Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପୁଣି IPL କୁ ଫେରିବେ ଗାଙ୍ଗୁଲି, ଏହି ଦଳର ହେବେ ମୁଖ୍ୟ କୋଚ୍‌

Sports

Ganguly IPL Comeback / ପୁଣି IPL କୁ ଫେରିବେ ଗାଙ୍ଗୁଲି, ଏହି ଦଳର ହେବେ ମୁଖ୍ୟ କୋଚ୍‌

Santosh Kumar Sahoo
Browse all articles by Santosh Kumar Sahoo
·2 hours ago·2 min read
ପୁଣି IPL କୁ ଫେରିବେ ଗାଙ୍ଗୁଲି, ଏହି ଦଳର ହେବେ ମୁଖ୍ୟ କୋଚ୍‌
Sourav Ganguly

Key Points

IPL 2027 ପୂର୍ବରୁ ବଡ଼ ଧମାକା
ଦିଲ୍ଲୀ କ୍ୟାପିଟାଲ୍ସରେ ବଡ଼ ପରିବର୍ତ୍ତନ
ହେମାଙ୍ଗ ବଦାନୀଙ୍କ ସ୍ଥାନରେ ଦାଦା!
ଆଇପିଏଲ ୨୦୨୬ ନିକଟରେ ଶେଷ ହୋଇଛି । ମେ' ୩୧ରେ IPL ଫାଇନାଲ ମ୍ୟାଚ୍‌ ଖେଳାଯାଇଥିଲା । ଫାଇନାଲରେ ଗୁଜରାଟ ଟାଇଟନ୍ସକୁ ପରାସ୍ତ କରି ଲଗାତର ଦ୍ବିତୀୟ ଥର ପାଇଁ ଟାଇଟଲ୍‌ ଜିତିଥିଲା RCB । ଆଉ ଏବେ ଆଇପିଏଲ ୨୦୨୭ ପାଇଁ ସମସ୍ତ ଫ୍ରାଞ୍ଚାଇଜ୍ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

ଏବେ ପୁଣି ଥରେ ଆଇପିଏଲକୁ ଫେରିବାକୁ ଯାଉଛନ୍ତି ସୌରଭ ଗାଙ୍ଗୁଲି । ସେ ପ୍ରଥମ ଥର ପାଇଁ ଆଇପିଏଲରେ ହେଡ୍‌ କୋଚ୍‌ ହେବେ । ପୂର୍ବରୁ ଦାଦା ଦକ୍ଷିଣ ଆଫ୍ରିକା ଟି-୨୦ ଲିଗ୍‌ରେ ମୁଖ୍ୟ ପ୍ରଶିକ୍ଷକ ଭାବେ ଦାୟିତ୍ବ ତୁଲାଇ ସାରିଛନ୍ତି । କିନ୍ତୁ ଏବେ ପ୍ରଥମ ଥର ପାଇଁ ସେ ଆଇପିଏଲରେ ଏହି ଭୂମିକାରେ ନଜର ଆସିବେ । ପୂର୍ବରୁ, ଦାଦା IPLରେ ମେଣ୍ଟର ଭାବରେ କାର୍ଯ୍ୟ କରିଛନ୍ତି ।

ଅଧିକ ପଢ଼ନ୍ତୁ: ଇଂଲଣ୍ଡ ବିପକ୍ଷରେ ଖେଳିବେ କି ବିରାଟ କୋହଲି ? ଏହି ଦିନ ହେବ ବଡ଼ ନିଷ୍ପତ୍ତି...


ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ସୌରଭ ଗାଙ୍ଗୁଲି ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ ପ୍ରଶିକ୍ଷକ ହେବାକୁ ଯାଉଛନ୍ତି । IPL ୨୦୨୬ରେ ହେମାଙ୍ଗ ବଦାନୀ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ ପ୍ରଶିକ୍ଷକ ଭାବରେ ଦାୟିତ୍ବ ତୁଲାଇଥିଲେ । କିନ୍ତୁ IPL ୨୦୨୭ରେ ଏକ ବଡ଼ ପରିବର୍ତ୍ତନ ହେବ ଏବଂ ଦାଦା ମୁଖ୍ୟ ପ୍ରଶିକ୍ଷକ ଭାବରେ କାର୍ଯ୍ୟ କରିବେ । ଏହା ବ୍ୟତୀତ, ଦିଲ୍ଲୀ କ୍ୟାପିଟାଲ୍ସ ଯୁବରାଜ ସିଂହଙ୍କୁ ବ୍ୟାଟିଂ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରିବାକୁ ଯାଉଛି । ସୌରଭ ଗାଙ୍ଗୁଲି ପ୍ରଥମେ ୨୦୧୯ରେ ଦିଲ୍ଲୀ କ୍ୟାପିଟାଲ୍ସର ମେଣ୍ଟର ହୋଇଥିଲେ । କିନ୍ତୁ BCCI ସଭାପତି ହେବା ପରେ ତାଙ୍କୁ ଏହି ପଦବୀ ଛାଡିବାକୁ ପଡିଲା । ସେ ୨୦୨୩ରେ କ୍ରିକେଟ ନିର୍ଦ୍ଦେଶକ ଭାବରେ ପୁଣି ଥରେ ଦିଲ୍ଲୀ କ୍ୟାପିଟାଲ୍ସରେ ଯୋଗ ଦେଇଥିଲେ ।

ସୂଚନା ଅନୁସାରେ, ଗାଙ୍ଗୁଲି ୨୦୦୮ ଆଇପିଏଲରେ କୋଲକାତା ନାଇଟ୍ ରାଇଡର୍ସର ଅଧିନାୟକ ଥିଲେ । ତା'ପରେ ସେ ୨୦୧୨ରେ ପୁନେ ୱାରିୟର୍ସ ପାଇଁ ତାଙ୍କର ଶେଷ ସିଜିନ୍ ଖେଳିଥିଲେ । ଦାଦା ୫୯ ମ୍ୟାଚରେ ୨୫.୪୫ ହାରରେ ୧୩୪୯ ରନ କରିଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored