Vaibhav Sooryavanshi / ବୈଭବ ସୂର୍ଯ୍ୟବଂଶୀଙ୍କୁ କାହିଁକି ମିଳିଲାନି ସୁଯୋଗ ? ଶ୍ରେୟସ ଆୟର କହିଲେ ବଡ଼ କାରଣ
·2 months ago·2 min read

Key Points
ଡେବ୍ୟୁ ଅପେକ୍ଷାରେ ବୈଭବ
ଶ୍ରେୟସ ଆୟରଙ୍କ ବଡ଼ ଖୁଲାସା
କାହିଁକି ବାହାରେ ରହିଲେ ବୈଭବ ସୂର୍ଯ୍ୟବଂଶୀ?
ଶ୍ରେୟସ ଆୟରଙ୍କ ବଡ଼ ଖୁଲାସା
କାହିଁକି ବାହାରେ ରହିଲେ ବୈଭବ ସୂର୍ଯ୍ୟବଂଶୀ?
ଆଜିଠୁ ଭାରତ-ଆର୍ୟାଲାଣ୍ଡ ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଆରମ୍ଭ ହେଉଛି । ସିରିଜ୍ର ପ୍ରଥମ ମ୍ୟାଚ୍ ବେଲଫାଷ୍ଟର ସିଭିଲ୍ ସର୍ଭିସ୍ କ୍ରିକେଟ୍ କ୍ଲବରେ ଖେଳାଯାଉଛି । ଏହି ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି ଟିମ୍ ଇଣ୍ଡିଆର ଅଧିନାୟକ ଶ୍ରେୟସ ଆୟର । ତେବେ ଏହି ମ୍ୟାଚ୍ ପୂର୍ବରୁ କୋଟି କୋଟି ଭାରତୀୟ ପ୍ରଶଂସକ ଆଶା କରୁଥିଲେ ଯେ ଶୁକ୍ରବାର (ଆୟର୍ଲାଣ୍ଡ ବିପକ୍ଷରେ ହେବାକୁ ଥିବା ଟି-୨୦ ମ୍ୟାଚ୍ ରେ ୧୫ ବର୍ଷୀୟ ଯୁବ ସେନସେସନ୍ ବୈଭବ ସୂର୍ଯ୍ୟବଂଶୀ ତାଙ୍କର ଅନ୍ତର୍ଜାତୀୟ ଡେବ୍ୟୁ କରିବେ । କିନ୍ତୁ, ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ତାଙ୍କ ନାମ ସାମିଲ ନଥିଲା ।
ଏବେ ପ୍ରଶ୍ନ ଉଠୁଛି, କ୍ରମାଗତ ଭାବରେ ଚମତ୍କାର ପ୍ରଦର୍ଶନ କରିଥିବା ସତ୍ତ୍ବେ ବୈଭବ କାହିଁକି ଡେବ୍ୟୁ କରିପାରିଲେ ନାହିଁ ? ଅଧିନାୟକ ଆୟର ଏହି ପ୍ରଶ୍ନର ଉତ୍ତର ବହୁତ ସ୍ପଷ୍ଟ ଭାବରେ ଦେଇଥିଲେ। ଆୟର କହିଥିଲେ ଯେ ତାଙ୍କ ଅଭିଜ୍ଞତାକୁ ଦୃଷ୍ଟିରେ ରଖି ବୈଭବଙ୍କୁ ଦଳରେ ସାମିଲ କରିବା କଷ୍ଟକର ଥିଲା । ଭାରତର ନୂତନ ଟି-୨୦ ଅଧିନାୟକ ବର୍ତ୍ତମାନର ଖେଳାଳିମାନଙ୍କ ଉପରେ ଅଧିକ ବିଶ୍ୱାସ ପ୍ରକାଶ କରିଥିଲେ ।
ଶ୍ରେୟସ ଆୟର ବୈଭବ ସୂର୍ଯ୍ୟବଂଶୀଙ୍କ ବିଷୟରେ କ’ଣ କହିଥିଲେ ?
ଯେତେବେଳେ ଆୟରଙ୍କୁ ପଚରାଗଲା ଯେ ବୈଭବ ଆଜି ଖେଳୁଛନ୍ତି କି ? ଏହାର ଉତ୍ତର ଦେଇ ସେ କହିଥିଲେ, "ଦୁର୍ଭାଗ୍ୟବଶତଃ, ସେ ଖେଳୁନାହାନ୍ତି । ସେ ଜଣେ ଚମତ୍କାର ଖେଳାଳି । କିନ୍ତୁ ଆମ ଦଳରେ ଏପରି ଖେଳାଳି ଅଛନ୍ତି ଯେଉଁମାନଙ୍କର ବହୁତ ଅଭିଜ୍ଞତା ଅଛି ଏବଂ ଗତ କିଛି ସିରିଜରେ ଭାରତ ପାଇଁ ଅସାଧାରଣ ଭାବରେ ଭଲ ପ୍ରଦର୍ଶନ କରିଛନ୍ତି । ତେଣୁ, ଆମେ ଆମର ଅଧିକାଂଶ ଖେଳାଳିଙ୍କୁ ସମର୍ଥନ କରୁଛୁ ଯେଉଁମାନେ ସିଜିନ ସାରା ଅସାଧାରଣ ଭାବରେ ଭଲ ପ୍ରଦର୍ଶନ କରିଛନ୍ତି। "
ଆୟର ଆହୁରି ମଧ୍ୟ କହିଛନ୍ତି, "ମୁଁ ଭାବୁଛି ଯେ ତାଙ୍କୁ (ବୈଭବ ସୂର୍ଯ୍ୟବଂଶୀ) ସମୟ ଆସିଲେ ସୁଯୋଗ ମିଳିବ । କିନ୍ତୁ ବର୍ତ୍ତମାନ ପାଇଁ ଆମେ ତିନି ଜଣ ଦ୍ରୁତ ବୋଲର, ଜଣେ ଅଲରାଉଣ୍ଡର ଏବଂ ଦୁଇ ଜଣ ସ୍ପିନରଙ୍କ ସହ ପଡ଼ିଆକୁ ଓହ୍ଲାଉଛୁ ।''

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତେବେ ଏହି ଦୁଇ ମ୍ୟାଚ୍ ବିଶିଷ୍ଟ ସିରିଜର ଦ୍ୱିତୀୟ ତଥା ଶେଷ ଟି-୨୦ ରବିବାର ଖେଳାଯିବ । ଦ୍ୱିତୀୟ ମ୍ୟାଚ୍ ପାଇଁ ବୈଭବ ପ୍ଲେଇଂ ଇଲେଭେନରେ ସ୍ଥାନ ପାଉଛନ୍ତି କି ନାହିଁ ତାହା ଦେଖିବା ବେଶ୍ ଆକର୍ଷଣୀୟ ହେବ । କେବଳ ଭାରତ ନୁହେଁ, ସମଗ୍ର କ୍ରିକେଟ ଜଗତ ବୈଭବଙ୍କ ଅନ୍ତର୍ଜାତୀୟ ଡେବ୍ୟୁ ଉପରେ ନଜର ରଖିଛି ।
Related Topics
Explore more stories