Shreyas Iyer Captain / ଚତୁର୍ଥ ଦିନିକିଆରୁ ବାଦ୍ ପଡ଼ିଲେ ଅଧିନାୟକ ଶୁବମନ ଗିଲ୍, BCCI ବଦଳାଇଲା ଟିମ୍
·43 mins ago·2 min read

Key Points
ତୃତୀୟ ODI ପରେ ବଡ଼ ନିଷ୍ପତ୍ତି
ଚତୁର୍ଥ ମ୍ୟାଚ୍ ଖେଳିବେନି ଶୁବମନ ଗିଲ୍
ତୃତୀୟ ODI ପରେ ବଦଳିଲା ଟିମ୍ ଇଣ୍ଡିଆ ସ୍କ୍ୱାଡ୍

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜ୍କୁ ନେଇ ଆସିଛି ବଡ଼ ଖବର । ସିରିଜ୍ର ଶେଷ ଦୁଇଟି ମ୍ୟାଚ୍ରେ ଖେଳିବେ ନାହିଁ ଟିମ୍ ଇଣ୍ଡିଆର ଅଧିନାୟକ ଶୁବମନ ଗିଲ୍ । ତାଙ୍କ ସ୍ଥାନରେ ଚତୁର୍ଥ ଓ ପଞ୍ଚମ ଦିନିକିଆରେ ଭାରତୀୟ ଦଳର ନେତୃତ୍ୱ ନେବେ ଶ୍ରେୟସ ଆୟର । ତେବେ ଗିଲ୍ ଆହତ ହୋଇ ଦଳରୁ ବାଦ୍ ପଡ଼ିନାହାନ୍ତି । ବରଂ ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ହିଁ ଏନେଇ ଯୋଜନା ସ୍ଥିର ହୋଇଥିଲା ।
ବିସିସିଆଇ ପକ୍ଷରୁ ଗସ୍ତ ପାଇଁ ଦଳ ଘୋଷଣା ସମୟରେ ସ୍ପଷ୍ଟ କରାଯାଇଥିଲା ଯେ ଶୁବମନ ଗିଲ୍ କେବଳ ପ୍ରଥମ ତିନୋଟି ଦିନିକିଆରେ ଦଳର ଅଂଶ ରହିବେ । ଏହାପରେ ଶେଷ ଦୁଇଟି ମ୍ୟାଚ୍ରେ ଶ୍ରେୟସ ଆୟର ଅଧିନାୟକ ଦାୟିତ୍ୱ ସମ୍ଭାଳିବେ ।
୨-୦ରେ ଆଗୁଆ ଭାରତ
ଭାରତୀୟ ଦଳ ପ୍ରଥମ ଓ ଦ୍ୱିତୀୟ ଦିନିକିଆରେ ବିଜୟ ହାସଲ କରି ସିରିଜ୍ରେ ୨-୦ରେ ଆଗୁଆ ରହିଛି । ହାମିଲଟନ୍ରେ ଖେଳାଯିବାକୁ ଥିବା ତୃତୀୟ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଯାଇଥିଲା । ଏହି ମ୍ୟାଚ୍ରେ ଶୁବମନ ଗିଲ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ଲଗାତାର ବର୍ଷା ଯୋଗୁଁ ନ୍ୟୁଜିଲାଣ୍ଡର ଇନିଂସ ମଧ୍ୟ ଆରମ୍ଭ ହୋଇପାରିନଥିଲା ।
ଦ୍ୱିତୀୟ ଦିନିକିଆରେ ମଧ୍ୟ ବର୍ଷା ବାଧା ସୃଷ୍ଟି କରିଥିଲା । ତଥାପି ଡକ୍ୱର୍ଥ-ଲୁଇସ୍ ନିୟମ ଅନୁସାରେ ଭାରତ ବିଜୟୀ ହୋଇଥିଲା । ଏବେ ଚତୁର୍ଥ ମ୍ୟାଚ୍ ଜିତି ଭାରତ ସିରିଜ୍ରେ ଅଜେୟ ଅଗ୍ରଣୀ ହାସଲ କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କାହିଁକି ଖେଳିବେନି ଗିଲ୍ ?
ଶେଷ ଦୁଇଟି ଦିନିକିଆରୁ ଗିଲ୍ ବାଦ୍ ପଡ଼ିବାର ମୁଖ୍ୟ କାରଣ ହେଉଛି ଆଗାମୀ ଟେଷ୍ଟ ସିରିଜ୍ । ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଏହି ଗସ୍ତରେ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳାଯିବ । ଏହି ସିରିଜ୍ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ (WTC) ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଟେଷ୍ଟ ସିରିଜ୍ରେ ଭାରତର ନେତୃତ୍ୱ ନେବେ ଶୁବମନ ଗିଲ୍ । ସେଥିପାଇଁ ଦିନିକିଆ ସିରିଜ୍ର ଶେଷ ଦୁଇଟି ମ୍ୟାଚ୍ରୁ ତାଙ୍କୁ ବିଶ୍ରାମ ଦିଆଯାଇଛି ।
ଚତୁର୍ଥ ଦିନିକିଆ ପାଇଁ ଭାରତୀୟ ଦଳ
ଶ୍ରେୟସ ଅୟର (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ଈଶାନ କିଶନ (ୱିକେଟକିପର), ତିଲକ ବର୍ମା, କୁମାର କୁଶାଗ୍ର (ୱିକେଟକିପର), ନୀତୀଶ କୁମାର ରେଡ୍ଡୀ, ନମନ ଧୀର, ମହମ୍ମଦ ସିରାଜ, ଋତୁରାଜ ଗାଏକ୍ବାଡ଼, ୟଶ ଠାକୁର, ଅକ୍ଷର ପଟେଲ, କୁଲଦୀପ ଯାଦବ, ଅର୍ଶଦୀପ ସିଂହ, ଆକିବ ନବି ଓ ଗୁରୁନୂର ବ୍ରାର
ଅନ୍ୟପଟେ, ଏହି ଗସ୍ତରେ ଭାରତ ଟି-୨୦ ସିରିଜ୍କୁ ୩-୨ରେ ଜିତିସାରିଛି । ଏବେ ଦିନିକିଆ ସିରିଜ୍ ଜିତିବା ଦ୍ୱାରଦେଶରେ ରହିଛି ଟିମ୍ ଇଣ୍ଡିଆ । ଚତୁର୍ଥ ମ୍ୟାଚ୍ରେ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଭାରତ କିପରି ପ୍ରଦର୍ଶନ କରୁଛି, ତାହା ଉପରେ ଏବେ ସମସ୍ତଙ୍କ ନଜର ।

Related Topics
Explore more stories