Smriti Mandhana / ସ୍ମୃତି ମନ୍ଧାନା-ପଲାଶ ମୁଚ୍ଛଲଙ୍କ ହେବ କି ବିବାହ ? ଭାଇରାଲ ହେଲା ନୂଆ ଭିଡିଓ
·1 day ago·2 min read

Key Points
ସ୍ମୃତି-ପଲାଶ ପୁଣି ଏକାଠି ?
ପ୍ରେମ କାହାଣୀରେ ଟ୍ୱିଷ୍ଟ
ଭାଇରାଲ ଭିଡିଓରେ ବଡ଼ ସଙ୍କେତ
ପ୍ରେମ କାହାଣୀରେ ଟ୍ୱିଷ୍ଟ
ଭାଇରାଲ ଭିଡିଓରେ ବଡ଼ ସଙ୍କେତ
ଭାରତୀୟ ମହିଳା ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍ ସ୍ମୃତି ମନ୍ଧାନା ଏବଂ ସଂଗୀତକାର ପଲାଶ ମୁଚ୍ଛଲ ନଭେମ୍ବର ୨୦୨୫ ବିବାହ କରିବାର ଥିଲା । ବିବାହ ପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ଶେଷ ହୋଇଥିଲା । କିନ୍ତୁ ମାତ୍ର ଗୋଟିଏ ଦିନ ପୂର୍ବରୁ ଖବର ଆସିଥିଲା ଯେ ସ୍ମୃତିଙ୍କ ପିତା ଶ୍ରୀନିବାସ ମନ୍ଧାନା ଅସୁସ୍ଥ ହୋଇପଡ଼ିଛନ୍ତି ।
ତାଙ୍କ ପିତାଙ୍କ ଅସୁସ୍ଥତା ପରେ ପ୍ରଥମେ ବିବାହ କିଛି ଦିନ ପାଇଁ ସ୍ଥଗିତ ରଖାଯାଇଥିଲା । କିନ୍ତୁ ତା’ପରେ ଖବର ଆସିଥିଲା ଯେ ପଲାଶ ସ୍ମୃତିଙ୍କୁ ପ୍ରତାରଣା କରୁଥିବାର ଧରାପଡ଼ିଛି । ପରବର୍ତ୍ତୀ ସମୟରେ ବିବାହ ଆଉ ହେବ ନାହିଁ ବୋଲି ନିଷ୍ପତ୍ତି ନେଇଥିଲେ । ଆଉ ଏହାରି ମଧ୍ୟରେ ଏବେ ଏକ ଭିଡିଓ ଭାଇରାଲ ହେଉଛି । ଏହି ଭିଡିଓ ଦେଖି ମନେ ହେଉଛି ଯେ ସ୍ମୃତି ଏବଂ ପଲାଶଙ୍କ ମଧ୍ୟରେ ସବୁକିଛି ଠିକ୍ ଅଛି ।
ଭିଡିଓ ଦେଖି ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି
ଭିଡିଓରେ ପଲାଶଙ୍କ ଭଉଣୀ ଲୋକପ୍ରିୟ ଗାୟିକା ପଲକ ମୁଛଲ ଏବଂ ତାଙ୍କ ସ୍ୱାମୀ ମିଥୁନଙ୍କୁ ସ୍ମୃତି ମନ୍ଧାନାଙ୍କ ପିତା ଶ୍ରୀନିବାସଙ୍କ ସହିତ ଦେଖିବାକୁ ମିଳୁଛି । ଭିଡିଓରେ ପଲକଙ୍କୁ ସ୍ମୃତିଙ୍କ ପିତାଙ୍କ ପାଦ ଛୁଇଁ ଆଶୀର୍ବାଦ ନେଉଛନ୍ତି । ଏହି ଭିଡିଓ ବାସ୍ତବରେ ପ୍ରଶଂସକମାନଙ୍କୁ ଆଶ୍ଚର୍ଯ୍ୟ କରିଛି । ଭିଡିଓଟି ସାମ୍ନାକୁ ଆସିବା ମାତ୍ରେ ଦୁଇ ପରିବାର ମଧ୍ୟରେ ସବୁକିଛି ଠିକ୍ ଅଛି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି ।
କିନ୍ତୁ ଅନେକ ଲୋକ ଏହି ଭିଡିଓଟି ପୁରୁଣା ବୋଲି ଦାବି କରୁଛନ୍ତି । ତେବେ ବାସ୍ତବରେ ଏହି ଭିଡିଓଟି କେବେର ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି । କିନ୍ତୁ ସୋସିଆଲ ମିଡିଆରେ ଏହି ଭିଡିଓ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି ।
ପଳାଶ ଅନ୍ୟ ଜଣେ ମହିଳାଙ୍କ ସହିତ ଧରାପଡ଼ିଥିଲେ
ସ୍ମୃତିଙ୍କ ସହ ବିବାହ ଭାଙ୍ଗିବା ପରେ ଗଣମାଧ୍ୟମ ରିପୋର୍ଟ ପ୍ରସାରିତ ହୋଇଥିଲା ଯେ ପଳାଶ ଅନ୍ୟ ଜଣେ ମହିଳାଙ୍କ ସହିତ ଧରାପଡ଼ିଥିଲେ । ଯାହା ବିବାହ ଭାଙ୍ଗିବାର କାରଣ ଥିଲା । ଉଭୟ ପ୍ରାୟ ୨୦୧୯ରୁ ଡେଟିଂ କରୁଥିଲେ । ସେମାନଙ୍କୁ ପ୍ରାୟତଃ ସବୁ ସମୟରେ ଏକାଠି ଦେଖିବାକୁ ମିଳୁଥିଲା । ବିବାହ ପୂର୍ବରୁ ପଳାଶ ଏକ କ୍ରିକେଟ ଷ୍ଟାଡିୟମରେ ସ୍ମୃତିଙ୍କୁ ପ୍ରପୋଜ୍ କରିଥିଲେ । ଯାହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories