Videos
|
Sports

Shubman Gill / ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ପାଇଁ ଭାରତୀୟ ଦଳ ଘୋଷଣା; ନେତୃତ୍ଵ ନେବେ ଶୁବମନ ଗିଲ୍

Sushanta Sahoo
Browse all articles by Sushanta Sahoo
·1 year ago·2 min read
ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ପାଇଁ ଭାରତୀୟ ଦଳ ଘୋଷଣା; ନେତୃତ୍ଵ ନେବେ ଶୁବମନ ଗିଲ୍

Key Points

ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ବିସିସିଆଇ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି । ଯେଉଁଥିରେ ଶୁବମନ ଗିଲ୍‌ଙ୍କୁ ଅଧିନାୟକ ଦାୟତ୍ଵ ଦିଆଯାଇଥିବା ବେଳେ ଉପ-ଅଧିନାୟକ ହୋଇଛନ୍ତି ଶ୍ରେୟସ ଆୟର ।

ମୁମ୍ବାଇ: ଭାରତୀୟ ଦିନିକିଆ ଦଳର ନେତୃତ୍ଵ ନେବେ ଶୁବମନ ଗିଲ୍ । ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ବିସିସିଆଇ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି । ଯେଉଁଥିରେ ଶୁବମନ ଗିଲ୍‌ଙ୍କୁ ଅଧିନାୟକ ଦାୟତ୍ଵ ଦିଆଯାଇଥିବା ବେଳେ ଉପ-ଅଧିନାୟକ ହୋଇଛନ୍ତି ଶ୍ରେୟସ ଆୟର । ଏଥିସହ ରୋହିତ ଶର୍ମାଙ୍କ ଅଧିନାୟକତ୍ଵକୁ ନେଇ ଲାଗି ରହିଥିବା କଳ୍ପନାଜଳ୍ପନାରେ ପୂର୍ଣ୍ଣ ପୂର୍ଣ୍ଣଚ୍ଛେଦ ପଡ଼ିଛି ।



Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଦିନିକିଆ ସହ ଅଷ୍ଟ୍ରେଲିଆ ବିପକ୍ଷ ଟି-ଟ୍ଵେଣ୍ଟି ପାଇଁ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ । ଦିନିକିଆ ଦଳର ନେତୃତ୍ଵ ଗିଲ୍‌ଙ୍କ ମିଳିଥିବା ବେଳେ ଟି-ଟ୍ଵେଣ୍ଟି ଟିମ୍‌ର ନେତୃତ୍ଵ ନେବେ ସୂର୍ଯ୍ୟକୁମାର ଯାଦବ । ଟି-ଟ୍ଵେଣ୍ଟିରେ ଗିଲ୍‌ଙ୍କ ଉପ-ଅଧିନାୟକ କରାଯାଇଛି । ନିକଟରେ ଭାରତ ଏସିଆ କପ୍ ଚାମ୍ପିଅନ୍ ହୋଇଥିବା ବେଳେ ସୂର୍ଯ୍ୟ ଅଧିନାୟକ ଓ ଗିଲ୍ ଉପ-ଅଧିନାୟକ ରହିଥିଲେ ।


ଏଥିସହ ପଢ଼ନ୍ତୁ: ଭାରତୀୟ ବୋଲରଙ୍କ ଦମ୍‌ଦାର ପ୍ରଦର୍ଶନ, ଅହମ୍ମଦାବାଦ ଟେଷ୍ଟ ଜିତିଲା ଟିମ୍ ଇଣ୍ଡିଆ


ଦିନିକିଆ ପାଇଁ ଭାରତୀୟ ଦଳ


ଶୁବମନ ଗିଲ୍ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟସ ଆୟର (ଉପ-ଅଧିନାୟକ), ଅକ୍ଷର ପଟେଲ, କେଏଲ୍ ରାହୁଲ (ୱିକେଟ୍ ରକ୍ଷକ), ନୀତିଶ କୁମାର ରେଡ୍ଡୀ, ୱାଶିଂଟନ ସୁନ୍ଦର, କୁଳଦୀପ ଯାଦବ, ହର୍ଷିତ ରାଣା, ମହମ୍ମଦ ସିରାଜ, ଅର୍ଶଦୀପ ସିଂହ, ପ୍ରସିଦ୍ଧ କ୍ରୀଷ୍ଣା, ଧ୍ରୁବ ଜୁରେଲ (ୱିକେଟ୍ ରକ୍ଷକ), ଯଶ୍ଵସୀ ଜୟସ୍ଵାଲ୍ ।


ଟି-ଟ୍ଵେଣ୍ଟି ପାଇଁ ଭାରତୀୟ ଦଳ


ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଅଭିଷେକ ଶର୍ମା, ଶୁବମନ ଗିଲ୍ (ଉପ-ଅଧିନାୟକ), ତିଲକ ବର୍ମା, ନୀତିଶ କୁମାର ରେଡ୍ଡୀ, ଶିବମ ଦୁବେ, ଅକ୍ଷର ପଟେଲ, ଜିତେଶ ଶର୍ମା (ୱିକେଟ୍ ରକ୍ଷକ), ବଋଣ ଚକ୍ରବର୍ତ୍ତୀ, ଯଶପ୍ରୀତ ବୁମରା, ଅର୍ଶଦୀପ ସିଂହ, କୁଳଦୀପ ଯାଦବ, ହର୍ଷିତ ରାଣା, ସଞ୍ଜୁ ସାମସନ (ୱିକେଟ୍ ରକ୍ଷକ), ରିଙ୍କୁ ସିଂହ, ୱାଶିଂଟନ ସୁନ୍ଦର ।


ଏଥିସହ ପଢ଼ନ୍ତୁ: ରୋହିତଙ୍କ ବଦଳରେ ଭାରତୀୟ ଦିନିକିଆ ଦଳର ନେତୃତ୍ଵ ନେଇପାରନ୍ତି ଶୁବମନ ଗିଲ୍


ଦ୍ଵି-ପାକ୍ଷିକ ସିରିଜ୍ ପାଇଁ ଭାରତୀୟ ଦଳ ଅଷ୍ଟ୍ରେଲିଆ ଗସ୍ତରେ ଯିବ । ସେଠାରେ ଦଳ ୩ଟି ଦିନିକିଆ ସହ ୫ଟି ଟି-ଟ୍ଵେଣ୍ଟି ଖେଳିବ । ୨୬ ବର୍ଷୀୟ ଗିଲ୍ ପୂର୍ବରୁ କ୍ରିକେଟ୍‌ର ୩ଟି ଯାକ ଫର୍ମାଟ ଦିନିକିଆ, ଟେଷ୍ଟ ଓ ଟି-ଟ୍ଵେଣ୍ଟିରେ ଭାରତୀୟ ଦଳର ନେତୃତ୍ଵ ନେବା ସହ ଉପ ଅଧିନାୟକ ଭାବେ ଦାୟିତ୍ଵ ତୁଲାଇଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଭାରତୀୟ ଦଳରେ ବ୍ୟାଟ୍ସମ୍ୟାନ୍ ଭାବେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ସ୍ଥାନ ମିଳିଛି । ମାର୍ଚ୍ଚରେ ଖେଳା ଯାଇଥିବା ଚାମ୍ପିଅନ୍ସ ଟ୍ରଫିର ପ୍ରାୟ ୭ ପରେ ଏବେ ପଡ଼ିଆର ବିରାଟ ଓ ରୋହିତ ନଜର ଆସିବେ ।


କେବେ, କେଉଁଠି ମ୍ୟାଚ୍ ?


ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ପ୍ରଥମ ଦିନିକିଆ ଅକ୍ଟୋବର ୧୯ରେ ପର୍ଥରେ ଖେଳିବ । ୨୩ରେ ଦ୍ଵିତୀୟ ମ୍ୟାଚ୍ ଆଡିଲେଡ୍ ଓ ୨୫ରେ ତୃତୀୟ ମ୍ୟାଚ୍ ସିଡନୀରେ ଖେଳାଯିବ । ସେହିଭଳି ୨୯ରେ କାନବେରାରେ ପ୍ରଥମ ଟି-ଟ୍ଵେଣ୍ଟି ହେବାକୁ ଥିବା ବେଳେ ୩୧ରେ ମେଲବର୍ଣ୍ଣରେ ଦ୍ଵିତୀୟ ଟି-ଟ୍ଵେଣ୍ଟି, ନଭେମ୍ବର ୨ରେ ହୋବାର୍ଟ ତୃତୀୟ, ୬ରେ ଗୋଲ୍ଡ କୋଷ୍ଟରେ ଚତୁର୍ଥ ଓ ୮ରେ ବ୍ରିସବେନ୍‌ରେ ପଞ୍ଚମ ଟି-ଟ୍ଵେଣ୍ଟି ଖେଳାଯିବ ।

Related Topics

Explore more stories

Shubman Gill Named India Captain for Australia ODI Series, Shreyas Iyer as Vice-Captain | Argus News | Argus News Odia