Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Shreyas Iyer Health Update / ହସ୍ପିଟାଲରୁ ଆସିଲା ଶ୍ରେୟସ ଆୟରଙ୍କର ପ୍ରଥମ ଫଟୋ , ବିସିସିଆଇ ଜାରି କଲା ଦ୍ୱିତୀୟ ମେଡିକାଲ ଅପଡେଟ୍

Ritu Das
Browse all articles by Ritu Das
·8 months ago·2 min read
ହସ୍ପିଟାଲରୁ ଆସିଲା ଶ୍ରେୟସ ଆୟରଙ୍କର ପ୍ରଥମ ଫଟୋ , ବିସିସିଆଇ ଜାରି କଲା ଦ୍ୱିତୀୟ ମେଡିକାଲ ଅପଡେଟ୍

Key Points

ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) ଶ୍ରେୟସ ଆୟରଙ୍କୁ ନେଇ ଦ୍ୱିତୀୟ ମେଡିକାଲ ଅପଡେଟ୍ ଜାରି କରିଛି ।
ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) ଶ୍ରେୟସ ଆୟରଙ୍କୁ ନେଇ ଦ୍ୱିତୀୟ ମେଡିକାଲ ଅପଡେଟ୍ ଜାରି କରିଛି । ବିସିସିଆଇ ମଙ୍ଗଳବାର କହିଛି ଯେ,ସିଡନୀର ହସ୍ପିଟାଲରେ ଭର୍ତ୍ତି ଶ୍ରେୟସଙ୍କର ସ୍ୱାସ୍ଥ୍ୟାବସ୍ଥାରେ ଧୀରେ ଧୀରେ ସୁଧାର ଆସୁଛି। ସେ ଭାରତ ବିପକ୍ଷ ଅଷ୍ଟ୍ରେଲିଆର ତୃତୀୟ ଦିନିକିଆ ମ୍ୟାଚରେ ଏଲେକ୍ସ କ୍ୟାରୀଙ୍କର କ୍ୟାଚ୍ ଧରିବା ପରେ ଆହତ ହୋଇଥିଲେ। ତାଙ୍କ ଛାତିରେ ଗଭୀର ଆଘାତ ଯୋଗୁଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡିଥିଲା। ତାଙ୍କର ଏକ ଅସ୍ତ୍ରୋପଚାର ମଧ୍ୟ କରାଯାଇଛି।

ଅଧିକ ପଢ଼ନ୍ତୁ: ଶ୍ରେୟସ ଆୟରଙ୍କ ସ୍ବାସ୍ଥ୍ୟକୁ ନେଇ ବଡ଼ ଅପଡେଟ୍‌ ଦେଲେ ସୂର୍ଯ୍ୟ କୁମାର

ଫ୍ୟାନ୍ସମାନେ ତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ ହୋଇପଡ଼ିଥିଲେ। ମଙ୍ଗଳବାର ସନ୍ଧ୍ୟାରେ ଭାରତୀୟ ଟିମର ଟି-୨୦ କ୍ୟାପଟେନ ସୂର୍ଯ୍ୟ କୁମାର ଯାଦବ ଶ୍ରେୟସ ଆୟରଙ୍କ ସ୍ବାସ୍ଥ୍ୟକୁ ନେଇ ଅପଡେଟ ଦେଇଥିଲେ। ଆଉ ଫ୍ୟାନ୍ସଙ୍କୁ କହିଥିଲେ, ଯେ, "ମୁଁ ଫୋନରେ ତାଙ୍କ ସହ କଥା ହୋଇଛି।" ସେ ଭଲ ଅଛନ୍ତି। ୩୦ ବର୍ଷୀୟ ଶ୍ରେୟସଙ୍କର ହସ୍ପିଟାଲରୁ ପ୍ରଥମ ଫଟୋ ସାମ୍ନାକୁ ଆସିଛି, ଯାହାକୁ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ଜୋଶ ହାଜେଲଉଡ୍ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

