Sourav Ganguly Death Threat / ସୌରଭ ଗାଙ୍ଗୁଲିଙ୍କୁ ଜୀବନରୁ ମାରିଦେବାକୁ ଧମକ, ପରିବାରକୁ ମିଳିଲା ଚିଠି...ପୋଲିସର ତଦନ୍ତ ଆରମ୍ଭ
·45 mins ago·2 min read

Key Points
ଦାଦାଙ୍କୁ ମାରିଦେବାକୁ ଧମକ !
CAB କାର୍ଯ୍ୟାଳୟରେ ପହଞ୍ଚିଲା ଦୁଇଟି ଚିଠି
ଚିଠିକୁ ନେଇ ପୋଲିସର ଛାନ୍ଭିନ୍
CAB କାର୍ଯ୍ୟାଳୟରେ ପହଞ୍ଚିଲା ଦୁଇଟି ଚିଠି
ଚିଠିକୁ ନେଇ ପୋଲିସର ଛାନ୍ଭିନ୍
କ୍ରିକେଟ୍ ଜଗତରେ ଚାଞ୍ଚଲ୍ୟ ! ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ମିଳିଛି ଜୀବନରୁ ମାରିଦେବାର ଧମକ । କେବଳ ସୌରଭ ନୁହେଁ, ତାଙ୍କ ପତ୍ନୀ ଡୋନା ଗାଙ୍ଗୁଲି ଏବଂ ତାଙ୍କ ସହ କାମ କରୁଥିବା ଷ୍ଟାଫଙ୍କୁ ମଧ୍ୟ ଦିଆଯାଇଛି ଏଭଳି ଭୟଙ୍କର ଧମକ । କ୍ରିକେଟ୍ ଆସୋସିଏସନ୍ ଅଫ୍ ବେଙ୍ଗଲ୍ର କାର୍ଯ୍ୟାଳୟକୁ କୋରିୟର ମାଧ୍ୟମରେ ଆସିଥିବା ଚିଠି ଦୁଇଟି ଚିଠି ପଢ଼ିବା ପରେ ସାମ୍ନାକୁ ଆସିଛି ଏହି ଚାଞ୍ଚଲ୍ୟକର ଘଟଣା ।
ସୂଚନା ଅନୁସାରେ, କ୍ରିକେଟ୍ ଆସୋସିଏସନ୍ ଅଫ୍ ବେଙ୍ଗଲ୍ ବା CAB କାର୍ଯ୍ୟାଳୟକୁ କୋରିୟର ଯୋଗେ ଦୁଇଟି ଚିଠି ଆସିଥିଲା । ଲଫାପା ଖୋଲିବା ପରେ ସେଥିରୁ ଇଂରାଜୀରେ ଲେଖାଥିବା ଦୁଇଟି ଚିଠି ମିଳିଥିଲା । ଚିଠିରେ ସୌରଭ ଗାଙ୍ଗୁଲି, ତାଙ୍କ ପତ୍ନୀ ଡୋନା ଏବଂ ତାଙ୍କ ସହ କାମ କରୁଥିବା କର୍ମଚାରୀଙ୍କୁ ‘ମାରି ଦେବା’ ଭଳି ସିଧାସଳଖ ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି ।
ଚିଠିରେ ଆକ୍ରମଣାତ୍ମକ ଏବଂ ହିଂସାତ୍ମକ ଭାଷା ବ୍ୟବହାର ହୋଇଥିବା ଜଣାପଡ଼ିଛି । ଘଟଣା ସାମ୍ନାକୁ ଆସିବା ପରେ ତୁରନ୍ତ ପୋଲିସକୁ ଖବର ଦିଆଯାଇଥିଲା । ବର୍ତ୍ତମାନ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।
ଅଧିକ ପଢ଼ନ୍ତୁ: କ୍ରିକେଟ ପରେ, ରୋହିତ ଶର୍ମା ଏବେ ଟିଭିରେ କରିବେ ଏଣ୍ଟ୍ରି….ଖୁବଶୀଘ୍ର ନିଜ ଶୋ’ରେ କରିବେ ଡେବ୍ୟୁ
ତେବେ ସବୁଠାରୁ ବଡ଼ କଥା ହେଉଛି, ଏହା ପ୍ରଥମ ଘଟଣା ନୁହେଁ । ଗାଙ୍ଗୁଲିଙ୍କ ପରିବାରକୁ ଗତ ପ୍ରାୟ ୬ ମାସ ଧରି ଏଭଳି ଧମକପୂର୍ଣ୍ଣ ଚିଠି ମିଳୁଥିବା ଜଣାପଡ଼ିଛି । ପ୍ରାରମ୍ଭରେ ପରିବାର ଏହାକୁ ଗୁରୁତ୍ୱ ଦେଇନଥିଲେ । କୌଣସି ଉତ୍ସାହୀ ପ୍ରଶଂସକ କିମ୍ବା ବ୍ୟକ୍ତିଗତ ରାଗରୁ କେହି ଏଭଳି କରୁଥାଇପାରନ୍ତି ବୋଲି ଭାବି ଏହାକୁ ଅଣଦେଖା କରାଯାଇଥିଲା ।
୨୦୧୭ ମସିହାରେ ମିଦନାପୁରରେ ଏକ କ୍ରିକେଟ୍ କାର୍ଯ୍ୟକ୍ରମକୁ ନଯିବା ପାଇଁ ତାଙ୍କୁ ଧମକ ମିଳିଥିଲା। ଏହା ବ୍ୟତୀତ ଭାରତୀୟ କ୍ରିକେଟ୍ର ଅନ୍ୟ କିଛି ବଡ଼ ନାମ ମଧ୍ୟ ଅତୀତରେ ଏଭଳି ଧମକ ପାଇଛନ୍ତି ।
୨୦୦୭ ମସିହାରେ ରାହୁଲ ଦ୍ରାବିଡଙ୍କୁ ମାଓବାଦୀ ସଂଗଠନ ପକ୍ଷରୁ ଧମକପୂର୍ଣ୍ଣ ଚିଠି ମିଳିଥିଲା । ସେହିପରି ୨୦୧୧ ବିଶ୍ୱକପ୍ ଜିତିବା ପରେ ତତ୍କାଳୀନ ଭାରତୀୟ ଅଧିନାୟକ ଏମ୍ଏସ୍ ଧୋନୀଙ୍କୁ ମଧ୍ୟ ଧମକ ମିଳିଥିଲା ଏବଂ ତାଙ୍କ ସୁରକ୍ଷା ବଢ଼ାଯାଇଥିଲା । ସେହିପରି ୨୦୨୩-୨୪ରେ ଗୌତମ ଗମ୍ଭୀର, ମେ ୨୦୨୫ରେ ମହମ୍ମଦ ଶାମି ଏବଂ ଡିସେମ୍ବର ୨୦୨୫ରେ ରିଙ୍କୁ ସିଂହଙ୍କୁ ମଧ୍ୟ ଜୀବନରୁ ମାରିଦେବାର ଧମକ ମିଳିଥିଲା ।
ତେବେ ସୌରଭ ଗାଙ୍ଗୁଲିଙ୍କୁ ମିଳିଥିବା ଏହି ଧମକପୂର୍ଣ୍ଣ ଚିଠି ପଛରେ କିଏ ଅଛି ଏବଂ ଗତ ୬ ମାସ ଧରି ଏଭଳି ଧମକ କାହିଁକି ଦିଆଯାଉଛି, ତାହା ଜାଣିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories