Shreyas Iyer: ଶ୍ରେୟସ ଆୟର ହେଲେ ଇଣ୍ଡିଆ-Aର କ୍ୟାପଟେନ, ଧ୍ରୁବ ଜୁରେଲଙ୍କୁ ମିଳିଲା ବଡ଼ ଦାୟିତ୍ବ

Key Points
ଶ୍ରେୟସ ଆୟରଙ୍କୁ ମିଳିଲା ବଡ଼ ଦାୟିତ୍ବ । ଭାରତ-A ଦଳର ହେଲେ ଅଧିନାୟକ । ଅଷ୍ଟ୍ରେଲିଆ-A ସହିତ ଭାରତ-A ଖେଳିବ ଦୁଇଟି ଚାରି ଦିନିଆ ମ୍ୟାଚ୍ ।
ଶ୍ରେୟସ ଆୟରଙ୍କୁ ବଡ଼ ଦାୟିତ୍ବ । ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଟିମ୍ ଇଣ୍ଡିଆର ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ଶ୍ରେୟସ ଆୟରଙ୍କୁ ଏକ ବଡ଼ ଦାୟିତ୍ୱ ଦେଇଛି। ତାଙ୍କୁ ଭାରତ-A ଦଳର ଅଧିନାୟକ କରାଯାଇଛି। ସେ ସେପ୍ଟେମ୍ବର ୧୬ରୁ ଆରମ୍ଭ ହେଉଥିବା ଅଷ୍ଟ୍ରେଲିଆ-A ବିପକ୍ଷରେ ହେବାକୁ ଥିବା ଦୁଇଟି ଚାରିଦିନିଆ ମ୍ୟାଚରେ ଦଳର କ୍ୟାପଟେନ୍ସି ଦାୟିତ୍ବ ତୁଲାଇବେ । ସେହିପରି ୱିକେଟକିପର ବ୍ୟାଟ୍ସମ୍ୟାନ୍ ଧ୍ରୁବ ଜୁରେଲଙ୍କୁ ମଧ୍ୟ ଏକ ବଡ଼ ଦାୟିତ୍ୱ ଦିଆଯାଇଛି। ଏହି ଦଳରେ ଅନେକ ଅଭିଜ୍ଞ ଖେଳାଳିଙ୍କୁ ସୁଯୋଗ ଦିଆଯାଇଛି। ଦିଲ୍ଲୀପ ଟ୍ରଫିର ସେମିଫାଇନାଲରେ ଦ୍ୱିଶତକ ହାସଲ କରିଥିବା ୱିକେଟକିପର ବ୍ୟାଟ୍ସମ୍ୟାନ୍ ଏନ. ଜଗଦୀସନଙ୍କୁ ଏହି ଦଳରେ ସ୍ଥାନ ମିଳିଛି । କିନ୍ତୁ ଋତୁରାଜ ଗାୟକୱାଡଙ୍କୁ ପୁଣି ଥରେ ଅଣଦେଖା କରାଯାଇଛି, ଯଦିଓ ସେ ଦୁଲୀପ ଟ୍ରଫିରେ ଏକ ଚମତ୍କାର ଶତକ ହାସଲ କରିଛନ୍ତି।
୨୦୨୫ ମସିହାର ଏସିଆ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ପାଇଁ ଶ୍ରେୟସ ଆୟରଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇ ନଥିଲା। ଶ୍ରେୟସଙ୍କୁ ଷ୍ଟାଣ୍ଡ-ବାଏ ଖେଳାଳିଙ୍କ ମଧ୍ୟରେ ସ୍ଥାନ ମଧ୍ୟ ମିଳି ନଥିଲା । ଯାହା କିଛି କ୍ରିକେଟପ୍ରେମୀ ଏବଂ ବିଶେଷଜ୍ଞଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ୨୦୨୫ ମସିହାର ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ରେ ପଞ୍ଜାବ କିଙ୍ଗ୍ସ ପାଇଁ ଶ୍ରେୟସ ଚମତ୍କାର ପ୍ରଦର୍ଶନ କରିଥିଲେ, ୧୭ ମ୍ୟାଚ୍ ରେ ୬୦୪ ରନ୍ କରିଥିଲେ। ଏପରି ପରିସ୍ଥିତିରେ, ଏସିଆ କପ୍ ଦଳରେ ଦୃଢ଼ ଦାବିଦାର ଥିଲେ । କିନ୍ତୁ ତାଙ୍କୁ ଏସିଆ କପ୍ ଦଳରେ ଚୟନ କରାଯାଇନଥିଲା ।
📱 Get Argus News App
✨ସୂଚନା ଅନୁସାରେ ଅଷ୍ଟ୍ରେଲିଆ-ଏ ଦଳ ଭାରତ-ଏ ବିପକ୍ଷରେ ଦୁଇଟି ଚାରି ଦିନିଆ ମ୍ୟାଚ୍ ବ୍ୟତୀତ ତିନୋଟି ଦିନିକିଆ ମ୍ୟାଚ୍ ମଧ୍ୟ ରହିଛି । ଏହି ମ୍ୟାଚ୍ଗୁଡ଼ିକ ଲକ୍ଷ୍ନୌ ଏବଂ କାନପୁରରେ ଖେଳାଯିବ । ବର୍ତ୍ତମାନ ଶ୍ରେୟସ ଆୟର ଦିଲୀପ ଟ୍ରଫିରେ ପଶ୍ଚିମ ଜୋନ୍ ପାଇଁ ଖେଳୁଛନ୍ତି ।
ଚାରି ଦିନିଆ ମ୍ୟାଚ୍ ପାଇଁ ଭାରତ-ଏ ଦଳ: ଶ୍ରେୟସ ଆୟର (ଅଧିନାୟକ), ଅଭିମନ୍ୟୁ ଈଶ୍ୱରନ୍, ନାରାୟଣ ଜଗଦୀସନ୍ (ଓ୍ବିକେଟ କିପର), ସାଇ ସୁଦର୍ଶନ, ଧ୍ରୁବ ଜୁରେଲ୍ (ଉପ-ଅଧିନାୟକ/ଓ୍ବିକେଟ କିପର), ଦେବଦତ୍ତ ପାଡିକଲ୍, ହର୍ଷ ଦୁବେ, ଆୟୁଷ ବଦୋନି, ନୀତିଶ କୁମାର ରେଡ୍ଡୀ, ତନୁଶ କୋଟିଆନ୍, ପ୍ରସିଦ୍ଧ କ୍ରିଷ୍ଣ, ଗୁରନୁର ବ୍ରାର, ଖଲିଲ ଅହମ୍ମଦ, ମାନବ ସୁଥାର, ୟଶ ଠାକୁର
ତେବେ ଓପନର୍ କେଏଲ ରାହୁଲ ଏବଂ ଦ୍ରୁତ ବୋଲର ମହମ୍ମଦ ସିରାଜ ଦ୍ୱିତୀୟ ମ୍ୟାଚ୍ ପାଇଁ ଦଳରେ ଯୋଗଦେବେ।
ଅଷ୍ଟ୍ରେଲିଆ A ବନାମ ଭାରତ-A ସୂଚୀ
ପ୍ରଥମ ୪ ଦିନିଆ ମ୍ୟାଚ୍: ସେପ୍ଟେମ୍ବର ୧୬ ରୁ ୧୯, ଲକ୍ଷ୍ନୌ
ଦ୍ୱିତୀୟ ୪ ଦିନିଆ ମ୍ୟାଚ୍: ସେପ୍ଟେମ୍ବର ୨୩ ରୁ ୨୬, ଲକ୍ଷ୍ନୌ
ପ୍ରଥମ ODI: ସେପ୍ଟେମ୍ବର ୩୦, କାନପୁର
ଦ୍ୱିତୀୟ ODI: ଅକ୍ଟୋବର ୩, କାନପୁର
ତୃତୀୟ ODI: ଅକ୍ଟୋବର ୫, କାନପୁର