Cricket / ରୋହିତଙ୍କ ରେକର୍ଡ ଭାଙ୍ଗିଲେ, ରୋକୋ ୨୦୨୭ ବିଶ୍ୱକପ୍ ଖେଳିବେ କି ନାହିଁ ତାର ଉତ୍ତର ବି ଦେଲେ !

Key Points
‘ରୋକୋ’ ଭାବେ ପରଚିତ ଏହି ଦୁଇ କିଂବଦନ୍ତି କ୍ରିକେଟର୍ ୨୦୨୭ ବିଶ୍ବକପ୍ ଯୋଜନାରେ ଶତପ୍ରତିଶତ ସାମିଲ ଅଛନ୍ତି।
ଉଭୟଙ୍କ ବିପୁଳ ଅଭିଜ୍ଞତା ଏବଂ ଅତୁଳନୀୟ କ୍ରିକେଟ୍ ଶୈଳୀ ଟିମ୍ ଇଣ୍ଡିଆ ପାଇଁ ବଡ଼ ସମ୍ପତ୍ତି ବୋଲି ଏକ ସାକ୍ଷାତକାର ଅବସରରେ କହିଛନ୍ତି।
ପୁଣି କମାଲ କରିଛନ୍ତି ଭାରତୀୟ ଟେଷ୍ଟ ଓ ଦିନିକିଆ ଦଳର ଅଧିନାୟକ ଶୁବମନ ଗିଲ । ୱେଷ୍ଟଇଣ୍ଡିଜ ବିପକ୍ଷ ଦିଲ୍ଲୀ ଟେଷ୍ଟର ଦ୍ୱିତୀୟ ଦିନରେ ଗିଲ ଶତକ ହାସଲ କରିଛନ୍ତି। ଏହା ତାଙ୍କ ଟେଷ୍ଟ କ୍ୟାରିୟରର ୧୦ମ ଶତକ ।
ଆଉ ସବୁଠାରୁ ବଡ଼ କଥା ହେଲା, ୨୬ ବର୍ଷୀୟ ଗିଲଙ୍କୁ ନିକଟରେ ଭାରତୀୟ ଟେଷ୍ଟ ଟିମର ଅଧିନାୟକ କରାଯାଇଥିଲା। ଅଧିନାୟକ ହେବା ପରେ ତାଙ୍କ ବ୍ୟାଟ୍ ଏବେ ଆହୁରି ଭଲ ପ୍ରଦର୍ଶନ କରୁଛି । ଅଧିନାୟକ ଭାବେ ଏହା ତାଙ୍କର ପଞ୍ଚମ ଟେଷ୍ଟ ଶତକ । ଆଉ ଏହି ଶତକ ହାସଲ କରିବା ପରେ ସେ ଏକ ନୂଆ ରେକର୍ଡର ଅଧକାରୀ ହୋଇଛନ୍ତି । ସେ ପୂର୍ବତନ ଅଧିନାୟକ ତଥା ଷ୍ଟାର ବ୍ୟାଟର ରୋହିତ ଶର୍ମାଙ୍କୁ ପଛରେ ପକାଇ ଦେଇଛନ୍ତି। ସେହିପରି ମହେନ୍ଦ୍ର ସିଂହ ଧୋନିଙ୍କ ଟେଷ୍ଟ କ୍ୟାପ୍ଟେନ ରେକର୍ଡର ସମକକ୍ଷ ବି ହୋଇଛନ୍ତି। ରୋହିତ ଟେଷ୍ଟ ଟିମର ଅଧିନାୟକ ଭାବେ ଭାରତ ପାଇଁ ୪ଟି ଓ ଧୋନି ୫ଟି ଶତକ ହାସଲ କରିଥିଲେ।
ଏହାସହ ପଢ଼ନ୍ତୁ:- ତାଲିବାନୀ ମନ୍ତ୍ରୀଙ୍କ ପ୍ରେସ୍ମିଟ୍, ମହିଳା ସାମ୍ବାଦିକଙ୍କୁ ମିଳିଲାନି ଅନୁମତି
📱 Get Argus News App
✨ଇଂଲଣ୍ଡ ବିପକ୍ଷ ଆଣ୍ଡରସନ-ତେନ୍ଦୁଲକର ଟ୍ରଫିରେ ଗିଲଙ୍କୁ ଟେଷ୍ଟ ଟିମର କ୍ୟାପ୍ଟେନ କରାଯାଇଥିଲା। ଏହି ସିରିଜରେ ସେ ୪ଟି ଶତକ ହାସଲ କରିଥିଲେ। ଏବେ ୱେଷ୍ଟଇଣ୍ଡିଜ ବିପକ୍ଷ ଘରୋଇ ଟେଷ୍ଟରେ ସେ ଆଉ ଏକ ଟେଷ୍ଟ ଶତକ ହାସଲ କରିଛନ୍ତି। କ୍ୟାପ୍ଟେନ ଭାବେ ଭାରତ ପାଇଁ ଟେଷ୍ଟରେ ସର୍ବାଧିକ ଶତକ ହାସଲ କରିବା ତାଲିକାର ୧ନଂ ସ୍ଥାନରେ ବିରାଟ କୋହଲି ରହିଛନ୍ତି। ସେ ୨୦ଟି ଶତକ ହାସଲ କରିଥିବା ବେଳେ ତାଙ୍କ ପଛକୁ ୧୧ଟି ଶତକ ସହ ସୁନୀଲ ଗାଭାସ୍କର ଓ ତୃତୀୟ ସ୍ଥାନରେ ୯ଟି ଟେଷ୍ଟ ଶତକ ସହ ମହମ୍ମଦ ଆଝାରୁଦ୍ଦିନ ରହିଛନ୍ତି।
