Smriti Mandhana / ନିରବତା ଭାଙ୍ଗିଲେ ସ୍ମୃତି ମନ୍ଧାନା; କହିଲେ- 'କ୍ରିକେଟ୍ଠୁ ଅଧିକ କାହାକୁ ଭଲ ପାଏନି'
·9 months ago·2 min read

Key Points
ନିରବତା ଭାଙ୍ଗି କହିଦେଲେ ବଡ଼ କଥା । ଭାରତୀୟ ମହିଳା ଦଳର ଉପଅଧିନାୟକ ସ୍ମୃତି ମନ୍ଧାନା ବିବାହ ଭାଙ୍ଗିବା ପରେ ପ୍ରଥମଥର ମୁହଁ ଖୋଲିଛନ୍ତି । ସାର୍ବଜନୀନ ଭାବେ କହିଛନ୍ତି, "ମୁଁ ସବୁଠୁ ଅଧିକ କ୍ରିକେଟ୍କୁ ଭଲ ପାଏ ।"
ନୂଆଦିଲ୍ଲୀ: ପଲାଶଙ୍କ ସହ ବିବାହ ଭାଙ୍ଗିବା ପରେ ମୁହଁ ଖୋଲିଲେ ସ୍ମୃତି ମନ୍ଧାନା । ନିରବତା ଭାଙ୍ଗି କହିଦେଲେ ବଡ଼ କଥା । ଭାରତୀୟ ମହିଳା ଦଳର ଉପଅଧିନାୟକ ସ୍ମୃତି ମନ୍ଧାନା ବିବାହ ଭାଙ୍ଗିବା ପରେ ପ୍ରଥମଥର ମୁହଁ ଖୋଲିଛନ୍ତି । ସାର୍ବଜନୀନ ଭାବେ କହିଛନ୍ତି, "ମୁଁ ସବୁଠୁ ଅଧିକ କ୍ରିକେଟ୍କୁ ଭଲ ପାଏ ।"
ସ୍ମୃତି ମନ୍ଧାନା କହିଛନ୍ତି, "ବିଗତ ୧୨ ବର୍ଷରେ ଗୋଟିଏ ମୁଁ ଗୋଟିଏ କଥା ଭଲ ଭାବେ ବୁଝିଛି... ମୁଁ କ୍ରିକେଟ୍ଠୁ ଅଧିକ କାହାକୁ କିମ୍ବା କୌଣସି ବସ୍ତୁକୁ ଭଲ ପାଏ ନାହିଁ ।" ପଲାଶ ମୁଚ୍ଛଲଙ୍କ ସହ ବିବାଗ ଭାଙ୍ଗିବା ପରେ ସ୍ମୃତି ମନ୍ଧାନା ଏଭଳି ବୟାନ ଦେଇଛନ୍ତି ।
ବିବାହ ଭାଙ୍ଗିବା ପରେ ସ୍ମୃତି ମନ୍ଧାନା ପ୍ରଥମଥର ସାର୍ବଜନୀନ ସ୍ଥାନରେ ନଜର ଆସିଥିଲେ । ଡିସେମ୍ବର ୭ ତାରିଖରେ ସୋସିଆଲ୍ ମିଡିଆ ପୋଷ୍ଟ କରି ପଲାଶଙ୍କ ସହ ତାଙ୍କ ବିବାହ ଭାଙ୍ଗିଥିବା ସ୍ପଷ୍ଟ କରିଥିଲ ସ୍ମୃତି ମନ୍ଧାନା ।
ଏଥିସହ ପଢ଼ନ୍ତୁ: ପଲାଶ ମୁଛଲଙ୍କ ସହ ବିବାହ ଭାଙ୍ଗିବା ପରେ ସ୍ମୃତି ମନ୍ଧାନା ପ୍ରଥମ ଥର କ୍ୟାମେରା ସାମ୍ନାକୁ ଆସିଲେ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବୁଧବାର ମଣ୍ଡପମ୍ରେ ଆୟୋତି ଆମାଜନ ସମ୍ଭବ ସମ୍ମିଟରେ ମହିଳା ଦଳର ଅଧିନାୟକ ହରମନପ୍ରୀତ କୌରଙ୍କ ସହ ସାମିଲ୍ ହୋଇଥିଲେ ସ୍ମୃତି । ଆଉ ସେଠାରେ ନିଜ ଭଲ ପାଇବାକୁ ନେଇ ଏଭଳି କହିଛନ୍ତି ।
