ICC ODI Rankings / ଇତିହାସ ରଚିଲେ ଶୁଭମନ ଗିଲ, ODIରେ ହେଲେ ବିଶ୍ୱର ନମ୍ବର-୧ ବ୍ୟାଟ୍ସମ୍ୟାନ୍
·1 month ago·2 min read

Key Points
ଗିଲଙ୍କ ଜବରଦସ୍ତ ସଫଳତା
ଦୁନିଆର ଶ୍ରେଷ୍ଠ ବ୍ୟାଟର୍ ହେଲେ
ରୋହିତ-ବିରାଟଙ୍କ ପରେ ନୂଆ ଷ୍ଟାର୍
ଦୁନିଆର ଶ୍ରେଷ୍ଠ ବ୍ୟାଟର୍ ହେଲେ
ରୋହିତ-ବିରାଟଙ୍କ ପରେ ନୂଆ ଷ୍ଟାର୍
ଶୁବମନ ଗିଲଙ୍କ ପାଇଁ ଆସିଲା ବଡ଼ ସଫଳତା । ICCର ସଦ୍ୟତମ ODI ରାଙ୍କିଂରେ ସେ ହୋଇଛନ୍ତି ବିଶ୍ୱର ନମ୍ବର-୧ ବ୍ୟାଟ୍ସମ୍ୟାନ୍ । ଡାରେଲ୍ ମିଚେଲଙ୍କୁ ପଛରେ ପକାଇ ଗିଲ୍ ହାସଲ କରିଛନ୍ତି ଶୀର୍ଷ ସ୍ଥାନ । ଏହା ସହ ଟପ୍-୫ରେ ବିରାଟ କୋହଲି ଓ ରୋହିତ ଶର୍ମା ମଧ୍ୟ ନିଜ ସ୍ଥାନ ବଜାୟ ରଖିଛନ୍ତି ।
ଭାରତୀୟ କ୍ରିକେଟ୍ ପାଇଁ ଆସିଛି ଖୁସି ଖବର । ଟିମ୍ ଇଣ୍ଡିଆର ଦିନିକିଆ ଅଧିନାୟକ ଶୁବମନ ଗିଲ୍ ICCର ସଦ୍ୟତମ ODI ବ୍ୟାଟ୍ସମ୍ୟାନ୍ ରାଙ୍କିଂରେ ବିଶ୍ୱର ନମ୍ବର-୧ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି । ବୁଧବାର ପ୍ରକାଶିତ ରାଙ୍କିଂରେ ଗିଲ୍ ଗୋଟିଏ ସ୍ଥାନ ଉପରକୁ ଉଠି ଏହି ସଫଳତା ହାସଲ କରିଛନ୍ତି । ପୂର୍ବରୁ ସେ ଦ୍ୱିତୀୟ ସ୍ଥାନରେ ଥିଲେ। ଏଥର ସେ ନ୍ୟୁଜିଲ୍ୟାଣ୍ଡର ଡାରେଲ୍ ମିଚେଲଙ୍କୁ ପଛରେ ପକାଇ ଶୀର୍ଷ ସ୍ଥାନ ଦଖଲ କରିଛନ୍ତି ।
ନମ୍ବର-୧ ସ୍ଥାନକୁ ଯିବା ସହ ଶୁବମନ ଗିଲଙ୍କ ରେଟିଂ ୮୦୧ ପଏଣ୍ଟରେ ପହଞ୍ଚିଛି । ତାଙ୍କ ପଛରେ ଥିବା ମିଚେଲଙ୍କ ରେଟିଂ ୭୯୪ ରହିଛି। ଏହି ସଫଳତା ଗିଲଙ୍କ ନିରନ୍ତର ଉତ୍କୃଷ୍ଟ ପ୍ରଦର୍ଶନର ପ୍ରମାଣ ବୋଲି କୁହାଯାଉଛି ।
ଟପ୍-୫ରେ ଭାରତର ଦବଦବା
