BCCI କରୁଛି ନୂଆ ପ୍ଲାନ୍, ଦିନିକିଆରେ ରୋହିତଙ୍କ ପରେ ଆୟର ହେବେ ଅଧିନାୟକ !

Key Points
ଦିନିକିଆରେ ବିସିସିଆଇ କରୁଛି ବଡ଼ ପ୍ଲାନ୍
ରୋହିତଙ୍କ ପରେ ଶ୍ରେୟସ ହେବେ ଅଧିନାୟକ !
୨୦୨୭ ବିଶ୍ବକପ୍ ପୂର୍ବରୁ ଆୟରଙ୍କୁ ମିଳିପାରେ କ୍ୟାପଟେନ୍ ଦାୟିତ୍ବ
ଗତ ଦୁଇ ଦିନ ଧରି ସବୁଠୁ ଅଧିକ ଚର୍ଚ୍ଚାରେ ଅଛନ୍ତି ଟିମ୍ ଇଣ୍ଡିଆର ମିଡିଲ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ଶ୍ରେୟସ ଆୟର । ଏହାର କାରଣ ହେଉଛି ଏସିଆ କପ୍ ଦଳରେ ତାଙ୍କର ଅନୁପସ୍ଥିତି । IPL ୨୦୨୫ରେ ୬୦୦ରୁ ଅଧିକ ରନ, ସର୍ବାଧିକ ଷ୍ଟ୍ରାଇକ ରେଟ୍, ଦିନିକିଆରେ ଉତ୍କୃଷ୍ଟ ପ୍ରଦର୍ଶନ ସତ୍ତ୍ୱେ ଆୟରଙ୍କୁ ଏସିଆ କପ୍ ଦଳରେ ସାମିଲ କରାଯାଇ ନଥିଲା । BCCIର ଏହି ନିଷ୍ପତ୍ତିରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ। ତେବେ ଏହାରି ମଧ୍ୟରେ ଏବେ ଆୟରଙ୍କ ନେଇ ଆଉ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ବାସ୍ତବରେ, BCCI ଆୟରଙ୍କୁ ନେଇ ଏକ ସ୍ୱତନ୍ତ୍ର ଯୋଜନା କରିଛି ।
ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, ବିସିସିଆଇ ଶ୍ରେୟସ ଆୟରଙ୍କୁ ଦିନିକିଆରେ ଅଧିନାୟକ କରିବାକୁ ପ୍ରସ୍ତୁତି କରୁଛି। ପୂର୍ବରୁ ଅନେକ ରିପୋର୍ଟରେ ଦାବି କରାଯାଇଥିଲା ଯେ ମ୍ୟାନେଜମେଣ୍ଟ ଶୁଭମନ ଗିଲଙ୍କୁ ସମସ୍ତ ଫର୍ମାଟରେ ଅଧିନାୟକ କରିବାକୁ ଚାହୁଁଛି। ସେଥିପାଇଁ ତାଙ୍କୁ ଏସିଆ କପରେ ଉପ-ଅଧିନାୟକ ଭାବରେ ଚୟନ କରାଯାଇଥିଲା, କିନ୍ତୁ ଏବେ ଖବର ଆସିଛି ଯେ BCCI ODIରେ ଆୟରଙ୍କୁ ନେତୃତ୍ୱ ଦେବା ବିଷୟରେ ବିଚାର କରୁଛି।
📱 Get Argus News App
✨୨୦୨୭ ODI ବିଶ୍ୱକପ୍ ପୂର୍ବରୁ ଶ୍ରେୟସ ଆୟରଙ୍କୁ ଭାରତୀୟ ODI ଦଳର ଅଧିନାୟକ ନିଯୁକ୍ତ କରାଯାଇପାରେ ବୋଲି ଖବର ସାମ୍ନାକୁ ଆସିଛି। ବର୍ତ୍ତମାନ ରୋହିତ ଶର୍ମା ODI ଦଳର ଅଧିନାୟକ ଅଛନ୍ତି, କିନ୍ତୁ ରୋହିତ କେତେ ସମୟ ପାଇଁ ଖେଳିବେ ତାହା କେହି ଜାଣିନାହାଁନ୍ତି। ରୋହିତ T20 ଅନ୍ତର୍ଜାତୀୟ ଏବଂ ଟେଷ୍ଟ କ୍ରିକେଟକୁ ଅଲବିଦା କହିସାରିଛନ୍ତି। ଏପରି ପରିସ୍ଥିତିରେ, ତାଙ୍କୁ ODIରେ କେତେ ସମୟ ପାଇଁ ସୁଯୋଗ ମିଳିବ ତାହା ଦେଖିବା ମଧ୍ୟ ଆକର୍ଷଣୀୟ ହେବ। ଏହା ମଧ୍ୟ ନିଶ୍ଚିତ ଯେ ରୋହିତ ଶର୍ମା ତାଙ୍କ ଭବିଷ୍ୟତ ବିଷୟରେ ନିଷ୍ପତ୍ତି ନେବା ପରେ ହିଁ ODI ଦଳର କମାଣ୍ଡ ଅୟାରଙ୍କୁ ଦିଆଯିବ।
ସୂଚନା ଅନୁସାରେ, ଶ୍ରେୟସ ଆୟର ଆଇପିଏଲ ୨୦୨୪ରେ କୋଲକାତା ନାଇଟ ରାଇଡର୍ସର କ୍ୟାପଟେନ୍ ଥିଲେ । ତାଙ୍କ ଅଧିନାୟକତ୍ବରେ KKR ଚାମ୍ପିୟନ ହୋଇଥିଲା । ଏହାପରେ ଆଇପିଏଲ ୨୦୨୫ରେ ସେ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଦାୟିତ୍ବ ତୁଲାଇଥିଲେ । ଚଳିତ ଥର ମଧ୍ୟ ସେ ପଞ୍ଜାବକୁ ଫାଇନାଲକୁ ନେଇଥିଲେ ।