ବିସିସିଆଇ ଭାରତୀୟ ୱାନଡେ ଟିମ୍‌ର ଉପ-ଅଧିନାୟକଙ୍କ ଦ୍ଵିତୀୟ ମେଡିକାଲ ଅପଡେଟ୍‌ରେ କହିଛି- ଶ୍ରେୟସ ଆୟରଙ୍କୁ ୨୫ ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ODI ବେଳେ ଛାତିରେ ଗୁରୁତର ଆଘାତ ଲାଗିଥିଲା, ଯାହା ଫଳରେ ତାଙ୍କ କଙ୍କାଳରେ ଗୁରୁତର ଆଘାତ ଲାଗି ଥିଲା ଏବଂ ଆଭ୍ୟନ୍ତରୀଣ ରକ୍ତସ୍ରାବ ହୋଇଥିଲା। ଆଘାତକୁ ତୁରନ୍ତ ଚିହ୍ନଟ କରାଯାଇ ଥିଲା ଏବଂ ରକ୍ତସ୍ରାବ ତୁରନ୍ତ ବନ୍ଦ କରାଯାଇଥିଲା। ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି ଏବଂ ତାଙ୍କୁ ନଜରରେ ରଖାଯାଇଛି। ମଙ୍ଗଳବାର (୨୮ ଅକ୍ଟୋବର)ରେ ପୁନଃ କରାଯାଇ ଥିବା ସ୍କାନରେ ଖୁବ୍‌ ସୁଧାର ଦେଖିବାକୁ ମିଳିଛି। ଶ୍ରେୟସ ଏବେ ସୁସ୍ଥ ହେଉଛନ୍ତି। BCCIର ଡାକ୍ତରୀ ଦଳ ସିଡନୀ ଏବଂ ଭାରତର ବିଶେଷଜ୍ଞଙ୍କ ସହ ପରାମର୍ଶ କରି ଶ୍ରେୟସଙ୍କ ପ୍ରଗତିରେ ନଜର ରଖିବ।

ଅଧିକ ପଢ଼ନ୍ତୁ: ଆଜି ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟି-୨୦: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌?

ଅନ୍ୟପଟେ , କ୍ରିକବଜର ରିପୋର୍ଟ ଅନୁସାରେ, ଅଭିଜ୍ଞ ବ୍ୟାଟସମ୍ୟାନ୍ ଶ୍ରେୟାସ ଆୟରଙ୍କ ନିକଟତମ ସୂତ୍ର କହିଛନ୍ତି ଯେ, କଙ୍କାଳରେ ଲାଗିଥିବା ଆଘାତ ଯୋଗୁଁ ତାଙ୍କୁ ଅସ୍ତ୍ରୋପଚାରର ଆବଶ୍ୟକତା ଥିଲା। ଶନିବାର ସିଡନୀ ODI ବେଳେ ଏକ କ୍ୟାଚ୍ ଧରିବା ପାଇଁ ସେ ଡାଇଭ କରିବା ସମୟରେ ପଡ଼ି ଯାଇ ଥିଲେ, ଯାହା ଫଳରେ ତାଙ୍କର କଙ୍କାଳ ଫାଟି ଯାଇଥିଲା। ଏହା ଏକ ଛୋଟ ଅସ୍ତ୍ରୋପଚାର ଥିଲା, ହେଲେ ଆୟରଙ୍କୁ ଅତି କମରେ ପାଞ୍ଚ ଦିନ ଏବଂ ସମ୍ଭବତଃ ଗୋଟିଏ ସପ୍ତାହ ପାଇଁ ହସ୍ପିଟାଲରେ ରହିବାକୁ ପଡିବ। ମଙ୍ଗଳବାର ଠାରୁ ସେ ଫୋନ୍ କଲର ଉତ୍ତର ଦେଉଛନ୍ତି। ସେ ସ୍ଥାନୀୟ ବନ୍ଧୁମାନଙ୍କ ଦ୍ୱାରା ପ୍ରସ୍ତୁତ ଘରେ ରନ୍ଧା ଖାଦ୍ୟ ଖାଉଛନ୍ତି ଏବଂ ନିଜର ଦୈନନ୍ଦିନ କାର୍ଯ୍ୟ ମଧ୍ୟ ନିଜେ କରୁଛନ୍ତି।

ଶ୍ରେୟସଙ୍କୁ ଇଣ୍ଟେନ୍ସିଭ୍ କେୟାର ୟୁନିଟ୍ (ICU) ରୁ ସ୍ଥାନାନ୍ତର କରାଯାଇଛି, ଯାହା ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଚିନ୍ତାକୁ ଦୂର କରିଛି। ଏହି ସମୟରେ, ଏହା ମଧ୍ୟ ରିପୋର୍ଟ ହୋଇଛି ଯେ ଆୟରଙ୍କ ପରିବାର ସଦସ୍ୟମାନେ ତାଙ୍କୁ ଭେଟିବା ପାଇଁ ଖୁବ୍ ଶୀଘ୍ର ସିଡନୀ ଯାତ୍ରା କରିବେ। ପ୍ରାରମ୍ଭରେ ଆୟର ପ୍ରାୟ ତିନି ସପ୍ତାହ ପାଇଁ କାର୍ଯ୍ୟକଳାପରୁ ବାହାରେ ରହିବେ ବୋଲି ଆଶା କରାଯାଉ ଥିଲା, କିନ୍ତୁ ବର୍ତ୍ତମାନ ସେ ସଂପୂର୍ଣ୍ଣ ଫିଟ୍‌ ହେବାକୁ ଅଧିକ ସମୟ ଲାଗିପାରେ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored