Videos
|
Sports

Smriti Mandhana / ବିବାହ ସ୍ଥଗିତ ହେବାପରେ ସ୍ମୃତି ମନ୍ଧାନା ନେଲେ ବଡ଼ ନିଷ୍ପତ୍ତି: ଇନଷ୍ଟାରୁ ସବୁ ଫଟୋ ଡିଲିଟ କଲେ

Ritu Das
Browse all articles by Ritu Das
·9 months ago·2 min read
ବିବାହ ସ୍ଥଗିତ ହେବାପରେ ସ୍ମୃତି ମନ୍ଧାନା ନେଲେ ବଡ଼ ନିଷ୍ପତ୍ତି: ଇନଷ୍ଟାରୁ ସବୁ ଫଟୋ ଡିଲିଟ କଲେ

Key Points

ସ୍ମୃତିଙ୍କ ବାପାଙ୍କ ଦେହ ଅସୁସ୍ଥ ହୋଇପଡ଼ିଲା। ହୃଦଘାତ ହେବା କାରଣରୁ ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ଏବଂ ଷ୍ଟାର ଓପନର ସ୍ମୃତି ମନ୍ଧାନାଙ୍କ ବିବାହ ସ୍ଥଗିତ ରଖାଯାଇଛି।
ଧୁମଧାମରେ ଚାଲିଥିଲା ବିବାହ ଉତ୍ସବ। ହଳଦୀ, ସଙ୍ଗୀତ, ମେହେନ୍ଦି। ଆଉ କାଲି ଥିଲା ଭାରତୀୟ ମହିଳା ଟିମର ଉପ-ଅଧିନାୟକ ସ୍ମୃତି ମନ୍ଧାନାଙ୍କ ବିବାହ। ଆଉ ଏନେଇ ଖୁବ ଏକ୍ସାଇଟେଡ ଥିଲେ ପଲାଶ ମୁଛଲ ଏବଂ ସ୍ମୃତି ମନ୍ଧାନା। ଦୁହିଁଙ୍କ ରୋମାଣ୍ଟିକ ଡ୍ୟାନ୍ସ ଷ୍ଟେଜରେ ଚାରଚାନ୍ଦ ଲଗାଇଥିଲା। କିନ୍ତୁ ହଠାତ ଯେମିତି ଖୁସିରେ କାହା ନଜର ଲାଗିଗଲା। ସ୍ମୃତିଙ୍କ ବାପାଙ୍କ ଦେହ ଅସୁସ୍ଥ ହୋଇପଡ଼ିଲା। ହୃଦଘାତ ହେବା କାରଣରୁ ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ଏବଂ ଷ୍ଟାର ଓପନର ସ୍ମୃତି ମନ୍ଧାନାଙ୍କ ବିବାହ ସ୍ଥଗିତ ରଖାଯାଇଛି।

ଏହାସହ ପଢ଼ନ୍ତୁ: ୨୩ ବର୍ଷର ରିଲେସନଶିପରେ ରହିବା ପରେ ବିବାହ କଲେ ଅଶ୍ଲେଷା-ସନ୍ଦୀପ

ସେ ନଭେମ୍ବର ୨୩ ତାରିଖ ରବିବାର ଦିନ ପଲାଶ ମୁଛଲଙ୍କୁ ବିବାହ କରିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ, ଏକ ଦୁଃଖଦ ପାରିବାରିକ ପରିସ୍ଥିତି ଯୋଗୁଁ, ବିବାହକୁ ସ୍ଥଗିତ ରଖିବାର ନିଷ୍ପତ୍ତି ନିଆଯାଇଥିଲା। ସ୍ମୃତିଙ୍କ ପିତା ଶ୍ରୀନିବାସ ମନ୍ଧାନା ରବିବାର ସକାଳେ ଜଳଖିଆ ସମୟରେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ପ୍ରାରମ୍ଭରେ, ଏହାକୁ ଏକ ସାମାନ୍ୟ ସମସ୍ୟା ବୋଲି ଭାବୁଥିଲେ, କିନ୍ତୁ ଯେତେବେଳେ ତାଙ୍କ ଅବସ୍ଥାରେ ଉନ୍ନତି ନ ହେଲା, ତାଙ୍କୁ ତୁରନ୍ତ ସାଙ୍ଗଲିର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରମାନେ ତାଙ୍କ ଅବସ୍ଥା ଉପରେ ନିରନ୍ତର ନଜର ରଖିଛନ୍ତି। ଏହି ସମୟରେ, ସ୍ମୃତି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି।

ଏହାସହ ପଢ଼ନ୍ତୁ: "ତେନୁ ଲେକେ ମେଁ ଜାଓ୍ବାଙ୍ଗା"… ସ୍ମୃତି ମନ୍ଧାନା ଏବଂ ପଲାଶ ମୁଛଲଙ୍କ ରୋମାଣ୍ଟିକ ଡ୍ୟାନ୍ସ ଭାଇରାଲ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସ୍ମୃତି ମନ୍ଧାନାଙ୍କ ମ୍ୟାନେଜରଙ୍କ ଅନୁଯାୟୀ, ସ୍ମୃତି ନିଜେ ନିଷ୍ପତ୍ତି ନେଇଛନ୍ତି କି ତାଙ୍କ ପିତା ସମ୍ପୂର୍ଣ୍ଣ ସୁସ୍ଥ ନହେବା ପର୍ଯ୍ୟନ୍ତ ବିବାହକୁ ସ୍ଥଗିତ ରଖିବେ। ସେ ବିବାହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଛନ୍ତି। ଏହି ସମୟରେ, ସ୍ମୃତି ସୋସିଆଲ ମିଡିଆରେ ମଧ୍ୟ ତାଙ୍କର ଦୁଃଖ ପ୍ରକାଶ କରିଛନ୍ତି। ସେ କେବଳ ତାଙ୍କ ନିର୍ବନ୍ଧ ଘୋଷଣା କରୁଥିବା ଭିଡିଓକୁ ଡିଲିଟ୍ କରିଦେଇ ନାହାନ୍ତି, ବରଂ ଇନଷ୍ଟାଗ୍ରାମରୁ ତାଙ୍କର ସମସ୍ତ ବିବାହ ସମ୍ବନ୍ଧୀୟ ପୋଷ୍ଟକୁ ମଧ୍ୟ ଡିଲିଟ କରିଦେଇଛନ୍ତି। ଏହି ନିଷ୍ପତ୍ତିରେ ତାଙ୍କ ପ୍ରଶଂସକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି।

ଏହାସହ ପଢ଼ନ୍ତୁ: ସ୍ମୃତିଙ୍କ ବାପାଙ୍କ ପରେ ବିଗିଡିଲା ପଲାଶଙ୍କ ସ୍ଵାସ୍ଥ୍ୟବସ୍ଥା


ସ୍ମୃତି ଏକ ମଜାଦାର ଇନଷ୍ଟାଗ୍ରାମ ରିଲ୍ ମାଧ୍ୟମରେ ପଲାଶ ମୁଛଲଙ୍କ ସହ ତାଙ୍କର ନିର୍ବନ୍ଧ ଘୋଷଣା କରିଥିଲେ। ୨୦୦୬ ଫିଲ୍ମ "ଲଗେ ରହୋ ମୁନ୍ନା ଭାଇ" ର "ସମଝୋ ହୋ ହି ଗୟା" ଗୀତରେ ନାଚି ମନ୍ଧାନା ତାଙ୍କ ପ୍ରଶଂସକଙ୍କ ସହ ଖୁସି ଖବର ସେୟାର କରିଥିଲେ। ଭିଡିଓରେ ତାଙ୍କ ସହିତ ଜେମିମାହ ରଡ୍ରିଗ୍ସ, ଶ୍ରେୟଙ୍କା ପାଟିଲ, ରାଧା ଯାଦବ ଏବଂ ଅରୁନ୍ଧତୀ ରେଡ୍ଡି ଥିଲେ। ହେଲେ ଏହି ପୋଷ୍ଟଟି ସ୍ମୃତି ମନ୍ଧାନାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଆଉ ଦେଖାଯାଉନାହିଁ। ସେ ଏହାକୁ ଡିଲିଟ୍ କରିଛନ୍ତି କି ଲୁଚାଇ ରଖିଛନ୍ତି ତାହା ସ୍ପଷ୍ଟ ନୁହେଁ। ପଲାଶ ମୁଛଲ ମଧ୍ୟ ନଭି ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମରେ ସ୍ମୃତି ମନ୍ଧାନାଙ୍କୁ ବିବାହ ପୂର୍ବରୁ ପ୍ରପୋଜ କରିଥିଲେ। ସେ ପୋଷ୍ଟଟି ଡିଲିଟ୍ କରିନାହାନ୍ତି।