Videos
|
Sports

Duleep Trophy 2026 Final / ଆଜିଠୁ ଦୁଲୀପ ଟ୍ରଫି ଫାଇନାଲ୍‌, ମୁହାଁମୁହିଁ ଇଷ୍ଟ ଜୋନ୍‌-ସାଉଥ୍‌ ଜୋନ୍‌...ନଜରରେ ସିରାଜ-ବୈଭବ ଲଢ଼େଇ

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ଆଜିଠୁ ଦୁଲୀପ ଟ୍ରଫି ଫାଇନାଲ୍‌, ମୁହାଁମୁହିଁ ଇଷ୍ଟ ଜୋନ୍‌-ସାଉଥ୍‌ ଜୋନ୍‌...ନଜରରେ ସିରାଜ-ବୈଭବ ଲଢ଼େଇ
Dullep Trophy Final

Key Points

ଦୁଲୀପ ଟ୍ରଫି ଟାଇଟଲ୍‌ ପାଇଁ ମହାଲଢ଼େଇ
ଇଷ୍ଟ ଜୋନ୍‌ ନା ସାଉଥ୍‌ ଜୋନ୍‌ କିଏ ହେବ ଚାମ୍ପିଅନ୍‌ ?
ବୈଭବ-ସିରାଜଙ୍କ ଟକ୍କର ଉପରେ ସମସ୍ତଙ୍କ ନଜର
ଆଜିଠୁ ଆରମ୍ଭ ହେଉଛି ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ । ଚଳିତ ସିଜିନ୍‌ର ଟାଇଟଲ୍‌ ପାଇଁ ଇଷ୍ଟ ଜୋନ୍‌ ଏବଂ ସାଉଥ୍‌ ଜୋନ୍‌ ମଧ୍ୟରେ ହେବ ଜୋରଦାର ଲଢ଼େଇ । ଚେନ୍ନାଇର ଏମ୍‌.ଏ. ଚିଦମ୍ବରମ୍‌ ଷ୍ଟାଡିୟମ୍‌ରେ ଖେଳାଯିବାକୁ ଥିବା ଏହି ଫାଇନାଲ୍‌କୁ ନେଇ କ୍ରିକେଟ୍‌ ପ୍ରଶଂସକଙ୍କ ଉତ୍ସାହ ବଢ଼ିଛି ।

ଏହି ମ୍ୟାଚ୍‌ର ସବୁଠାରୁ ବଡ଼ ଆକର୍ଷଣ ହେବ ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଏବଂ ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ ମଧ୍ୟରେ ଲଢ଼େଇ । ଓପନିଂ କରୁଥିବା ବୈଭବ କ୍ରିକେଟ୍‌ରେ ବଡ଼ ନାମ ଥିବା ବୋଲରଙ୍କୁ ଟାର୍ଗେଟ୍‌ କରିବାକୁ ଭୟ କରନ୍ତି ନାହିଁ। ଅନ୍ୟପଟେ ନୂଆ ବଲ୍‌ରେ ଘାତକ ବୋଲିଂ କରିବାରେ ମାହିର ସିରାଜ । ତେଣୁ ଏହି ଦୁଇ ଖେଳାଳିଙ୍କ ଟକ୍କର ଉପରେ ସମସ୍ତଙ୍କ ନଜର ରହିବ ।

ଦେବଦତ୍ତଙ୍କ ସାମ୍ନାରେ ମହମ୍ମଦ ଶାମି

ସାଉଥ୍‌ ଜୋନ୍‌ ଦଳରେ ମହମ୍ମଦ ସିରାଜଙ୍କ ସହ ଦେବଦତ୍ତ ପଡିକ୍କଲଙ୍କୁ ମଧ୍ୟ ସାମିଲ କରାଯାଇଛି । ପଡିକ୍କଲ ଏବେ ଦମଦାର ଫର୍ମରେ ଅଛନ୍ତି । ଶ୍ରୀଲଙ୍କା ଗସ୍ତରେ ସେ ଦୁଇଟି ଶତକ ହାସଲ କରି ପ୍ଲେୟର ଅଫ୍‌ ଦି ସିରିଜ୍‌ ପୁରସ୍କାର ଜିତିଥିଲେ ।

ଅନ୍ୟପଟେ ଇଷ୍ଟ ଜୋନ୍‌ ପାଖରେ ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ଶାମି ଅଛନ୍ତି । ସେମିଫାଇନାଲ୍‌ରେ ଶାମି ଚମତ୍କାର ବୋଲିଂ କରିଥିଲେ । ଏବେ ଫାଇନାଲ୍‌ରେ ଫର୍ମରେ ଥିବା ଦେବଦତ୍ତ ପଡିକ୍କଲଙ୍କ ବିପକ୍ଷରେ ଶାମି କେଉଁ ରଣନୀତି ଆପଣାଇବେ, ତାହା ଦେଖିବାକୁ ମିଳିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଫାଇନାଲ୍‌କୁ କିପରି ପହଞ୍ଚିଲେ ଦୁଇ ଦଳ ?

