Videos
|
Sports

Shubman Gill Ranji Trophy / ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ଫ୍ଲପ୍ ହେଲେ ଶୁବମନ ଗିଲ୍, ରଣଜୀରେ ମାତ୍ର ୧ ରନ୍ କରି ଆଉଟ୍

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ଫ୍ଲପ୍ ହେଲେ ଶୁବମନ ଗିଲ୍, ରଣଜୀରେ ମାତ୍ର ୧ ରନ୍ କରି ଆଉଟ୍
Shubman Gill

Key Points

ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ଗିଲ୍‌ଙ୍କୁ ବଡ଼ ଝଟକା
ରଣଜୀ ଟ୍ରଫିରେ ଶୁବମନ ଗିଲ୍ ଫେଲ୍
ଛତିଶଗଡ଼ ବିପକ୍ଷରେ ୫ ବଲ୍‌ରେ କଲେ ମାତ୍ର ୧ ରନ୍
ଭାରତର ନ୍ୟୁଜିଲାଣ୍ଡ ଗସ୍ତ ଆରମ୍ଭ ହେବାକୁ ଆଉ ମାତ୍ର ୪ ଦିନ ବାକି ରହିଛି । ଏହି ଗସ୍ତରେ ଉଭୟ ଦଳ ମଧ୍ୟରେ ପ୍ରଥମେ ଟି-୨୦ ସିରିଜ୍ ଖେଳାଯିବ । ଏହାପରେ ଦିନିକିଆ ଏବଂ ଟେଷ୍ଟ ସିରିଜ୍ ହେବ । ଭାରତୀୟ ଦଳ ଟେଷ୍ଟ ସିରିଜ୍‌କୁ ବିଶେଷ ଗୁରୁତ୍ୱ ଦେଉଥିବାରୁ ଅନେକ ବରିଷ୍ଠ ଖେଳାଳି ରଣଜୀ ଟ୍ରଫି ଖେଳୁଛନ୍ତି । ଏହି କ୍ରମରେ ଭାରତୀୟ ଟେଷ୍ଟ ଅଧିନାୟକ ଶୁବମନ ଗିଲ୍ ମଧ୍ୟ ପଞ୍ଜାବ ପକ୍ଷରୁ ରଣଜୀ ଟ୍ରଫି ୨୦୨୬-୨୭ ସିଜିନ୍‌ର ଦ୍ୱିତୀୟ ମ୍ୟାଚ୍ ଖେଳିବାକୁ ପଡ଼ିଆକୁ ଓହ୍ଲାଇଥିଲେ। ହେଲେ ପ୍ରଥମ ଇନିଂସ୍‌ରେ ସେ ନିରାଶ କରିଛନ୍ତି ।

୫ ବଲ୍‌ରେ ମାତ୍ର ୧ ରନ୍ କରି ଆଉଟ୍ ହେଲେ ଗିଲ୍

ରଣଜୀ ଟ୍ରଫି ୨୦୨୬-୨୭ରେ ପଞ୍ଜାବ ଏବଂ ଛତିଶଗଡ଼ ମଧ୍ୟରେ ପିସିଏ ଷ୍ଟାଡିୟମ୍‌ରେ ମ୍ୟାଚ୍ ଖେଳାଯାଉଛି । ଏହି ମ୍ୟାଚ୍‌ରେ ଶୁବମନ ଗିଲ୍ ପଞ୍ଜାବ ପକ୍ଷରୁ ଖେଳୁଛନ୍ତି । ପଞ୍ଜାବ ଦଳର ଆରମ୍ଭ ଭଲ ରହିଥିଲା । ହରନୂର ସିଂହ ଏବଂ ବିହାନ ମଲହୋତ୍ରାଙ୍କ ମଧ୍ୟରେ ଅର୍ଦ୍ଧଶତକୀୟ ପାର୍ଟନରସିପ୍‌ ହୋଇଥିଲା । ତେବେ ଏହାପରେ ଉଭୟ ବ୍ୟାଟ୍ସମ୍ୟାନ୍‌ ପ୍ୟାଭିଲିୟନ୍ ଫେରିଥିଲେ । ଏହା ପରେ ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିଲେ ଶୁବମନ ଗିଲ୍ । ତାଙ୍କଠାରୁ ଏକ ବଡ଼ ଇନିଂସ୍‌ର ଆଶା କରାଯାଉଥିଲା । କିନ୍ତୁ ସେ ମାତ୍ର ୫ଟି ବଲ୍‌ର ସାମ୍ନା କରି ୧ ରନ୍ କରି ଆଉଟ୍ ହୋଇଥିଲେ ।

ଛତିଶଗଡ଼ର ବୋଲର ଅଜୟ ମଣ୍ଡଳ ଇନିଂସ୍‌ର ୨୭ତମ ଓଭରରେ ଗିଲ୍‌ଙ୍କୁ କ୍ଲିନ୍ ବୋଲ୍ଡ କରିଥିଲେ । ଏହା ସହ ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ରଣଜୀ ମ୍ୟାଚ୍‌ରେ ବଡ଼ ଇନିଂସ୍ ଖେଳିବାରେ ବିଫଳ ହୋଇଛନ୍ତି ଭାରତୀୟ ଟେଷ୍ଟ ଅଧିନାୟକ ।

ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌କୁ ନେଇ ଶୁବମନ ଗିଲ୍ ବେଶ୍ ଗମ୍ଭୀର ଅଛନ୍ତି । ଏହି କାରଣରୁ ସେ ନିଜ ସହିତ ୪ ଜଣ ନେଟ୍ ବୋଲର୍‌ଙ୍କୁ ନେଇ ଗସ୍ତ କରିବେ ବୋଲି ଜଣାପଡ଼ିଛି। ଗିଲ୍ ଭାରତର ଟି-୨୦ ଦଳର ଅଂଶ ନୁହନ୍ତି। ସେ ସିଧାସଳଖ ଦିନିକିଆ ସିରିଜ୍‌ରେ ଭାରତୀୟ ଦଳକୁ ଫେରିବେ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତାଙ୍କୁ କେବଳ ପ୍ରଥମ ୩ଟି ଦିନିକିଆ ମ୍ୟାଚ୍ ପାଇଁ ଭାରତୀୟ ଦଳରେ ସ୍ଥାନ ମିଳିଛି । ଚତୁର୍ଥ ଏବଂ ପଞ୍ଚମ ଦିନିକିଆରେ ଖେଳିବା ପରିବର୍ତ୍ତେ ସେ ନଭେମ୍ବର ୧୯ରୁ ଆରମ୍ଭ ହେବାକୁ ଥିବା ଟେଷ୍ଟ ସିରିଜ୍ ପାଇଁ ପ୍ରସ୍ତୁତି କରିବେ ଏବଂ ଇଣ୍ଡିଆ-ଏ ପକ୍ଷରୁ ଖେଳିବେ ।

ପ୍ରଥମ ଥର ନ୍ୟୁଜିଲାଣ୍ଡ ମାଟିରେ ଟେଷ୍ଟ ଖେଳିବେ ଗିଲ୍

ଶୁବମନ ଗିଲ୍ ଭାରତୀୟ ଦଳର ଅଧିନାୟକ ଏବଂ ଜଣେ ଅଭିଜ୍ଞ ଖେଳାଳି ହୋଇଥିଲେ ମଧ୍ୟ ନ୍ୟୁଜିଲାଣ୍ଡରେ ଟେଷ୍ଟ କ୍ରିକେଟ୍ ଖେଳିବାର ଅଭିଜ୍ଞତା ତାଙ୍କର ନାହିଁ । ସେ ପ୍ରଥମ ଥର ପାଇଁ ନ୍ୟୁଜିଲାଣ୍ଡ ମାଟିରେ ଘରୋଇ ଦଳ ବିପକ୍ଷରେ ଟେଷ୍ଟ ଖେଳୁଥିବା ନଜର ଆସିବେ ।

ଭାରତୀୟ ଟେଷ୍ଟ ଦଳର ଅଧିକାଂଶ ଖେଳାଳିଙ୍କ ପାଇଁ ମଧ୍ୟ ଏହା ନ୍ୟୁଜିଲାଣ୍ଡରେ ଖେଳିବାର ପ୍ରଥମ ଅନୁଭବ ହେବ। ତେଣୁ ମୁଖ୍ୟ ସିରିଜ୍ ପୂର୍ବରୁ ଅଧିକରୁ ଅଧିକ ଅଭ୍ୟାସ ମ୍ୟାଚ୍ ଏବଂ ଅନୌପଚାରିକ ଟେଷ୍ଟ ମ୍ୟାଚ୍ ଖେଳିବାକୁ ଭାରତୀୟ ଦଳର ପରିଚାଳନା କମିଟି ଯୋଜନା କରୁଛି ।