Videos
|
Sports

Shreyas Iyer Statement / ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଶ୍ରେୟସ ଆୟରଙ୍କ ବଡ଼ ବୟାନ, କହିଲେ...

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଶ୍ରେୟସ ଆୟରଙ୍କ ବଡ଼ ବୟାନ, କହିଲେ...
Shreyas Iyer

Key Points

ବୈଭବଙ୍କ ଧମାକା ପରେ ଶ୍ରେୟସ ଆୟର ଖୁସି
ଯୁବ ଖେଳାଳିଙ୍କୁ ନେଇ କହିଲେ ବଡ଼ କଥା
ବୈଭବଙ୍କ ବ୍ୟାଟିଂରେ ମୁଗ୍ଧ ଶ୍ରେୟସ ଆୟର
ହରାରେରେ ପୁଣି ଗର୍ଜିଲା ବୈଭବଙ୍କ ବ୍ୟାଟ୍ । ମାତ୍ର ୧୯ ବଲ୍‌ରେ ଅର୍ଦ୍ଧଶତକ ହାସଲ କରି ଭାରତକୁ ସହଜ ବିଜୟ ଦେବା ସହ କ୍ରିକେଟ୍ ଜଗତରେ ପୁଣି ନିଜ ନାମର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ । ତାଙ୍କ ବିସ୍ଫୋରକ ଇନିଂସ୍‌କୁ ନେଇ ଅଧିନାୟକ ଶ୍ରେୟସ ଆୟର ମଧ୍ୟ ବଡ଼ ପ୍ରତିକ୍ରିୟା ଦେଇଛନ୍ତି । ତେବେ କ'ଣ କହିଲେ ଭାରତୀୟ କ୍ୟାପଟେନ ? ଜାଣନ୍ତୁ....

ଆର୍ୟଲ୍ୟାଣ୍ଡ ଏବଂ ଇଂଲଣ୍ଡ ବିପକ୍ଷରେ ଟି-୨୦ ସିରିଜ ହାରିବା ପରେ ଟିମ୍ ଇଣ୍ଡିଆ ଶେଷରେ ଜିମ୍ବାୱେ ଗସ୍ତରେ ବିଜୟ ହାସଲ କରିଛି । ଭାରତ ହରାରେ ପ୍ରଥମ ଟି-୨୦ ମ୍ୟାଚରେ ଜିମ୍ବାୱେକୁ ୭ ୱିକେଟରେ ପରାସ୍ତ କରିଛି । ଏହି ମ୍ୟାଚରେ ବୈଭବ ସୂର୍ଯ୍ୟବଂଶୀ ୧୯ ବଲରେ ଅର୍ଦ୍ଧଶତକ ହାସଲ କରିଛନ୍ତି । ପ୍ରଶଂସକମାନେ ବୈଭବଙ୍କ ବ୍ୟାଟିଂ ଦେଖି ଖୁସି ହୋଇଥିଲେ ଏବଂ ଏବେ ଅଧିନାୟକ ଶ୍ରେୟସ ଆୟର ମଧ୍ୟ ୧୫ ବର୍ଷୀୟ ବ୍ୟାଟ୍ସମ୍ୟାନଙ୍କ ଇନିଂସକୁ ନେଇ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି ।

ଅଧିକ ପଢ଼ନ୍ତୁ: ୧୫ ବର୍ଷର ଇତିହାସ ରଚିଲେ ବୈଭବ ସୂର୍ଯ୍ୟବଂଶୀ, ଭାଙ୍ଗିଲେ ସଚିନଙ୍କ ବଡ଼ ରେକର୍ଡ


ବୈଭବ ସୂର୍ଯ୍ୟବଂଶୀଙ୍କ ଅର୍ଦ୍ଧଶତକ ଉପରେ ଆୟରଙ୍କ ବୟାନ

ମ୍ୟାଚ୍ ପରେ ଅଧିନାୟକ ଶ୍ରେୟସ ଆୟର ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟିଂକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ବୈଭବଙ୍କର ଏହି ପିଚରେ ଖେଳିବାର ଅଭିଜ୍ଞତା ଅଛି ଏବଂ ପୂର୍ବରୁ ସେ ଏଠାରେ ୧୭୫ ରନ୍‌ କରିଛନ୍ତି । ଏହି ଆତ୍ମବିଶ୍ୱାସ ପ୍ରଥମ ଟି-୨୦ ମ୍ୟାଚରେ ସଫଳ ହୋଇଥିଲା । ସେ କହିଛନ୍ତି, “ବୈଭବ ସୂର୍ଯ୍ୟବଂଶୀଙ୍କ ପକ୍ଷରୁ ଚମତ୍କାର ବ୍ୟାଟିଂ ଦେଖିବାକୁ ମିଳିଲା । ସେ ଜଣେ ନିର୍ଭୀକ ଯୁବ ଖେଳାଳି । ଯେଭଳି ଭାବରେ ସେ ନିଜ ଇନିଂସକୁ ଆଗକୁ ବଢ଼ାଇଲେ, ତାହା ପ୍ରଶଂସାଯୋଗ୍ୟ ।”

ପ୍ରଥମ ଟି-୨୦ ମ୍ୟାଚ୍‌ରେ ଜିମ୍ବାୱେ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୭ ୱିକେଟ୍ ହରାଇ ୧୨୫ ରନ୍ କରିଥିଲା । ଟିମ୍ ଇଣ୍ଡିଆ ପାଇଁ ମୟଙ୍କ ଯାଦବ ଏବଂ ପ୍ରିନ୍ସ ଯାଦବ ପ୍ରତ୍ୟେକ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ । ଜବାବରେ ଟିମ୍ ଇଣ୍ଡିଆ ଅଭିଷେକ ଶର୍ମାଙ୍କୁ ଶୀଘ୍ର ହରାଇଥିଲା । ତଥାପି, ବୈଭବ ସୂର୍ଯ୍ୟବଂଶୀ ଆକ୍ରମଣାତ୍ମକ ବ୍ୟାଟିଂ କରି ୧୯ ବଲ୍ ରେ ୫୦ ରନ୍ କରିଥିଲେ । ଇଶାନ କିଶାନ ମଧ୍ୟ ୩୫ ରନ୍ ଏବଂ ଅଧିନାୟକ ଶ୍ରେୟସ ଆୟର ଅପରାଜିତ ୨୮ ରନ୍ କରି ଟିମ୍ ଇଣ୍ଡିଆକୁ ବିଜୟ ଭେଟି ଦେଇଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored