Cricket / ଟି-ଟ୍ଵେଣ୍ଟିରେ ୮ ୱିକେଟ୍ ଅକ୍ତିଆର୍ କରି ବିଶ୍ଵ ରେକର୍ଡ; ମନମୋହିଲେ ସ୍ପିନର୍ ସୋନମ
·6 months ago·2 min read

Key Points
ଗୋଟିଏ ଟି-ଟ୍ଵେଣ୍ଟି ମ୍ୟାଚ୍ରେ ୮ ୱିକେଟ୍ ନେଇ ଦୁନିଆର ପ୍ରଥମ ବୋଲର ବନିଲେ ଭୂଟାନର ସୋନମ ୟେଶେ । ସୋନମ ୪ ଓଭର୍ ବୋଲିଂ ମାତ୍ର ୭ ରନ୍ ବ୍ୟୟ କରି ୮ ୱିକେଟ୍ ନେଇଛନ୍ତି ।
ମୁମ୍ବାଇ: ୨୨ ବର୍ଷରେ ରଚିଲେ ଇତିହାସ । ଗୋଟିଏ ଟି-ଟ୍ଵେଣ୍ଟି ମ୍ୟାଚ୍ରେ ୮ ୱିକେଟ୍ ନେଇ ଦୁନିଆର ପ୍ରଥମ ବୋଲର ବନିଲେ ଭୂଟାନର ସୋନମ ୟେଶେ । ସୋନମ ୪ ଓଭର୍ ବୋଲିଂ ମାତ୍ର ୭ ରନ୍ ବ୍ୟୟ କରି ୮ ୱିକେଟ୍ ନେଇଛନ୍ତି ।
ଯେଉଁଥିରେ ଏକ ଓଭର୍ରେ ପ୍ରତିପକ୍ଷ ଖେଳାଳି ଏକ ରନ୍ ବି କରିବାରେ ସଫଳ ହୋଇ ନାହାନ୍ତି । ସୋନମଙ୍କ ଇକୋନୋମି ରେଟ୍ ୧.୭୫ ରହିଛି । ସୋନମ ମିଆଁମାର ବିପକ୍ଷ ମ୍ୟାଚ୍ରେ ଏଭଳି ଚମକପଦ ପ୍ରଦର୍ଶନ କରି ସମସ୍ତଙ୍କ ମନ ମୋହିଛନ୍ତି ।
ଏଥିସହ ପଢ଼ନ୍ତୁ: ଜିରୋ ନାଇଟ୍ ପାଇଁ ପୋଲିସର କଟକଣା; ରାତି ୧୨ ପରେ ବାଜିବନି ମ୍ୟୁଜିକ୍
ଡିସେମ୍ବର ୨୬ ତାରିଖରେ ମିଆଁମାର ବିପକ୍ଷରେ ତୃତୀୟ ଟି-ଟ୍ଵେଣ୍ଟି ମ୍ୟାଚ୍ ଖେଳିଥିଲା ଭୂଟାନ । ଯେଉଁ ମ୍ୟାଚ୍ରେ ସୋନମ ଏକାକୀ ୮ଟି ୱିକେଟ୍ ଅକ୍ତିଆର୍ କରିଛନ୍ତି । ଏହି ୱାର୍ଲ୍ଡ ରେକର୍ଡକୁ ଭୂଟାନ କ୍ରିକେଟ୍ ପକ୍ଷରୁ Xରେ ସେୟାର୍ କରି ଲେଖିଛି, "୪ ଓଭର୍ରେ ୮ ୱିକେଟ୍ ନେଇ ୭ ରନ୍ ଦେବା ବିଶ୍ଵ ରେକର୍ଡ ।"
ଟି-ଟ୍ଵେଣ୍ଟି କ୍ରିକେଟ୍ରେ ପ୍ରଥମଥର କୌଣସି ବୋଲର୍ ଗୋଟିଏ ମ୍ୟାଚ୍ରେ ୮ ୱିକେଟ୍ ନେଇଛନ୍ତି । ଏହା ପୂର୍ବରୁ ନେଦରଲ୍ୟାଣ୍ଡର କୋଲିନ ଏକରମ୍ୟାନ୍ ୨୦୧୯ରେ ଏବଂ ଆଫଗାନିସ୍ତାନର ତସ୍କିନ୍ ଅହମଦ ୨୦୨୫ରେ ଗୋଟିଏ ମ୍ୟାଚ୍ରେ ୭ଟି ଲେଖାଏଁ ୱିକେଟ୍ ଅକ୍ତିଆର୍ କରିଥିଲେ ।
ସେହିଭଳି ମାଲେସିଆର ସୟାଜଋଲ ୨୦୨୩ରେ ଚୀନ୍ ବିପକ୍ଷରେ ୮ ରନ୍ ଦେଇ ୭ଟି ୱିକେଟ୍ ନେଇଥିଲେ । ସେହିଭଳି ବାହରିନର ଅଲୀ ଦାଉଦ ୨୦୨୫ରେ ଭୂଟାନ ବିପକ୍ଷରେ ୧୯ ରନ୍ ଦେଇ ହାତେଇଥିଲେ ୭ଟି ୱିକେଟ୍ ।
ସୋନମ ୟେଶେଙ୍କ ରେକର୍ଡ ମ୍ୟାଚ୍କୁ ମିଆଁମାର ଠାରୁ ୮୨ ରନ୍ରେ ଜିତି ନେଇଛି ଭୂଟାନ । ମିଆଁମାରକୁ ଭୂଟାନ ୧୨୮ ରନ୍ର ବିଜୟ ଲକ୍ଷ୍ୟ ଦେଇଥିଲା । ଆଉ ମାତ୍ର ୪୫ ରନ୍ରେ ମିଆଁମାର ଅଲଆଉଟ୍ ହୋଇଥିବା ବେଳେ ଭୂଟାନ ବିଜୟୀ ହୋଇଛି ।
ଏଥିସହ ପଢ଼ନ୍ତୁ: ପ୍ଲାଟଫର୍ମ ବନାମ ପାର୍ଟନର; ଡିସେମ୍ବର ୩୧ରେ ଦେଶରେ ଗିଗ୍ ୱାର୍କରଙ୍କ ବିରୋଧ ପ୍ରଦର୍ଶନ
୫ ମ୍ୟାଚ୍ ବିଶିଷ୍ଟ ଟି-ଟ୍ଵେଣ୍ଟି ସିରିଜ୍ରେ ଭୂଟାନ ଏବେ ୪-୦ରେ ଆଗୁଆ ରହିଛି । ଏହି ସିରିଜ୍ର ୪ଟି ମ୍ୟାଚ୍ରେ ସୋନମ ୧୨ଟି ୱିକେଟ୍ ନେଇ ସାରିଲେଣି । ସିରିଜ୍ର ଅନ୍ତିମ ତଥା ପଞ୍ଚମ ଟି-ଟ୍ଵେଣ୍ଟି ମୁକାବିଲା ଆଜି ଖେଳା ଯାଉଛି ।
ଜୁଲାଇ ୨୦୨୨ରେ ସୋନମ ୟେଶେ ମାଲେସିଆ ବିପକ୍ଷରେ ପ୍ରଥମଥର ଅନ୍ତର୍ଜାତୀୟ ଟି-ଟ୍ଵେଣ୍ଟି ଖେଳିଥିଲେ । ଏବେ ସୁଦ୍ଧା ସୋନମ ୩୪ଟି ମ୍ୟାଚ୍ର ୩୩ଟି ପାଳିରେ ୩୭ଟି ୱିକେଟ୍ ହାତେଇଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories