Gill Dropped from Squad / ଦଳରୁ ବିଦା ପରେ ମୁହଁ ଖୋଲିଲେ ଗିଲ୍, 'ଭାଗ୍ୟରେ ଯାହା ଲେଖା ହୋଇଛି, କେହି ତାକୁ ଛଡ଼ାଇ ନେଇପାରିବେ ନାହିଁ'
·8 months ago·2 min read

Key Points
ବିଶ୍ୱକପ୍ ଦଳରୁ ବାଦ୍ ପଡ଼ିବା ପରେ ପ୍ରଥମଥର ମୁହଁ ଖୋଲିଲେ ଶୁବମନ ଗିଲ୍ । କହିଲେ– ଭାଗ୍ୟରେ ଯାହା ଲେଖା, ସେହିଟା ହେବ ।
ଫେବୃଆରୀ ୭ରୁ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ବକପ୍ । ଏଥିପାଇଁ ଭାରତୀୟ ଦଳ ମଧ୍ୟ ଘୋଷଣା ହୋଇସାରିଛି । ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ବରେ ବିଶ୍ବକପ୍ ଖେଳିବ ଟିମ୍ ଇଣ୍ଡିଆ । ତେବେ ୨୦୨୬ ମସିହାର ICC ପୁରୁଷ ଟି-୨୦ ବିଶ୍ୱକପ୍ ପାଇଁ ଭାରତୀୟ ଦଳରେ ଟେଷ୍ଟ ଏବଂ ODI ଅଧିନାୟକ ଶୁବମନ ଗିଲ୍ଙ୍କୁ ଚୟନ କରାଯାଇ ନଥିଲା । ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରେ ଶୁବମନ ଦଳର ଅଂଶ ଥିଲେ, କିନ୍ତୁ ଖରାପ ଫର୍ମ ଯୋଗୁଁ ତାଙ୍କୁ ବିଶ୍ୱକପ୍ ଦଳରୁ ବାଦ ଦିଆଯାଇଥିଲା । ଟି-୨୦ ବିଶ୍ୱକପ୍ ପାଇଁ ଭାରତୀୟ ଦଳରୁ ବାଦ ଦିଆଯିବା ନେଇ ଗିଲ୍ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ।
ରବିବାର ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ODI ପୂର୍ବରୁ ଶୁବମନ ଗିଲ୍ କହିଛନ୍ତି ଯେ ସେ ଚୟନକର୍ତ୍ତାଙ୍କ ନିଷ୍ପତ୍ତିକୁ ସମ୍ମାନ କରନ୍ତି ଏବଂ ଟି-୨୦ ବିଶ୍ୱକପ୍ ପାଇଁ ଭାରତୀୟ ଦଳକୁ ଶୁଭକାମନା ଜଣାଇଛନ୍ତି । ଶୁବମନ ଗିଲ୍ଙ୍କ ବର୍ତ୍ତମାନ ଟି-୨୦ ଫର୍ମାଟରେ ଭଲ ଫର୍ମରେ ନାହାନ୍ତି । ଯାହାଫଳରେ ଚୟନକର୍ତ୍ତାମାନେ ଟିମ୍ କମ୍ବିନେସନ୍କୁ ଆଖି ଆଗରେ ରଖି ତାଙ୍କୁ ବିଶ୍ୱକପ୍ ଦଳରୁ ବାଦ୍ ଦେଇଛନ୍ତି । ଶୁବମନଙ୍କ ସ୍ଥାନରେ ଅକ୍ଷର ପଟେଲଙ୍କୁ ଉପ-ଅଧିନାୟକ ନିଯୁକ୍ତ କରାଯାଇଛି ।
ଶୁବମନ ଗିଲ୍ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, "ମୁଁ ଚୟନକର୍ତ୍ତାଙ୍କ ନିଷ୍ପତ୍ତିକୁ ସମ୍ମାନ କରେ । ମୁଁ ଟି-୨୦ ବିଶ୍ୱକପ୍ ପାଇଁ ଦଳକୁ ଶୁଭକାମନା ଜଣାଉଛି ।" ମୁଁ ଯେଉଁଠାରେ ରହିବା ଉଚିତ ସେଠାରେ ଅଛି । ମୋ ଭାଗ୍ୟରେ ଯାହା ଲେଖା ଯାଇଛି ତାହା କେହି ଛଡ଼ାଇ ନେଇପାରିବେ ନାହିଁ । ଜଣେ ଖେଳାଳି ସବୁବେଳେ ଦେଶ ପାଇଁ ନିଜର ସର୍ବୋତ୍ତମ ଦେବାକୁ ଚାହାଁନ୍ତି । ଚୟନକର୍ତ୍ତା ଯାହା ନିଷ୍ପତ୍ତି ନିଅନ୍ତି, ମୁଁ ତାହା ଗ୍ରହଣ କରେ ।
ବର୍ତ୍ତମାନ ଟି-୨୦ ବିଶ୍ୱକପ୍ ଉପରେ ଧ୍ୟାନ ଦିଆ ଯାଉଥିବା ବେଳେ ବିରାଟ କୋହଲି ଏବଂ ରୋହିତ ଶର୍ମା ନ୍ୟୁଜିଲାଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ଫୋକସ୍ରେ ରହିବେ । ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଉଭୟ ଅଭିଜ୍ଞ ଖେଳାଳି ଉତ୍କୃଷ୍ଟ ବ୍ୟାଟିଂ ଫର୍ମରେ ଥିଲେ, ଯେଉଁଠାରେ ସେମାନେ ବଡ଼ ସ୍କୋର କରିଥିଲେ ।
ଶୁବମନ ଗିଲଙ୍କ ପ୍ରତ୍ୟାବର୍ତ୍ତନ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସମ୍ପ୍ରତି ଏକଦିବସୀୟ ସିରିଜର ଶେଷ ମ୍ୟାଚ୍ ସମୟରେ ତାଙ୍କର ପ୍ରଥମ ଏକଦିବସୀୟ ଶତକ ହାସଲ କରିଥିବା ଯଶସ୍ୱୀ ଜୟସ୍ବାଲଙ୍କ ଉପରେ ସିଧାସଳଖ ପ୍ରଭାବ ପକାଇପାରେ । ଦଳ ପରିଚାଳନା ଶୁବମନଙ୍କୁ ଓପନର ଭାବରେ ଖେଳାଇବାକୁ ଚାହୁଁଛି, ଯାହା ଜୟସୱାଲଙ୍କୁ ସେହି ସ୍ଥାନ ଛାଡିବାକୁ ବାଧ୍ୟ କରିପାରେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେହିପରି ଶ୍ରେୟସ ଆୟରଙ୍କ ପ୍ରତ୍ୟାବର୍ତ୍ତନ ଭାରତର ଲଗାତାର ପରିବର୍ତ୍ତିତ ବ୍ୟାଟିଂ କ୍ରମ ସମସ୍ୟାର ସମାଧାନ କରିପାରେ । ଶ୍ରେୟସ ପୁନର୍ବାର ୪ ନମ୍ବର ସ୍ଥାନ ଗ୍ରହଣ କରିବାକୁ ପ୍ରସ୍ତୁତ । କେଏଲ ରାହୁଲ ଜଣେ ୱିକେଟକିପର-ବ୍ୟାଟସମ୍ୟାନ ଭାବରେ ନିମ୍ନ କ୍ରମରେ ଖେଳିବା ଜାରି ରଖିବେ । ଯାହା ଫଳରେ ଋଷଭ ପନ୍ତଙ୍କ ପାଇଁ ପ୍ଲେଇଂ ଇଲେଭେନରେ ସ୍ଥାନ ପାଇବା କଷ୍ଟକର ହୋଇଯିବ ।
ସେହପରି ଜସପ୍ରିତ ବୁମରାହ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟି-୨୦ ବିଶ୍ବକପ୍ ପାଇଁ ଏକଦିବସୀୟ ସିରିଜ ପାଇଁ ଚୟନ କରାଯାଇନାହିଁ । ଯାହାଫଳରେ ଦ୍ରୁତ ବୋଲିଂ ୟୁନିଟ୍ ମହମ୍ମଦ ସିରାଜ, ଅର୍ଶଦୀପ ସିଂହ, ହର୍ଷିତ ରାଣା ଏବଂ ପ୍ରସିଦ୍ଧ କୃଷ୍ଣଙ୍କ ଉପରେ ନିର୍ଭର କରିବ ।

Related Topics
Explore more stories