ସମ୍ମିଳନୀରେ ସ୍ମୃତି ମନ୍ଧାନା ୨୦୧୩ରେ କ୍ରିକେଟ୍ କ୍ୟାରିଅର ଆରମ୍ଭରୁ ନେଇ ଗତ ମାସରେ ବିଶ୍ଵକପ୍ ଜିତିବା ପର୍ଯ୍ୟନ୍ତ ମୁହୂର୍ତ୍ତକୁ ମନେ ପକାଇଛନ୍ତି । କହିଛନ୍ତି, "ମୋତେ ଲାଗୁ ନାହିଁ ମୁଁ କ୍ରିକେଟଠୁ ଅଧିକ ଆଉ କୌଣସି ସାମଗ୍ରୀକୁ ଭଲ ପାଇ ପାରିବି । ଭାରତୀୟ ଜର୍ସି ପିନ୍ଧିବା ସବୁଠୁ ବଡ଼ ପ୍ରେରଣା । ଗୋଟିଏ ପଟେ ଜୀବନର ସମସ୍ତ ସମସ୍ୟାକୁ ରଖୁ ଓ ସେହି ଭାବନା ଆପଣଙ୍କ ଜୀବନ ଉପରେ ଧ୍ୟାନ କେନ୍ଦ୍ରିତ କରିବାରେ ସାହାଯ୍ୟ କରେ ।"
ସ୍ମୃତି ମନ୍ଧାନା କହିଛନ୍ତି, "ଛୁଆଟି ବେଳରୁ ମୋ ସ୍ଵପ୍ନ ସ୍ପଷ୍ଟ ଥିଲା । ଯେତେବେଳେ ମୁଁ ଛୋଟ ଥିଲି, ବ୍ଯାଟିଂର ନିଶା ଆରମ୍ଭ ହୋଇଥିଲା । କେହି ବୁଝି ପାରୁନଥିଲେ... କିନ୍ତୁ ମୋ ମନରେ ଥିଲା କି ମୁଁ ଦୁନିଆର ଚାମ୍ପିଅନ୍ ହେବି ।"
ଏଥିସହ ପଢ଼ନ୍ତୁ: ଜଟିଳ ସ୍ଥିତିରେ ପାକିସ୍ତାନ, ଗେମ୍ ଖେଳିଦେଲା କି ଭାରତ !
ସେପଟେ ବିବାହ ଭଙ୍ଗ ପରେ ସ୍ମୃତି ମନ୍ଧାନା କ୍ରିକେଟ୍ ଅଭ୍ୟାସ ଆରମ୍ଭ କରିଛନ୍ତି । ସ୍ମୃତିଙ୍କ ଭାଇ ଶ୍ରବଣ ମନ୍ଧାନା ସୋସିଆଲ୍ ମିଡିଆରେ ଏକ ଫଟୋ ପୋଷ୍ଟ କରିଛନ୍ତି । ଯେଉଁଥିରେ ସ୍ମୃତି ନେଟ୍ ପ୍ରାକ୍ଟିସ୍ କରୁଥିବା ନଜର ଆସୁଛନ୍ତି ।
୨୦୨୫ ଦିନିକିଆ ବିଶ୍ଵକପ୍ ଚାମ୍ପିଅନ୍ ଟିମ୍ରେ ସ୍ମୃତି ମନ୍ଧାନା ଗୁରୁତ୍ଵପୂର୍ଣ୍ଣ ଭୂମିକା ତୁଲାଇଥିଲେ । ବିବାହ ଭଙ୍ଗ ପରେ ସେ କ୍ରିକେଟକୁ ଫେରୁଛନ୍ତି । ଶ୍ରୀଲଙ୍କା ବିପକ୍ଷ ୫ ଟିକିଆ ଟି-ଟ୍ଵେଣ୍ଟି ସିରିଜ୍ରେ ସାମିଲ୍ ହେବେ ସ୍ମୃତି ମନ୍ଧାନା । ଡିସେମ୍ବର ୨୧ରୁ ୩୦ ପର୍ଯ୍ୟନ୍ତ ବିଶାଖାପାଟଣା ଓ ଥିରୁବନନ୍ତପୁରମରେ ଖେଳାଯିବ ମ୍ୟାଚ୍ ।

Related Topics
Explore more stories