Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Shreyas Iyer / ଦମଦାର କ୍ୟାଚ୍‌ ଧରି ଗୁରୁତର ଆହତ ହେଲେ ଆୟର, ଆଜି ଆଉ କରିପାରିବେନି ବ୍ୟାଟିଂ !

Santosh Kumar Sahoo
Browse all articles by Santosh Kumar Sahoo
·8 months ago·2 min read
ଦମଦାର କ୍ୟାଚ୍‌ ଧରି ଗୁରୁତର ଆହତ ହେଲେ ଆୟର, ଆଜି ଆଉ କରିପାରିବେନି ବ୍ୟାଟିଂ !

Key Points

ଅଷ୍ଟ୍ରେଲିଆ ବିପକ୍ଷରେ ଦମଦାର କ୍ୟାଚ୍‌ ଧରିଲେ ଆୟର । ଆଉ ଗୁରୁତର ଆହତ ହେଲେ । ଜାଣନ୍ତୁ ଆୟରଙ୍କୁ ନେଇ କ'ଣ କହିଲା ବିସିସିଆଇ ?
ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଉଛି ତୃତୀୟ ତଥା ଦିନିକିଆ ମ୍ୟାଚ୍ । ତେବେ ଏହି ମ୍ୟାଚ୍‌ରେ ଦମଦାର କ୍ୟାଚ୍‌ ଧରିଛନ୍ତି ଟିମ୍ ଇଣ୍ଡିଆର ଉପଅଧିନାୟକ ଶ୍ରେୟସ ଆୟର । ଆଉ ଏହି କ୍ୟାଚ୍‌କୁ ଏହି ସିରିଜ୍‌ର ସବୁଠୁ ଭଲ କ୍ୟାଚ୍‌ ବୋଲି କୁହାଯାଉଛି । କିନ୍ତୁ ଏହି କ୍ୟାଚ୍‌ ଧରିବା ପରେ ଗୁରୁତର ଭାବେ ଆହାତ ହୋଇଛନ୍ତି ଆୟର ।

ମ୍ୟାଚ୍‌ର ୩୪ ତମ ଓଭରରେ ଶ୍ରେୟସ ଆୟର ଆହତ ହୋଇଥିଲେ । ଯେତେବେଳେ ଆଲେକ୍ସ କ୍ୟାରି ୩୪ ଓଭରର ଚତୁର୍ଥ ବଲ୍‌ରେ ଏକ ବଡ଼ ସଟ୍ ଖେଳିବାକୁ ଚେଷ୍ଟା କରିଥିଲେ ଏବଂ ବଲ୍ ଉପରକୁ ଯାଇଥିଲା । ବ୍ୟାକୱାର୍ଡ ପଏଣ୍ଟରୁ ପଛକୁ ଦୌଡ଼ି ଶ୍ରେୟସ ଆୟର ଏକ ଚମତ୍କାର କ୍ୟାଚ୍ ଧରିଥିଲେ । କିନ୍ତୁ ଏହି କ୍ୟାଚ୍ ଧରି ପଡ଼ିଯିବାରୁ ତାଙ୍କ ପେଟରେ ଗଭୀର ଆଘାତ ଲାଗିଥିଲା । ଯନ୍ତ୍ରଣା ଏତେ ଅଧିକ ଥିଲା ଯେ ଶେଷରେ ପଡ଼ିଆ ମଧ୍ୟକୁ ଟିମ୍‌ ଇଣ୍ଡିଆର ଫିଜିଓଙ୍କୁ ଆସିବାକୁ ପଡ଼ିଲା । ଆଉ ତା'ପରେ ଆୟରଙ୍କୁ ସାଙ୍ଗରେ ଧରି ସେ ଡ୍ରେସିଂ ରୁମ୍‌କୁ ଚାଲିଯାଇଥିଲେ । ତେବେ