ଗତବର୍ଷ ସାଉଥ୍‌ ଜୋନ୍‌ ଦୁଲୀପ ଟ୍ରଫିର ରନର୍ସଅପ୍‌ ହୋଇଥିଲା । ଫାଇନାଲ୍‌ରେ ସେମାନେ ସେଣ୍ଟ୍ରାଲ୍‌ ଜୋନ୍‌ଠାରୁ ପରାସ୍ତ ହୋଇଥିଲେ । ଗତବର୍ଷର ଫାଇନାଲିଷ୍ଟ ହୋଇଥିବାରୁ ଚଳିତ ସିଜିନ୍‌ରେ ସାଉଥ୍‌ ଜୋନ୍‌ ସିଧାସଳଖ ସେମିଫାଇନାଲ୍‌ରେ ପ୍ରବେଶ କରିଥିଲା ।

ଅନ୍ୟପଟେ ଇଷ୍ଟ ଜୋନ୍‌ ଲଗାତାର ଦୁଇଟି ମ୍ୟାଚ୍‌ ଜିତି ଫାଇନାଲ୍‌ରେ ପହଞ୍ଚିଛି । କ୍ୱାର୍ଟର ଫାଇନାଲ୍‌ ଏବଂ ସେମିଫାଇନାଲ୍‌ରେ ବିଜୟ ପରେ ଦଳ ଟାଇଟଲ୍‌ ଲଢ଼େଇ ପାଇଁ ପ୍ରସ୍ତୁତ ।

କେଉଁଠି ଦେଖିବେ ଲାଇଭ୍‌ ?

ଦୁଲୀପ ଟ୍ରଫି ଫାଇନାଲ୍‌ର ଲାଇଭ୍‌ ପ୍ରସାରଣ ଷ୍ଟାର୍‌ ସ୍ପୋର୍ଟ୍ସ ନେଟୱର୍କରେ ହେବ । ମୋବାଇଲ୍‌ ଓ ଅନ୍‌ଲାଇନ୍‌ରେ ମ୍ୟାଚ୍‌ର ଲାଇଭ୍‌ ଷ୍ଟ୍ରିମିଂ ଜିଓହଟ୍‌ଷ୍ଟାର୍‌ ଆପ୍‌ ଏବଂ ୱେବସାଇଟ୍‌ରେ ଉପଲବ୍ଧ ହେବ ।

ଇଷ୍ଟ ଜୋନ୍‌ ସ୍କ୍ୱାଡ୍‌

ଈଶାନ କିଶନ୍‌ (ଅଧିନାୟକ ଓ ୱିକେଟକିପର), ବୈଭବ ସୂର୍ଯ୍ୟବଂଶୀ (ଉପଅଧିନାୟକ), ଶାହବାଜ ଅହମ୍ମଦ, ଅଭିଜିତ ସରକାର, ଅଭିମନ୍ୟୁ ଈଶ୍ୱରନ, ମହମ୍ମଦ ଶାମି, ବିରାଟ ସିଂହ, ମୁକେଶ କୁମାର, ଶୁଭ୍ରାଂଶୁ ସେନାପତି, ଅନୁକୁଲ ରୟ, ସୁଦୀପ କୁମାର ଘରାମୀ, କୁମାର କୁଶାଗ୍ର (ୱିକେଟକିପର), ଶିଖର ମୋହନ, ସୂରଜ ଜୟସ୍ୱାଲ, ଡେନିଶ ଦାସ ଓ କୁନୈନ କୁରେଶୀ।

ସାଉଥ୍‌ ଜୋନ୍‌ ସ୍କ୍ୱାଡ୍‌

ତିଲକ ବର୍ମା (ଅଧିନାୟକ), ତନୟ ତ୍ୟାଗରାଜନ, ଶ୍ରେୟସ ଗୋପାଳ, କରୁଣ ନାୟର, ରିକି ଭୁଇ (ୱିକେଟକିପର), ଏମ୍‌.ଡି. ନିଧୀଶ, ମହମ୍ମଦ ସିରାଜ, ନାରାୟଣ ଜଗଦୀଶନ (ୱିକେଟକିପର), ଦେବଦତ୍ତ ପଡିକ୍କଲ, ଅମନ ହାକିମ ଖାନ, ବିଧ୍ୱଥ କାଭେରାପ୍ପା, ସ୍ମରଣ ରବିଚନ୍ଦ୍ରନ, ଶାଇକ ରଶିଦ, ତ୍ରିପୁରାନା ବିଜୟ, କେ. ହିମତେଜା, ଅଭିନବ ତେଜରାଣା ଓ କାଉରୀ ସାଇତେଜା।