Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଶ୍ରେୟସ ଆୟର ହେଲେ ଭାରତର ନୂଆ T20 କ୍ୟାପଟେନ୍; ମୁହଁ ଖୋଲିଲେ ରୋହିତ, କହିଲେ...

Sports

Shreyas Iyer T20 Captain / ଶ୍ରେୟସ ଆୟର ହେଲେ ଭାରତର ନୂଆ T20 କ୍ୟାପଟେନ୍; ମୁହଁ ଖୋଲିଲେ ରୋହିତ, କହିଲେ...

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ଶ୍ରେୟସ ଆୟର ହେଲେ ଭାରତର ନୂଆ T20 କ୍ୟାପଟେନ୍; ମୁହଁ ଖୋଲିଲେ ରୋହିତ, କହିଲେ...
Shreyas Iyer T20 Captain

Key Points

କ୍ୟାପଟେନ୍ ବଦଳାଇଲା BCCI
ଶ୍ରେୟସଙ୍କୁ ନେଇ ରୋହିତଙ୍କ ପ୍ରତିକ୍ରିୟା
ସେ ଟିମ୍ ଇଣ୍ଡିଆର ଦାୟିତ୍ୱ ବହୁତ ଭଲ ଭାବରେ ସମ୍ଭାଳିବେ
IPL ୨୦୨୬ ପରେ ଭାରତୀୟ T20 ଦଳରେ ଏକ ବଡ଼ ପରିବର୍ତ୍ତନ ହୋଇଛି । ବିସିସିଆଇ ଆଗାମୀ ଆର୍ୟାଲାଣ୍ଡ, ଇଂଲଣ୍ଡ ଓ ଏସିଆନ୍‌ ଗେମ୍ସ ପାଇଁ ଦଳ ଘୋଷଣା କରିଛି । ଭାରତୀୟ ଟି-୨୦ ଦଳର ଅଧିନାୟକ ପଦରୁ ସୂର୍ଯ୍ୟକୁମାର ଯାଦବଙ୍କୁ ହଟାଇ ବିସିସିଆଇ ଶ୍ରେୟସ ଆୟରଙ୍କୁ ନୂଆ କ୍ୟାପଟେନ୍‌ ଭାବେ ନିଯୁକ୍ତି କରିଛି । ଏମତିକି ସୂର୍ଯ୍ୟଙ୍କୁ ଖେଳାଳି ଭାବରେ ଭାରତୀୟ T20 ଦଳରେ ସ୍ଥାନ ମଧ୍ୟ ମିଳିନାହିଁ ।

ଶ୍ରେୟସ ଆୟର ଅଧିନାୟକ ହେବା ପରେ ପୂର୍ବତନ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି । ସେ ମୁମ୍ବାଇ T20 ଲିଗ୍ ସମୟରେ ଶ୍ରେୟସଙ୍କ ଅଧିନାୟକତ୍ୱକୁ ପ୍ରଶଂସା କରିଛନ୍ତି ।

ରୋହିତ ଶର୍ମା କହିଛନ୍ତି, " "ଆଇପିଏଲରେ ସେ ଯେଉଁଭଳି ଭାବରେ ତାଙ୍କ ଦଳର ଅଧିନାୟକତ୍ୱ କରିଛନ୍ତି, ତାହାକୁ ଦେଖି ମୁଁ କହିପାରିବି ଯେ ସେ ଟିମ୍ ଇଣ୍ଡିଆର ଦାୟିତ୍ୱ ବହୁତ ଭଲ ଭାବରେ ସମ୍ଭାଳିବେ ।" ରୋହିତ ଏବଂ ଶ୍ରେୟସ ଉଭୟ ମୁମ୍ବାଇର । ଯେତେବେଳେ ରୋହିତ ଶର୍ମା ଭାରତୀୟ ଦଳର ଅଧିନାୟକ ଥିଲେ, ସେ ଶ୍ରେୟସ ଆୟରଙ୍କୁ ଟିମ୍ ଇଣ୍ଡିଆରେ ଅନେକ ସୁଯୋଗ ଦେଇଥିଲେ ।

ଶ୍ରେୟସ ଆୟର ଆଇପିଏଲରେ ମଧ୍ୟ କ୍ୟାପଟେନ୍‌ ଭାବେ ଦମଦାର ପ୍ରଦର୍ଶନ କରିଛନ୍ତି । ଆୟରଙ୍କ ଅଧିନାୟକତ୍ବରେ IPL 2024 ରେ KKR ଟ୍ରଫି ଜିତିଥିଲା । ଏହାପରେ ପଞ୍ଜାବ କିଙ୍ଗ୍ସକୁ IPL ୨୦୨୫ରେ ଫାଇନାଲ ପର୍ଯ୍ୟନ୍ତ ନେଇଥିଲେ । ଏହି ସିଜିନ୍‌ରେ ମଧ୍ୟ ଭଲ କ୍ୟାପଟେନ୍ସୀ କରିଥିଲେ ଆୟର । ଏସବୁ ବିଚାର କରି ଆୟରଙ୍କୁ ଏବେ ଭାରତୀୟ ଟି-୨୦ ଦଳର ଅଧିନାୟକ ଦାୟିତ୍ବ ମିଳିଛି ।

କିନ୍ତୁ ସୂର୍ଯ୍ୟକୁମାର ଯାଦବଙ୍କୁ ଟି-୨୦ ଦଳର ଅଧିନାୟକ ପଦରୁ ହଟାଇବା ନେଇ ପ୍ରଶ୍ନ ଉଠୁଛି । କାହିଁକି ନା ସୂର୍ଯ୍ୟକୁମାର ତାଙ୍କ ଅଧିନାୟକତ୍ବରେ ଭାରତକୁ ଏସିଆ କପ୍ ୨୦୨୫ ଏବଂ T20 ବିଶ୍ୱକପ୍ ୨୦୨୬ ରେ ବିଜୟୀ କରାଇଥିଲେ। ତାଙ୍କ ନେତୃତ୍ୱରେ ଭାରତ ୫୨ଟି ଟି-୨୦ ମ୍ୟାଚ୍ ଖେଳିଛି, ସେଥିମଧ୍ୟରୁ ୪୨ଟିରେ ବିଜୟଲାଭ କରିଥିବା ବେଳେ ୮ଟି ମ୍ୟାଚ୍‌ରେ ପରାସ୍ତ ହୋଇଥିଲା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Shreyas Iyer Named India T20 Captain, Rohit Sharma Breaks Silence | Argus News