|
logo
Live
Argus News App
GET APP

Argus News - ଫିଲ୍ମି ଷ୍ଟାଇଲରେ ପ୍ରପୋଜ କଲେ, ହଳଦୀ ସେରିମନିରେ ପ୍ରବଳ ନାଚିଲେ...

Sports

Smriti Mandhana / ଫିଲ୍ମି ଷ୍ଟାଇଲରେ ପ୍ରପୋଜ କଲେ, ହଳଦୀ ସେରିମନିରେ ପ୍ରବଳ ନାଚିଲେ...

Banajyotshna Ray
Browse all articles by Banajyotshna Ray
·4 months ago·2 min read
ଫିଲ୍ମି ଷ୍ଟାଇଲରେ ପ୍ରପୋଜ କଲେ, ହଳଦୀ ସେରିମନିରେ ପ୍ରବଳ ନାଚିଲେ...

Key Points

ପଲାଶଙ୍କ ସହ ସାତଫେରା ନେବେ ସ୍ମୃତି
ହଳଦୀ ସେରିମନିରେ ଶାଶୂଘର ଲୋକଙ୍କ ସହ କଲେ ଜବରଦସ୍ତ ଡ୍ୟାନ୍ସ
ଭାଇରାଲ ହେଉଛି ଫଟୋ ଏବଂ ଭିଡିଓ

ଟିମ୍ ଇଣ୍ଡିଆର ପ୍ରଥମ ବିଶ୍ୱ ଚାମ୍ପିଅନସିପରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ପରେ, ଷ୍ଟାର ଓପନର ସ୍ମୃତି ମନ୍ଧାନା ଏବେ ତାଙ୍କ ଜୀବନରେ ଆଉ ଏକ ମାଇଲଖୁଣ୍ଟ ହାସଲ କରିବାକୁ ପ୍ରସ୍ତୁତ। ଅନେକ ଦିନ ପରେ ଶେଷରେ ଫ୍ୟାନ୍ସଙ୍କ ଅପେକ୍ଷାର ଅନ୍ତ ଘଟିଛି । ସ୍ମୃତି ମନ୍ଧାନା ଏବଂ ସଂଗୀତ ନିର୍ଦ୍ଦେଶକ ପଲାଶ ମୁଛଲ ଛଅ ବର୍ଷର ସମ୍ପର୍କକୁ ଏକ ନୂତନ ନାମ ଦେବାକୁ ଯାଉଛନ୍ତି । ଆଉ ଗୋଟିଏ ଦିନ ପରେ ବିବାହ। ସାତ ଜନମର ସାଥୀ ହେବାକୁ ଯାଉଛନ୍ତି ପଲାଶ ମୁଛଲ ଓ ସ୍ମୃତି ମନ୍ଧାନା । ବିବାହ ପୂର୍ବରୁ ଉଭୟଙ୍କର ହଳଦୀର ଭିଡିଓ ଭାଇରାଲ ହେବାରେ ଲାଗିଛି। ଯାହାକୁ ପ୍ରଶଂସକ ଖୁବ ପସନ୍ଦ କରିଛନ୍ତି । ଏହାସହ ଭିନ୍ନ ଭିନ୍ନ ଅନ୍ଦାଜରେ ଉଭୟଙ୍କୁ ଶୁଭେଚ୍ଛା ଜଣାଉଛନ୍ତି । ନଭେମ୍ବର ୨୩ରେ ଇନ୍ଦୋରରେ ବିବାହ କରିବାକୁ ଯାଉଛନ୍ତି ଏହି ଯୋଡି ।

ବିବାହର ରୀତିନୀତି ହଳଦୀ ସେରିମନିରୁ ଆରମ୍ଭ ହୋଇଛି । ସ୍ମୃତି ମନ୍ଧାନା ଓ ତାଙ୍କ ଭାବୀ ସ୍ଵାମୀ ମଧ୍ୟ ହଳଦିଆ ରଙ୍ଗର ପୋଷାକ ପିନ୍ଧିଥିଲେ। ସମସ୍ତଙ୍କ ସହିତ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଥିଲା । ଯାହାର ଫଟୋ-ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ସମସ୍ତ ବଲିଉଡ୍ ଗୀତର ତାଳେ ତାଳେ ନାଚୁଥିବାର ନଜର ଆସିଛନ୍ତି । ସ୍ମୃତିଙ୍କ ହଳଦୀ ସେଲିବ୍ରେସନରେ ଭାରତୀୟ ମହିଳା କ୍ରିକେଟ୍ ଦଳ ମଧ୍ୟ ଉତ୍ସବରେ ଅଂଶଗ୍ରହଣ କରିଥିଲା। ଅନେକ ସାଥୀ ଖେଳାଳି ମନ୍ଧାନାଙ୍କ ସହିତ ଡ୍ୟାନ୍ସ କରିଥିଲେ।

ଏଥିସହ ପଢ଼ନ୍ତୁ: ସାମ୍ନାକୁ ଆସିଲା ତାରିଖ, ଏହି ଦିନ ଟି-୨୦ ବିଶ୍ବକପ୍‌ରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ !

ଶେଫାଲି ବର୍ମା, ଅରୁନ୍ଧତୀ ରେଡ୍ଡୀ, ଶ୍ରେୟଙ୍କା ପାଟିଲ, ରେଣୁକା ସିଂହ ଠାକୁର, ରାଧା ଯାଦବ, ରିଚା ଘୋଷ ଏବଂ ଜେମିମା ରୋଡ୍ରିଗ୍ସ 'ଟିମ୍ ଦୁଲହନ୍' ଭାବରେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ସମୟରେ ପଲାଶ ମଧ୍ୟ ସେମାନଙ୍କ ସହିତ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା। ସେମାନଙ୍କ ଉପସ୍ଥିତି ସମାରୋହକୁ ଆହୁରି ରୋମାଞ୍ଚକର କରିଥିଲା। ଅନ୍ୟପଟେ ପଲକ ମୁଚ୍ଛଲ ମଧ୍ୟ ଭାଇ ପଲାଶଙ୍କ ବିବାହକୁ ନେଇ ବହୁତ ଖୁସିଥିବା ଦେଖିବାକୁ ମିଳିଥିଲା । ପଲକ ସ୍ଵାମୀ ମିଥୁନଙ୍କ ସହ ବର-କନ୍ୟାଙ୍କୁ ହଳଦୀ ଲଗାଇଥିଲେ । ଏତିକି ନୁହେଁ ପଲାଶ-ସ୍ମୃତିଙ୍କ ସହ ଉଭୟ ପରିବାର ବହୁତ ଖୁସି ଥିବା ଦେଖିବାକୁ ମିଳିଛି । ଏହି ଫଙ୍ଗସନରେ ପରିବାର, ଘନିଷ୍ଠ ବନ୍ଧୁ ଏବଂ ମନ୍ଧାନାଙ୍କ କ୍ରିକେଟ୍ ସାଥୀମାନେ ଉତ୍ସବରେ ଯୋଗ ଦେଇଥିଲେ। ଉକ୍ତ ସ୍ଥାନଟିକୁ ହଳଦିଆ ରଙ୍ଗରେ ସଜାଯାଇଥିଲା। ଏହି ଉତ୍ସବର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବିବାହ ପୂର୍ବରୁ ଖୁବ ନିଆରା ଏବଂ ଫିଲ୍ମି ଷ୍ଟାଇଲରେ ପଲାଶ ସ୍ମୃତିଙ୍କୁ ପ୍ରପୋଜ କରିଥିଲେ। ଏକ ଷ୍ଟାଡିୟମକୁ ଯାଇ ମୁଦି ପିନ୍ଧାଇଥିଲେ।

କେଉଁ କ୍ରିକେଟ ଷ୍ଟାଡିୟମରେ ପ୍ରପୋଜ କରିଥିଲେ?

ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମରେ ପଲାଶ ସ୍ମୃତିଙ୍କୁ ମୁଦି ପିନ୍ଧାଇ ପ୍ରପୋଜ କରିଥିଲେ। ଯେଉଁଥିରେ ସ୍ମୃତି ମନ୍ଧାନା ମଧ୍ୟ ଏକ ମୁଦି ପିନ୍ଧିଥିବା ନଜର ଆସିଛନ୍ତି । କାହିଁକି ନା ବର୍ଷା ଗୋଗୋଇ ସ୍ମୃତି ଓ ପଳାଶଙ୍କ ସମାନ ଫଟୋ ପୋଷ୍ଟ କରି ଲେଖିଛନ୍ତି, "ଭାଇ, ଆଉ ଡେରି କଣ ପାଇଁ ଜଲଦି ବିବାହ କର… ପଳାଶ ମଧ୍ୟ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ବର୍ଷା ଗୋଗୋଇଙ୍କ ଏହି ଇନଷ୍ଟାଗ୍ରାମ ପୋଷ୍ଟ ସେୟାର କରି ସ୍ପଷ୍ଟ କରିଛନ୍ତି ଯେ ସେମାନଙ୍କ ବିବାହକୁ ନେଇ ଚାଲିଥିବା କଳ୍ପନାଜଳ୍ପନା ଶେଷ ହୋଇଛି । ନିକଟରେ, ICC ମହିଳା ବିଶ୍ୱକପ୍ ୨୦୨୫ ର ଏକ ମ୍ୟାଚ୍ ସମୟରେ, ପଲାଶ ପ୍ରକାଶ କରିଥିଲେ ଯେ ସ୍ମୃତି ଖୁବ୍ ଶୀଘ୍ର ଇନ୍ଦୋରର ବୋହୂ ହେବେ।

ଅଧିକ ପଢ଼ନ୍ତୁ ଖେଳ ଖବର:
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Smriti Mandhana: ଫିଲ୍ମି ଷ୍ଟାଇଲରେ ପ୍ରପୋଜ କଲେ, ହଳଦୀ ସେରିମନିରେ ପ୍ରବଳ ନାଚିଲେ... | Argus News