Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Shreyas Iyer / କ୍ୟାଚ୍ ଧରି ଗୁରୁତର ଶ୍ରେୟସ ଆୟର ICUରେ ଭର୍ତ୍ତି, ଛାତି ପଞ୍ଜରାରେ ଲାଗିଛି ଆଘାତ

Sushanta Sahoo
Browse all articles by Sushanta Sahoo
·8 months ago·2 min read
କ୍ୟାଚ୍ ଧରି ଗୁରୁତର ଶ୍ରେୟସ ଆୟର ICUରେ ଭର୍ତ୍ତି, ଛାତି ପଞ୍ଜରାରେ ଲାଗିଛି ଆଘାତ

Key Points

ସିଡନୀ ଦିନିକିଆରେ ଆଲେକ୍ସ କେରୀଙ୍କ ଚମତ୍କାର କ୍ୟାଚ୍ ନେଇଥିଲେ ଶ୍ରେୟସ । କ୍ୟାଚ୍ ନେବା ବେଳେ ଶ୍ରେୟସଙ୍କ ଛାତିର ବାମ ପଟ ପଞ୍ଜରା ହାଡ଼ରେ ଆଘାତ ଲାଗିଥିଲା । ଏବେ ICUରେ ଚିକିତ୍ସିତ ହେଉଛନ୍ତି ।
ମୁମ୍ବାଇ: ଭାରତୀୟ ଦିନିକିଆ କ୍ରିକେଟ୍ ଟିମ୍‌ର ଉପଅଧିନାୟକ ଶ୍ରେୟସ ଆୟରଙ୍କୁ ICUରେ ଭର୍ତ୍ତି କରାଯାଇଛି । ସିଡନୀର ଏକ ହସ୍ପିଟାଲ୍‌ରେ ଚାଲିଛି ଆୟରଙ୍କ ଚିକିତ୍ସା । ମିଳିଥିବା ସୂଚନା ଅନୁସାରେ, ଶ୍ରେୟସ ଆୟରଙ୍କ ଶରୀରର ଆଭ୍ୟନ୍ତରୀରଣରେ ରକ୍ତସ୍ରାବ ହୋଇଛି ।

ଅଷ୍ଟ୍ରେଲିଆ ବିପକ୍ଷ ଅନ୍ତିମ ଦିନିକିଆରେ ସିଡନୀରେ କ୍ୟାଚ୍ ଧରିବା ବେଳେ ଶ୍ରେୟସ ଆୟର ଆହତ ହୋଇଥିଲେ । କ୍ୟାଚ୍ ଧରିବା ବେଳେ ଶ୍ରେୟସ ଆୟରଙ୍କ ଛାତି ପଞ୍ଜରାରେ ଆଘାତ ଲାଗିଥିଲା । ପରୀକ୍ଷାରୁ ଜଣାପଡ଼ିଛି, ଇଣ୍ଟରନାଲ୍ ବ୍ଲିଡିଂ ହୋଇଛି ।

ଏଥିସହ ପଢ଼ନ୍ତୁ: ଦମଦାର କ୍ୟାଚ୍‌ ଧରି ଗୁରୁତର ଆହତ ହେଲେ ଆୟର, ଆଜି ଆଉ କରିପାରିବେନି ବ୍ୟାଟିଂ !

ସିଡନୀ ଦିନିକିଆରେ ଆଲେକ୍ସ କେରୀଙ୍କ ଚମତ୍କାର କ୍ୟାଚ୍ ନେଇଥିଲେ ଶ୍ରେୟସ । କ୍ୟାଚ୍ ନେବା ବେଳେ ଶ୍ରେୟସଙ୍କ ଛାତିର ବାମ ପଟ ପଞ୍ଜରା ହାଡ଼ରେ ଆଘାତ ଲାଗିଥିଲା । ଯନ୍ତ୍ରଣା ବଢ଼ିବା ପରେ ଶ୍ରେୟସଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏବେ ICUରେ ଚିକିତ୍ସିତ ହେଉଛନ୍ତି ।

