Shubman Gill Injury / ଶ୍ରୀଲଙ୍କା ଟେଷ୍ଟ ପୂର୍ବରୁ ଶୁବମନ ଗିଲ୍ ଆହତ ! ଟିମ୍ ଇଣ୍ଡିଆର ବଢ଼ିଲା ଚିନ୍ତା
·1 month ago·2 min read

Key Points
ଭାରତ ପାଇଁ ଖରାପ ଖବର
ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟକା
ଟେଷ୍ଟ ସିରିଜ୍ ପୂର୍ବରୁ ଗିଲ୍ଙ୍କୁ ଲାଗିଲା ଆଘାତ

ଶ୍ରୀଲଙ୍କା ସିରିଜ୍ ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳ ପାଇଁ ବଢ଼ିଲା ଟେନସନ୍ । ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଅଭ୍ୟାସ ସମୟରେ ଆହତ ହୋଇଛନ୍ତି ଅଧିନାୟକ ଶୁବମନ ଗିଲ୍ । ଆଙ୍ଗୁଠିରେ ଆଘାତ ଲାଗିବା ପରେ ପଡ଼ିଆ ମଧ୍ୟକୁ ତୁରନ୍ତ ମେଡିକାଲ ଟିମ୍କୁ ଆସିବାକୁ ପଡ଼ିଥିଲା । ତେବେ ଗିଲ୍ଙ୍କ ଆଘାତ କେତେ ଗୁରୁତର ? ସେ ପ୍ରଥମ ଟେଷ୍ଟ ଖେଳିବେ କି ନାହିଁ ? ଆସନ୍ତୁ ଜାଣିବା ପୂରା ଅପଡେଟ୍...
ଆସନ୍ତା ଅଗଷ୍ଟ ୧୫ରୁ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଆରମ୍ଭ ହେବାକୁ ଯାଉଛି । ବିଶ୍ବ ଟେଷ୍ଟ ଚାମ୍ପିଅନ୍ସିପ୍ (WTC) ଦୃଷ୍ଟିରୁ ଏହି ସିରିଜ୍ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ସିରିଜ୍ ଆରମ୍ଭ ପୂର୍ବରୁ ଟିମ୍ ଇଣ୍ଡିଆର ଚିନ୍ତା ବଢ଼ିଛି । ପ୍ରଥମେ ଷ୍ଟାର୍ ବୋଲର ଜସପ୍ରିତ ବୁମରାହ ଆଘାତ କାରଣରୁ ସମ୍ପୂର୍ଣ୍ଣ ସିରିଜରୁ ବାଦ୍ ପଡ଼ିଥିବାବେଳେ, ଏବେ ଅଧିନାୟକ ଶୁବମନ ଗିଲ ମଧ୍ୟ ଅଭ୍ୟାସ ସମୟରେ ଆହତ ହୋଇଛନ୍ତି ।
ଶ୍ରୀଲଙ୍କା ଗସ୍ତ ପାଇଁ ଭାରତୀୟ ଦଳ କୋଲମ୍ବୋରେ ପହଞ୍ଚିବା ପରେ ଅଭ୍ୟାସ ଆରମ୍ଭ କରିଛି। ଆସନ୍ତା ୭ ଅଗଷ୍ଟରୁ ଶ୍ରୀଲଙ୍କା ଇଲେଭେନ୍ ବିପକ୍ଷରେ ତିନି ଦିନିଆ ୱାର୍ମ-ଅପ୍ ମ୍ୟାଚ୍ ଖେଳିବା ପୂର୍ବରୁ ଦଳ ନେଟ୍ସରେ କଠିନ ଅଭ୍ୟାସ କରୁଥିଲା । ଏହି ସମୟରେ ବ୍ୟାଟିଂ କରୁଥିବାବେଳେ ଶୁବମନ ଗିଲଙ୍କ ଆଙ୍ଗୁଠିରେ ବଲ୍ ଜୋରରେ ବାଜିଥିଲା । ଆଘାତ ଲାଗିବା ପରେ ସେ ଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖି ତୁରନ୍ତ ମେଡିକାଲ୍ ଟିମ୍କୁ ପଡ଼ିଆକୁ ଡକାଯାଇଥିଲା ।
ରିପୋର୍ଟ ଅନୁସାରେ, ଗିଲଙ୍କ ଆଙ୍ଗୁଠିରେ ଦୁଇଥର ବଲ୍ ବାଜିଥିଲା । ତେବେ ଚିକିତ୍ସା ପରେ ସେ ପୁଣି ଥରେ ନେଟ୍ସକୁ ଫେରି ବ୍ୟାଟିଂ ଆରମ୍ଭ କରିଥିଲେ, ଯାହା ଦଳ ପାଇଁ ଆଶ୍ୱସ୍ତିର ବିଷୟ । ତଥାପି ଟିମ୍ ମ୍ୟାନେଜମେଣ୍ଟ ତାଙ୍କ ଫିଟନେସ୍କୁ ନେଇ କୌଣସି ପ୍ରକାର ରିସ୍କ ନେବାକୁ ଚାହୁଁନାହିଁ । କାରଣ ଇଂଲଣ୍ଡ ଗସ୍ତ ସମୟରେ ଗିଲ୍ ହାମ୍ଷ୍ଟ୍ରିଂ ସମସ୍ୟାରେ ମଧ୍ୟ ପୀଡ଼ିତ ହୋଇଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହା ପୂର୍ବରୁ ଜସପ୍ରିତ ବୁମରାହ ଆଘାତ କାରଣରୁ ସମ୍ପୂର୍ଣ୍ଣ ଟେଷ୍ଟ ସିରିଜରୁ ବାଦ୍ ପଡ଼ିଛନ୍ତି । ତାଙ୍କ ସ୍ଥାନରେ ଜମ୍ମୁ-କାଶ୍ମୀରର ଯୁବ ଦ୍ରୁତ ବୋଲର ଆକିବ ନବୀଙ୍କୁ ଦଳରେ ସାମିଲ କରାଯାଇଛି। ସେହିପରି ଅଲ୍ରାଉଣ୍ଡର ୱାଶିଂଟନ ସୁନ୍ଦର ହାମ୍ଷ୍ଟ୍ରିଂ ଆଘାତ କାରଣରୁ ପ୍ରଥମ ଟେଷ୍ଟରୁ ବାଦ୍ ପଡ଼ିଛନ୍ତି । ଅନ୍ୟପଟେ ସାଇ ସୁଦର୍ଶନଙ୍କ ଫିଟନେସ୍କୁ ନେଇ ମଧ୍ୟ ସସ୍ପେନ୍ସ ଜାରି ରହିଛି ।
ଶ୍ରୀଲଙ୍କା ବିପକ୍ଷ ଏହି ଗୁରୁତ୍ୱପୂର୍ଣ୍ଣ ସିରିଜ ପୂର୍ବରୁ ଏକାଧିକ ଖେଳାଳିଙ୍କ ଆଘାତ ସମସ୍ୟା ଟିମ୍ ଇଣ୍ଡିଆ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏବେ ସମସ୍ତଙ୍କ ନଜର ଶୁବମନ ଗିଲଙ୍କ ଫିଟନେସ୍ ଅପଡେଟ୍ ଉପରେ ରହିଛି ।

Related Topics
Explore more stories