ଅନ୍ୟପଟେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଭବିଷ୍ୟତକୁ ନେଇ ନାନା ଅଙ୍କକଷା ଚାଲିଥିବା ବେଳେ ଏଥିରେ ପୂର୍ଣ୍ଣଛେଦ ପକାଇବାକୁ ଚେଷ୍ଟା କରିଛନ୍ତି ଗିଲ୍ । ଉଭୟ ଅଷ୍ଟ୍ରେଲିଆ ବିପକ୍ଷ ଶୃଙ୍ଖଳା ଲାଗି ଜାତୀୟ ଦଳକୁ ଫେରିଥିଲେ ମଧ୍ୟ ୨୦୨୭ ଏକଦିବସୀୟ ବିଶ୍ବକପ୍ ଖେଳିବେ କି ନାହିଁ, ସେ ଚର୍ଚ୍ଚା ଚାରିଆଡ଼େ ଚାଲିଛି। ଗୁରୁବାର ନୂଆ ଅଧିନାୟକ ଶୁବମନ୍ ଗିଲ୍ ଏହି ତର୍କ ବିତର୍କରେ ଆପାତତଃ ବିରାମ ଲଗାଇଛନ୍ତି।
‘ରୋକୋ’ ଭାବେ ପରଚିତ ଏହି ଦୁଇ କିଂବଦନ୍ତି କ୍ରିକେଟର୍ ୨୦୨୭ ବିଶ୍ବକପ୍ ଯୋଜନାରେ ଶତପ୍ରତିଶତ ସାମିଲ ଅଛନ୍ତି। ଉଭୟଙ୍କ ବିପୁଳ ଅଭିଜ୍ଞତା ଏବଂ ଅତୁଳନୀୟ କ୍ରିକେଟ୍ ଶୈଳୀ ଟିମ୍ ଇଣ୍ଡିଆ ପାଇଁ ବଡ଼ ସମ୍ପତ୍ତି ବୋଲି ଏକ ସାକ୍ଷାତକାର ଅବସରରେ କହିଛନ୍ତି। ଅଷ୍ଟ୍ରେଲିଆ ଶୃଙ୍ଖଳାରେ ରୋହିତଙ୍କ ଭଳି ସଫଳ ଅଧିନାୟକଙ୍କ ସ୍ଥାନ ନେଇଥିବା ୨୬ବର୍ଷୀୟ ଗିଲ୍ ଦୁଇ ପୂର୍ବତନ ଅଧିନାୟକ ‘ରୋକୋ’ଙ୍କ ଉପସ୍ଥିତିରୁ ଅନେକ କିଛି ଶିଖିବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି।
ଏହାସହ ପଢ଼ନ୍ତୁ:- ଆଇନ୍ ଜାଲରେ ମୁକେଶ ଅମ୍ବାନୀଙ୍କ ଭାଇ, ଗିରଫ ହେଲେ CFO !
ସେହିଭଳି ଭାରତ ଭଳି ଲୋକପ୍ରିୟ ଓ ଶକ୍ତିଶାଳୀ ଦଳକୁ ପରିଚାଳନା କରିବା ଲାଗି ଦରକାର ମାନସିକ ଓ ଶାରୀରିକ ଦୃଢ଼ତା ବିଷୟରେ ରୋହିତ-କୋହଲିଙ୍କଠାରୁ ଗୁରୁ ଜ୍ଞାନ ନେବାକୁ ଆଶାୟୀ ଥିବା ମତ ରଖିଛନ୍ତି। ସୂଚନାଯୋଗ୍ୟ ଯେ ଗିଲ୍ ପୂର୍ବରୁ ସଫଳତାର ସହ ଭାରତୀୟ ଟେଷ୍ଟ୍ ଦଳର ନେତୃତ୍ବ ନେବା ଆରମ୍ଭ କରିସାରିଛନ୍ତି। ଏବେ ଦିନିକିଆରେ ନିଜ ବଳିଷ୍ଠ ନେତୃତ୍ୱରେ ଛାପ ଛାଡ଼ିବାକୁ ଯାଉଛନ୍ତି।
Related Topics
Explore more stories