ମିଳିଥିବା ସୂଚନା ଅନୁସାରେ, "ଶ୍ରେୟସ ଆୟରଙ୍କୁ ଏବେ ଡାକ୍ତର ପର୍ଯ୍ୟବେକ୍ଷଣରେ ରଖିଛନ୍ତି । ଆଗାମୀ ୨ରୁ ୭ ଦିନ ପର୍ଯ୍ୟନ୍ତ ଡାକ୍ତ ତାଙ୍କ ଉପରେ ନଜର ରଖିବେ । ସ୍ଵାସ୍ଥ୍ୟାବସ୍ଥା ସୁଧୁରିବା ସହ ସଂକ୍ରମଣ ଯେଭଳି ନ ବ୍ଯାପେ ସେଥିପ୍ରତି ଡାକ୍ତରଙ୍କ ନଜର ରହିଛି ।"

ଶନିବାର କ୍ରିଜ୍‌ରୁ ଡ୍ରେସିଂ ରୁମ୍ ଫେରିବା ପରେ ବିସିସିଆଇର ମେଡିକାଲ୍ ଟିମ୍ ଶ୍ରେୟସଙ୍କ ସ୍ଵାସ୍ଥ୍ୟ ଯାଞ୍ଚ କରିଥିଲା । ଏହା ପରେ ଶ୍ରେୟସଙ୍କୁ ତୁରନ୍ତ ହସ୍ପିଟାଲ୍ ନିଆ ଯାଇଥିଲା । ପ୍ରଥମେ ଆଶା କରାଯାଉଥିଲା ଶ୍ରେୟସ ୩ ସପ୍ତାହ ମଧ୍ୟରେ ଠିକ୍ ହୋଇଯିବେ । ଏବେ ଲାଗୁଛି ସେ ସୁସ୍ଥ ହେବାକୁ ଆଉ ଟିକିଏ ଅଧିକ ସମୟ ଲାଗିପାରେ ।

ଏଥିସହ ପଢ଼ନ୍ତୁ: ୨୦୨୭ ବିଶ୍ଵକପ୍‌ରେ ରୋହିତ, ବିରାଟ ଖେଳିବା ନେଇ BCCIକୁ ଏ କ'ଣ କହିଦେଲେ ସୁନୀଲ ଗାଭାସ୍କର

୩୧ ବର୍ଷୀୟ ଶ୍ରେଯସ ଆୟର ଏବେ ଅଷ୍ଟ୍ରେଲିଆରେ ଅଛନ୍ତି । ଅତି କମ୍‌ରେ ଆଉ ଗୋଟିଏ ସପ୍ତାହ ଧରି ସେ ସେଠାରେ ରହିବେ । ସୁସ୍ଥ ହେବା ପରେ ହିଁ ଶ୍ରେୟସ ଭାରତ ଫେରିବେ । ଅଷ୍ଟ୍ରେଲିଆ ବିପକ୍ଷ ଟି-ଟ୍ଵେଣ୍ଟି ଟିମ୍‌ରେ ଶ୍ରେୟସ ଆୟର ନାହାନ୍ତି ।

ଶ୍ରେୟସ ଆୟର ଭାରତ-ଅଷ୍ଟ୍ରେଲିଆ ସିରିଜ୍‌ରେ ଉପ-ଅଧିନାୟକ ଦାୟିତ୍ଵରେ ଅଛନ୍ତି । ଶନିବାର ସିଡନୀ ଦିନିକିଆରେ ଆହତ ହେବା ସମୟରେ ସେ ଅଧିନାୟକ ଭାବରେ କାର୍ଯ୍ୟ କରୁଥିଲେ, କାରଣ ମୁଖ୍ୟ ଅଧିନାୟକ ଶୁବମନ ଗିଲ୍ ପଡ଼ିଆ ବାହାରେ ଥିଲେ । ଆଉ ଆୟର ଡ୍ରେସିଂ ରୁମ୍‌ ଯିବା ମାତ୍ରେ ଗିଲ୍ ପୁଣି ଥରେ ପଡ଼ିଆକୁ ଫେରିଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Shreyas Iyer Admitted to ICU After Injury in Sydney ODI | Argus News | Argus News