ICC ODI ବ୍ୟାଟ୍ସମ୍ୟାନ୍ ରାଙ୍କିଂର ଟପ୍-୫ରେ ଭାରତର ତିନିଜଣ ବ୍ୟାଟ୍ସମ୍ୟାନ୍ ସ୍ଥାନ ପାଇଛନ୍ତି । ଶୁବମନ ଗିଲ୍ ପ୍ରଥମ ସ୍ଥାନରେ ଥିବା ବେଳେ ବିରାଟ କୋହଲି ୭୬୭ ରେଟିଂ ସହ ତୃତୀୟ ଏବଂ ରୋହିତ ଶର୍ମା ୭୫୮ ରେଟିଂ ସହ ଚତୁର୍ଥ ସ୍ଥାନରେ ଅଛନ୍ତି। ଆଫଗାନିସ୍ତାନର ଇବ୍ରାହିମ ଜାଦରାନ୍ ୭୧୨ ରେଟିଂ ସହ ପଞ୍ଚମ ସ୍ଥାନରେ ରହିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆଫଗାନିସ୍ତାନ ଓ ଇଂଲଣ୍ଡ ବିପକ୍ଷରେ ଚମତ୍କାର ବ୍ୟାଟିଂ
ଗତ ଜୁନ୍ ମାସରେ ଆଫଗାନିସ୍ତାନ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜରେ ଗିଲଙ୍କ ଦମଦାର ପ୍ରଦର୍ଶନ କରିଥିଲେ । ସେ ଦୁଇଟି ଇନିଂସରେ ୨୩୮ ରନ୍ କରି ସିରିଜର ସର୍ବାଧିକ ରନ୍ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ୍ ହୋଇଥିଲେ । ପ୍ରଥମ ମ୍ୟାଚ୍ରେ ଅପରାଜିତ ୮୪ ରନ୍ ଏବଂ ଦ୍ୱିତୀୟ ମ୍ୟାଚ୍ରେ ୧୫୪ ରନ୍ର ଦମଦାର ଇନିଂସ ଖେଳିଥିଲେ ।
ଏହାପରେ ଇଂଲଣ୍ଡ ବିପକ୍ଷ ତିନି ମ୍ୟାଚ୍ର ODI ସିରିଜରେ ମଧ୍ୟ ଗିଲ୍ ନିଜ ଫର୍ମ ଜାରି ରଖିଥିଲେ। ସେ ତିନିଟି ଇନିଂସରେ ୧୮୮ ରନ୍ କରି ସିରିଜର ଦ୍ୱିତୀୟ ସର୍ବାଧିକ ରନ୍ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ୍ ହୋଇଥିଲେ। ସେହି ସିରିଜରେ ସେ କ୍ରମାନୁସାରେ ଅପରାଜିତ ୮୦, ୩୧ ଓ ୭୭ ରନ୍ କରିଥିଲେ ।
ଗିଲଙ୍କ ODI କ୍ୟାରିୟର ରେକର୍ଡ
ଶୁବମନ ଗିଲ୍ ଏପର୍ଯ୍ୟନ୍ତ ୬୭ଟି ODI ମ୍ୟାଚ୍ ଖେଳିଛନ୍ତି । ୬୬ଟି ଇନିଂସରେ ବ୍ୟାଟିଂ କରି ସେ ୬୦.୩୩ ଆଭରେଜରେ ୩,୩୭୯ ରନ୍ ସଂଗ୍ରହ କରିଛନ୍ତି। ତାଙ୍କ ବ୍ୟାଟ୍ରୁ ୯ଟି ଶତକ ଓ ୨୦ଟି ଅର୍ଦ୍ଧଶତକ ଆସିଥିବା ବେଳେ, ସର୍ବାଧିକ ସ୍କୋର ୨୦୮ ରନ୍ ରହିଛି । ଏହି ଚମତ୍କାର ପ୍ରଦର୍ଶନ ଯୋଗୁଁ ସେ ଆଜି ବିଶ୍ୱର ନମ୍ବର-୧ ODI ବ୍ୟାଟ୍ସମ୍ୟାନ୍ ଭାବେ ନିଜ ସ୍ଥାନ ପକ୍କା କରିଛନ୍ତି ।

Related Topics
Explore more stories