Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Iyer Injury Update / ହସ୍ପିଟାଲରୁ ଡିସଚାର୍ଜ ହେଲେ ଶ୍ରେୟସ ଆୟର, BCCI ଜାରି କଲା ନୂଆ ମେଡିକାଲ ଅପଡେଟ୍‌

Santosh Kumar Sahoo
Browse all articles by Santosh Kumar Sahoo
·8 months ago·2 min read
ହସ୍ପିଟାଲରୁ ଡିସଚାର୍ଜ ହେଲେ ଶ୍ରେୟସ ଆୟର, BCCI ଜାରି କଲା ନୂଆ ମେଡିକାଲ ଅପଡେଟ୍‌

Key Points

କ୍ରିକେଟ ପ୍ରେମୀଙ୍କ ପାଇଁ ବଡ଼ ଖବର । ଆୟରଙ୍କୁ ନେଇ ବଡ଼ ଅପଡେଟ୍ ଦେଲା ବିସିସିଆଇ । ହସ୍ପିଟାଲରୁ ଡିସଚାର୍ଜ ହେଲେ ଆୟର । 
ସୁସ୍ଥ ହେଉଛନ୍ତି ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍‌ ଶ୍ରେୟସ ଆୟର । ସିଡନୀରେ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆ ମ୍ୟାଚ୍ ଖେଳିବା ସମୟରେ ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ଶ୍ରେୟାସ ଆୟର ଗୁରୁତର ଭାବେ ଆହତ ହୋଇଥିଲେ । ଫିଲ୍ଡିଂ ସମୟରେ ଏକ କ୍ୟାଚ୍ ଧରିବା ବେଳେ ଆୟରଙ୍କ ପଞ୍ଜରାରେ ଆଘାତ ଲାଗିଥିଲା । ଯାହାଫଳରେ ସେ ଆଉ ଫିଲ୍ଡିଂ ମଧ୍ୟ କରିପାରିନଥିଲେ । ପରେ ତାଙ୍କୁ ସିଡନୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ପରୀକ୍ଷା ପରେ ତାଙ୍କ ସ୍ପିଲ୍ନରେ ଆଭ୍ୟନ୍ତରୀଣ ରକ୍ତସ୍ରାବ ହୋଇଥିବା ଜଣାପଡ଼ିଥିଲା । ଏହି କାରଣରୁ ତାଙ୍କୁ ତୁରନ୍ତ ICUକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ଏବେ ସେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି । ଆଉ ଏସବୁ ମଧ୍ୟରେ ବିସିସିଆଇ ସମସ୍ତ କ୍ରିକେଟ ପ୍ରେମୀଙ୍କୁ ଖୁସି ଖବର ଦେଇଛି । ଆୟରଙ୍କ ଆଘାତକୁ ନେଇ ଏକ ବଡ଼ ଅପଡେଟ୍‌ ଦେଇଛି ବିସିସିଆଇ ।

ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) ଶନିବାର, ନଭେମ୍ବର ୧ରେ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି ଶ୍ରେୟାସ ଆୟରଙ୍କ ଆଘାତ ବିଷୟରେ ଏକ ପ୍ରମୁଖ ଅପଡେଟ୍ ପ୍ରଦାନ କରିଛି । ବୋର୍ଡ ଘୋଷଣା କରିଛି ଯେ ଆୟରଙ୍କ ଅବସ୍ଥା ସ୍ଥିର ଅଛି ଏବଂ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । BCCI କହିଛି, 'ଶ୍ରେୟାସ ଆୟରଙ୍କ ଆଘାତ ତୁରନ୍ତ ଚିହ୍ନଟ କରାଯାଇଥିଲା ଏବଂ ଏକ ଛୋଟ ଅସ୍ତ୍ରୋପଚାର କରାଯାଇଥିଲା । ଯାହାଫଳରେ ତାଙ୍କର ଆଭ୍ୟନ୍ତରୀଣ ରକ୍ତସ୍ରାବ ବନ୍ଦ ହୋଇଥିଲା । ତାଙ୍କୁ ଉପଯୁକ୍ତ ଚିକିତ୍ସା ଦିଆଯାଇଥିଲା । ଆୟରଙ୍କ ସ୍ବାସ୍ଥ୍ୟବସ୍ଥା ଏବେ ସ୍ଥିର ରହିଛି ଏବଂ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ବୋଲି ବିସିସିଆଇ ପକ୍ଷରୁ ପ୍ରେସ୍‌ ରିଲିଜ୍‌ କରି ସୂଚନା ଦେଇଛି ।"

ଆୟରଙ୍କ ଉତ୍କୃଷ୍ଟ ଚିକିତ୍ସା ପାଇଁ ବିସିସିଆଇ ସିଡନୀର ଡାକ୍ତର କୌରୁଶ ହାଘୀଗୀ ଓ ତାଙ୍କ ଦଳ ଏବଂ ଭାରତୀୟ ଡାକ୍ତର ଦିନଶା ପାରଦିୱାଲାଙ୍କୁ ଧନ୍ୟବାଦ ଜଣାଇଛି । ଆୟର ଅଧିକ ଚିକିତ୍ସା ପାଇଁ ସିଡନୀରେ ରହିବେ । ସେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ଭାରତ ଫେରିବେ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି ।

ସେପଟେ ସିଡନୀରେ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆରେ ଆହତ ହୋଇଥିବା ଆୟର ଏବେ ଅତିକମରେ ଦୁଇ ମାସ ପାଇଁ ଖେଳରୁ ଦୂରରେ ରହିବେ । ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ଅନୁଯାୟୀ, ଆୟରଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ପ୍ରାୟ ଆଠ ସପ୍ତାହ ଲାଗିପାରେ । ଏହାର ଅର୍ଥ ସେ କେବଳ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ ନୁହେଁ ବରଂ ଜାନୁଆରୀରେ ହେବାକୁ ଥିବା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ମଧ୍ୟ ନ ଖେଳିପାରନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Shreyas Iyer Discharged from Hospital, BCCI Issues Major Medical Update | Argus News