ଶ୍ରେୟସ ଆୟରଙ୍କ ଆଘାତକୁ ବିସିସିଆଇ ପକ୍ଷରୁ ପ୍ରତିକ୍ରିୟା ଆସିଛି । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ବିସିସିଆଇ ପକ୍ଷରୁ କୁହାଯାଇଛି କି, 'ଫିଲ୍ଡିଂ କରିବା ସମୟରେ ଶ୍ରେୟସ ଆୟରଙ୍କ ବାମ ପଞ୍ଜରାରେ ଆଘାତ ଲାଗିଛି । ତେବେ ଏହା କେତେ ଗୁରୁତର ତାହା ଜାଣିବା ପାଇଁ ତାଙ୍କୁ ହସ୍ପିଟାଲ ନିଆଯାଇଛି'।


ସୂଚନା ଅନୁସାରେ, ଶ୍ରେୟସ ଆୟର ଭାରତ-ଅଷ୍ଟ୍ରେଲିଆ ସିରିଜ୍‌ରେ ଉପ-ଅଧିନାୟକ ଦାୟିତ୍ବ ସମ୍ଭାଳୁଛନ୍ତି । ଆହତ ହେବା ସମୟରେ ସେ ଅଧିନାୟକ ଭାବରେ କାର୍ଯ୍ୟ କରୁଥିଲେ, କାରଣ ମୁଖ୍ୟ ଅଧିନାୟକ ଶୁବମନ ଗିଲ୍ ପଡ଼ିଆ ବାହାରେ ଥିଲେ । ଆଉ ଆୟର ଡ୍ରେସିଂ ରୁମ୍‌ ଯିବା ମାତ୍ରେ ଗିଲ୍ ପୁଣି ଥରେ ପଡ଼ିଆକୁ ଫେରିଥିଲେ । ଆଡିଲେଡ୍‌ରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଆୟର ୬୧ ରନର ଭଲ ଇନିଂସ ଖେଳିଥିଲେ । ଯଦିଓ ପ୍ରଥମ ମ୍ୟାଚ୍‌ରେ ସେ ମାତ୍ର ୧୧ ରନ କରି ଆଉଟ ହୋଇଥିଲେ ।

ଭାରତ ବିଜୟ ପାଇଁ ୨୩୭ ରନର ଲକ୍ଷ୍ୟ ଧାର୍ଯ୍ୟ କରିଥିଲା

ସିଡନୀରେ ଖେଳାଯାଉଥିବା ତୃତୀୟ ଦିନିକିଆରେ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଭଲ ଆରମ୍ଭ କରିଥିଲା । ମିଚେଲ ମାର୍ଶ ୪୧, ମ୍ୟାଟ୍ ସର୍ଟ ୩୦ ଏବଂ ତା'ପରେ ମ୍ୟାଟ୍ ରେନଶ ୫୬ ରନ କରିଥିଲେ। ଅଷ୍ଟ୍ରେଲିଆର ଚତୁର୍ଥ ୱିକେଟ ୧୮୩ ରନରେ ପଡ଼ିଥିଲା । କିନ୍ତୁ ତା'ପରେ କଙ୍ଗାରୁ ଦଳର ବ୍ୟାଟିଂ ବିପର୍ଯ୍ୟୟ ହୋଇଥିଲା । ସମଗ୍ର ଦଳ ୫୩ ରନରେ ଅଲଆଉଟ ହୋଇଥିଲା । ଭାରତ ପାଇଁ ହର୍ଷିତ ରାଣା ସର୍ବାଧିକ ଚାରିଟି ୱିକେଟ ନେଇଥିବା ବେଳେ ଓ୍ବାସିଂଟନ ସୁନ୍ଦର ଦୁଇଟି ଓ୍ବିକେଟ ଅକ୍ତିଆର କରିଥିଲେ । ତେବେ ପୂର୍ବରୁ ପ୍ରଥମ ଦୁଇଟି ଦିନିକିଆରେ ବିଜୟଲାଭ କରି ସିରିଜ୍‌ରେ ୨-୦ରେ ଆଗୁଆ ରହିଛି ଅଷ୍ଟ୍ରେଲିଆ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Shreyas Iyer Injured After Stunning Catch in Sydney ODI vs Australia | Argus News