସେହିପରି ସୂର୍ଯ୍ୟକୁମାର ଯାଦବ ଜୁଲାଇ ୨୦୨୪ ଠାରୁ ଟି-୨୦ ଦଳର ଅଧିନାୟକ ଭାବେ ଦାୟିତ୍ବ ତୁଲାଉଛନ୍ତି । BCCI ଏହି ବର୍ଷ ଆରମ୍ଭରେ ଗିଲଙ୍କୁ ଖେଳର ଉଭୟ ଲମ୍ବା ଫର୍ମାଟର ଅଧିନାୟକ ଭାବରେ ନିଯୁକ୍ତ କରିଥିଲା ।

୨୦୨୪ ଟି-୨୦ ବିଶ୍ୱକପ୍ ଜିତିବା ପରେ ରୋହିତ ଶର୍ମା ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରୁ ଅବସର ନେଇଥିଲେ । ରୋହିତଙ୍କ ପରେ ଆଶା କରାଯାଉଥିଲା ରୋହିତଙ୍କ ପରେ ହାର୍ଦ୍ଦିକ ପାଣ୍ଡ୍ୟା କିମ୍ବା ଜସପ୍ରୀତ ବୁମରାହ୍‌ ନୂଆ ଅଧିନାୟକ ହେବେ । କିନ୍ତୁ ବିସିସିଆଇ ସୂର୍ଯ୍ୟକୁମାରଙ୍କୁ ବାଛିଥିଲା । କେତେକ ତାଙ୍କ ଅଧିନାୟକତ୍ବ ଉପରେ ସନ୍ଦେହ କରୁଥିଲେ କିନ୍ତୁ ସୂର୍ଯ୍ୟକୁମାର ଆଶାଠାରୁ ଭଲ ପ୍ରଦର୍ଶନ କରିଛନ୍ତି ।

ଅଧିନାୟକ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ତାଙ୍କ ନେତୃତ୍ବରେ ଟିମ୍ ଇଣ୍ଡିଆ ୨୨ ମ୍ୟାଚ୍ ମଧ୍ୟରୁ କେବଳ ଦୁଇଟିରେ ପରାଜୟ ବରଣ କରିଛି । ତେବେ ଏହି ଦମଦାର ରେକର୍ଡ ସତ୍ତ୍ବେ ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ପରାମର୍ଶ ଦେଇଛନ୍ତି ଯେ ଗିଲଙ୍କୁ ସମସ୍ତ ଫର୍ମାଟର ଅଧିନାୟକ କରାଯିବା ଉଚିତ । ଇଂଲଣ୍ଡ ଏବଂ ଟେଷ୍ଟ କ୍ରିକେଟରେ ଅଧିନାୟକ ଭାବରେ ତାଙ୍କର ସଫଳତା ପରେ ଏହି ପରାମର୍ଶ ଆସିଛି ।
ଗାଙ୍ଗୁଲି ଏକ ପଡକାଷ୍ଟରେ କହିଥିଲେ, "ଦିନେ ମୁଁ ଇଡେନ୍ ଗାର୍ଡେନ୍ସରେ ବସିଥିଲି ଏବଂ ଜଣେ ମୋ ପାଖକୁ ଆସି ପଚାରିଲେ, 'ତୁମେ କ'ଣ ଭାବୁଛ ଶୁବମନ ଗିଲ୍ ଟି-୨୦ ଅଧିନାୟକ ହେବା ଉଚିତ ?' ମୁଁ କହିଲି ସେ ସବୁକିଛିର ଅଧିନାୟକ ହେବା ଉଚିତ । ମୁଁ ତାଙ୍କୁ ପଚାରିଲି - ତିନି ମାସ ପୂର୍ବରୁ ସେ ଇଂଲଣ୍ଡରେ ଥିଲେ ଏବଂ ବିନା ରୋହିତ ଓ କୋହଲିରେ ସେ ଯୁବ ଦଳକୁ ବିଜୟ ଆଡ଼କୁ ନେଇଯାଉଥିଲେ । ଆପଣଙ୍କୁ ଧୈର୍ଯ୍ୟ ଧରିବାକୁ ପଡ଼ିବ । ଏହା ସହ ସୁଧାର ପାଇଁ ଆପଣଙ୍କୁ ସମୟ ଦେବାକୁ ପଡ଼ିବ।"

ଟି-୨୦ରେ ସଞ୍ଜୁ ସାମସନ୍‌ ଓ ଯଶସ୍ବୀ ଜୟସ୍ବାଲଙ୍କ ତୁଳନାରେ ଗିଲଙ୍କ ପ୍ରଦର୍ଶନ ସେତେ ପ୍ରଭାବଶାଳୀ ନୁହେଁ । କିନ୍ତୁ ତାଙ୍କ ଦଳରେ ପ୍ରଥମ ପସନ୍ଦର ଓପନର ଭାବେ ସାମିଲ କରାଯାଇଛି । ଯାହା ସୂଚିତ କରୁଛି ଯେ ଯଦି ବିସିସିଆଇ ସୂର୍ଯ୍ୟକୁମାରଙ୍କଠାରୁ ଆଗକୁ ବଢ଼ିବାକୁ ନିଷ୍ପତ୍ତି ନିଅନ୍ତି ତେବେ ଗିଲ୍‌ଙ୍କୁ ଟି-୨୦ରେ ବି ଅଧିନାୟକ ଦାୟିତ୍ବ ମିଳିପାରେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Should Suryakumar Be Removed as T20 Captain? Sourav Ganguly Backs Shubman Gill for All Formats | Argus News